Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cold Wave / ଉପୂକଳରୁ ନେଇ ଥରିବ ପଶ୍ଚିମ ଓଡ଼ିଶା; ୨୨ ପର୍ଯ୍ୟନ୍ତ ଲାଗି ରହିବ କୁହୁଡ଼ି

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଉପୂକଳରୁ ନେଇ ଥରିବ ପଶ୍ଚିମ ଓଡ଼ିଶା; ୨୨ ପର୍ଯ୍ୟନ୍ତ ଲାଗି ରହିବ କୁହୁଡ଼ି
Cold Wave Hits Odisha

Key Points

ଆଜି ରାତିରେ ଥରିବ ୮ ଜିଲ୍ଲା । ଉପକୂଳରୁ ନେଇ ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ଅନୁଭୂତ ହେବ ଶୀତ । ଆଉ ୫ ଦିନ ପର୍ଯ୍ୟନ୍ତ ରହିପାରେ କୁହୁଡ଼ିର ପ୍ରଭାବ ।
ଭୁବନେଶ୍ଵର: ଶୀତ ଆଉ ୨୪ ଘଣ୍ଟା । ଆଜି ରାତିରେ ଥରିବ ୮ ଜିଲ୍ଲା । ଉପକୂଳରୁ ନେଇ ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ଅନୁଭୂତ ହେବ ଶୀତ । ଆଉ ୫ ଦିନ ପର୍ଯ୍ୟନ୍ତ ରହିପାରେ କୁହୁଡ଼ିର ପ୍ରଭାବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବିଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା, ଅନୁଗୁଳ ଓ ଜଗତସିଂହପୁରରେ ଶୀତ ଲହରୀ ଅନୁଭୂତ ହୋଇଛି । କଳାହାଣ୍ଡି ଓ କନ୍ଧମାଳରେ ଅନୁଭୂତ ହୋଇଛି କୁହୁଡ଼ି । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ ହୋଇଛି ।

ଏଥିସହ ପଢ଼ନ୍ତୁ: ରେଲୱେ ବଦଳାଇଲା ନିୟମ; RAC ଯୁଗ ଶେଷ, ସ୍ଲିପରରେ ଗଲେ କମ୍‌ରେ ଦେବେ ୨୦୦ କିମିର ଭଡ଼ା

ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଗାମୀ ୨୪ ଘଣ୍ଟାରେ ଶୀତ ଲହରୀ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଅନୁଗୁଳ, ଜଗତସିଂହପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳକୁ ଆଲର୍ଟ ଜାରି କରାଯାଇଛି ।

ସେହିଭଳି ଆଗାମୀ ୨୪ ଘଣ୍ଟାରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ କୁହୁଡ଼ି ଦେଖା ଦେଇପାରେ ।

୧୮ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ରେ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଏଥିସହ ପଢ଼ନ୍ତୁ: 'ବିଶେଷ ଜାତିର ମହିଳାଙ୍କ ସହ ସମ୍ପର୍କ, ତୀର୍ଥ ଯାତ୍ରାର ଫଳ ସହ ସମାନ'; ନେତାଙ୍କ ମୁହଁରେ ନାହିଁ ବାଡ଼ବତା

ଏଭଳି ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୨ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟ ଜିଲ୍ଲାମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ୨୪ ଘଣ୍ଟା ପରେ ସର୍ବନିମ୍ନ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି । 


ସମାନ ସମୟରେ କେନ୍ଦ୍ରୀୟ ଭାରତ ଉପରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଯାହା ରାଜ୍ୟକୁ ଶୁଷ୍କ ଥଣ୍ଡାବାୟୁ ପ୍ରବାହରେ ସହାୟକ ହେଉଛି । ଏହି ୨ଟି ପାଣିପାଗ ପ୍ରକ୍ରିୟା ଯୋଗୁଁ ରାତିରେ ଥଣ୍ଡା ଓ ଦିନରେ ଗରମ ଅନୁଭୂତ ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored