|
logo
Live

Argus News - କେତେ ଶକ୍ତିଶାଳୀ ହୋଇଥାଏ ବିଜୁଳି? କେତେ Ampere Current କରିଥାଏ ବହନ?

National

Power of Lightning strike / କେତେ ଶକ୍ତିଶାଳୀ ହୋଇଥାଏ ବିଜୁଳି? କେତେ Ampere Current କରିଥାଏ ବହନ?

Subhramjit Ray
Browse all articles by Subhramjit Ray
·2 hours ago·3 min read
କେତେ ଶକ୍ତିଶାଳୀ ହୋଇଥାଏ ବିଜୁଳି? କେତେ Ampere Current କରିଥାଏ ବହନ?
Power of Lightning strike

Key Points

ବଜ୍ରପାତ ପ୍ରକୃତିର ସବୁଠାରୁ ଭୟଙ୍କର ରୂପ ମଧ୍ୟରୁ ଗୋଟିଏ। ଯିଏ ଆଖି ପିଛୁଳାକେ ଜୀବନ ନେଇପାରେ। ଏହା ଘରେ ବ୍ୟବହୃତ ସାଧାରଣ ବିଦ୍ୟୁତ୍ ତୁଳନାରେ ଲକ୍ଷ ଲକ୍ଷ ଗୁଣ ଅଧିକ ଶକ୍ତିଶାଳୀ।
  • Lightning current in Amperes:  ଆଜିର ଦୈନନ୍ଦିନ ଜୀବନରେ ବିଦ୍ୟୁତ୍ ବିନା ଚଳିବା ଅସମ୍ଭବ ହୋଇପଡ଼ିଛି। ଆମେ ଆମ ଘରେ ଯେଉଁ ବିଜୁଳି ବ୍ୟବହାର କରୁଛେ ତାହା ଆମର କାର୍ଯ୍ୟକୁ ସହଜ କରିଥାଏ। ହେଲେ ଆକାଶରୁ ବିଜୁଳି ମାରିବା ମୃତ୍ୟୁ ସହିତ ସମାନ ହୋଇଥାଏ। ବର୍ଷା ଦିନରେ ବିଜୁଳି ମାରିବା ଏକଥା ମନେ ପକାଏ ଯେ ଏଥିରେ କେତେ ଶକ୍ତି ଅଛି। ହେଲେ ଘରକୁ ଆଲୋକିତ କରୁଥିବା ବିଦ୍ୟୁତ୍ ଏବଂ ମେଘରୁ ଆସୁଥିବା ବିଜୁଳି ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ?

    ବିଭିନ୍ନ ଉପାୟରେ ବିଦ୍ୟୁତ୍ ଉତ୍ପାଦନ କରାଯାଏ। ଯେପରିକି ଜଳବିଦ୍ୟୁତ୍ କିମ୍ବା ତାପଜ ବିଦ୍ୟୁତ୍ କେନ୍ଦ୍ର। ଆମେ ଆମ ଘରେ ବ୍ୟବହାର କରୁଥିବା କୃତ୍ରିମ ବିଦ୍ୟୁତ୍ ସାଧାରଣତଃ ୧୨୦ ରୁ ୨୪୦ ଭୋଲ୍ଟ ମଧ୍ୟରେ ହୋଇଥାଏ। ଏହି ସୀମିତ ଭୋଲ୍ଟେଜ୍, ଯଦି ସତର୍କତାର ସହିତ ପରିଚାଳିତ ହୁଏ ତାହେଲେ ଏହା ଘାତକ ନୁହେଁ। ହେଲ ଏହାର ଠିକ ବିପରୀତରେ ମେଘରୁ ଆସୁଥିବା ବିଜୁଳି ପ୍ରାକୃତିକ ହୋଇଥିବା ବେଳେ ଏହାର ମାରକ କ୍ଷମତା ସମ୍ପର୍କରେ ଆକଳନ କରିବା କଷ୍ଟକର।

    ଘରୋଇ ବିଦ୍ୟୁତ ବୈଦ୍ୟୁତିକ ଉପକରଣକୁ ଚଳାଉ ଥିବା ବେଳେ, ମେଘରୁ ଆସୁଥିବା ପ୍ରାକୃତିକ ବିଜୁଳି କିଛି ସେକେଣ୍ଡ ମଧ୍ୟରେ ତାହାକୁ ପୋଡ଼ି ପାଉଁଶ କରିଦେବ। ମେଘରୁ ଆସୁଥିବା ବିଜୁଳି ବିଷୟରେ ସବୁଠାରୁ ଭୟଙ୍କର କଥା ହେଉଛି ଏହାର ଭୋଲ୍ଟେଜ୍ (Voltage)। ସାଧାରଣତଃ ଘରୋଇ ବିଦ୍ୟୁତ୍ ୧୨୦ ଭୋଲ୍ଟ ହୋଇଥିବା ବେଳେ, ସମଗ୍ର ଆକାଶକୁ ମେଘ ହେବା ସମୟରେ ଆଲୋକିତ କରି ଦେଉଥିବା ବିଜୁଳିରେ ପ୍ରାୟ ୧୦ କୋଟି ଭୋଲ୍ଟ କରେଣ୍ଟ ଥାଏ।

    ଏହି କାରଣରୁ ଯେତେବେଳେ ବଜ୍ରପାତର ପ୍ରଭାବ କୌଣସି ମଣିଷ, ପଶୁ ପକ୍ଷୀ, ଜୀବ ଜନ୍ତୁଙ୍କ ଉପରେ ପଡ଼ିଥାଏ ସେତେବେଳେ ସେମାନଙ୍କର ବଞ୍ଚିବା ପ୍ରାୟତଃ ଅସମ୍ଭବ ହୋଇପଡ଼େ। ଏହି ଭୋଲଟେଜ ଏତେ ଅଧିକ ଯେ ମାରାତ୍ମକ ଯେ ଏହା ଯେକୌଣସି ଜୀବନ୍ତ ପ୍ରାଣୀଙ୍କୁ ତୁରନ୍ତ ପୋଡ଼ି ପାଉଁଶ କରି ଦେଇପାରେ।

  • ଏହା ସହ ପଢନ୍ତୁ: ବଜ୍ରପାତ ହେବା ପୂର୍ବରୁ ଆସିବ ଆଗୁଆ ସତର୍କ ସୂଚନା; ଜାଣନ୍ତୁ କିପରି କରିବେ ବ୍ୟବହାର?

  • ଭୋଲଟେଜ ବ୍ୟତୀତ ବଜ୍ରପାତର ପ୍ରକୃତ ଶକ୍ତି ଏହାର "ଆମ୍ପିୟର"(Ampere) ମଧ୍ୟରେ ରହିଛି। ବିଶେଷଜ୍ଞଙ୍କ ମତରେ ବଜ୍ରପାତ ୩୦,୦୦୦ ଆମ୍ପିୟର କିମ୍ବା ଏହା ଠାରୁ ଅଧିକ କରେଣ୍ଟ ବହନ କରିଥାଏ। ତୁଳନାତ୍ମକ ଭାବରେ ଯଦି ଦେଖାଯାଏ ତାହାଲେ ଆମେ ଘରେ ବ୍ୟବହାର କରୁଥିବା ହିଟର କିମ୍ବା ଗିଜର କେବଳ ୧୫ ରୁ ୨୦ ଆମ୍ପିୟର ମଧ୍ୟରେ ଚାଲିଥାଏ।

    ଏବେ ଆପଣ କଳ୍ପନା କରି ପାରୁଥିବେ ଯେ ୩୦,୦୦୦ ଆମ୍ପିୟରର ଏକ କରେଣ୍ଟ କେତେ ବିନାଶକାରୀ ହୋଇପାରେ। ଏହି କରେଣ୍ଟ ସବୁଠାରୁ ଶକ୍ତିଶାଳୀ ବସ୍ତୁକୁ ମଧ୍ୟ ବାଷ୍ପୀଭୂତ କରିବା ପାଇଁ ଯଥେଷ୍ଟ। ବଜ୍ରପାତ କେବଳ ଏକ ଛୋଟ ଧାରା ନୁହେଁ; ଏହାର ଲମ୍ବ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ଆକାଶରୁ ଭୂମିକୁ ପହଞ୍ଚିବା ବିଜୁଳିର ଏକ ତରଙ୍ଗ 4 ରୁ 5 କିଲୋମିଟର ପର୍ଯ୍ୟନ୍ତ ଲମ୍ବା ହୋଇପାରେ।

    ଏଥିରୁ ଆପଣ କଳ୍ପନା କରି ପାରୁଥିବେ ଯେ ୩୦,୦୦୦ ଆମ୍ପିୟର କ୍ଷମତା ବିଶିଷ୍ଟ କରେଣ୍ଟ କେତେ ବିନାଶକାରୀ ହୋଇପାରେ। ଏହି କରେଣ୍ଟ ସବୁଠାରୁ ଶକ୍ତିଶାଳୀ ବସ୍ତୁକୁ ମଧ୍ ଜାଲି ପୋଡ଼ି ପାଉଁଶ କରି ଦେବା ପାଇଁ ଯଥେଷ୍ଟ। ବଜ୍ରପାତ କେବଳ ଏକ ଛୋଟିଆ ଧାଡ଼ି ନୁହେଁ ବରଂ ଏହାର ଲମ୍ବ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ଆକାଶରୁ ଭୂମିରେ ପହଞ୍ଚିବା ବିଜୁଳିର ଏକ ତରଙ୍ ପ୍ରାୟ ୪ ରୁ ୫ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଯାଇପାରେ।

    ଏତେ ଦୂର ଯାତ୍ରା କରିବା ସତ୍ତ୍ୱେ, ବିଜୁଳିର ଶକ୍ତି ଅପରିବର୍ତ୍ତିତ ରହିଥାଏ। ଏହା ସାଧାରଣତଃ ଅପରାହ୍ନରେ କିମ୍ବା ପ୍ରବଳ ବର୍ଷା ହେବା ସମୟରେ ଦୃଶ୍ୟମାନ ହୋଇଥାଏ। ଏହାର ତୀବ୍ରତା ଏତେ ଅଧିକ ଯେ ଏହା ମୂଳରୁ ଅଧିକ ଉଚ୍ଚତା ରହିଥିବା କୌଣସି ଗଛକୁ ମଧ୍ୟ ଶୁଖାଇ ଦେଇପାରେ।

  • Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
  • ଏହା ସହ ପଢନ୍ତୁ: ବିଜୁଳି ଚମକରେ ଚମକି ଉଠିଲା ବୁର୍ଜ ଖଲିଫା; ଭାଇରାଲ ହେଲା ଭିଡ଼ିଓ

  • ଯେତେବେଳେ ଏହି ଶକ୍ତିଶାଳୀ ବଜ୍ରପାତ ଭୂମିକୁ ଆଘାତ କରେ, ସେତେବେଳେ ଏହାର ତାପମାତ୍ରା ସୂର୍ଯ୍ୟ ପୃଷ୍ଠକୁ ଅତିକ୍ରମ କରିପାରେ। ଏହି କାରଣରୁ ଯଦି ଏହା ଏକ ସବୁଜ ସୁନ୍ଦର ଗଛକୁ ଆଘାତ କରେ, ତାହେଲେ ଗଛ ଭିତରେ ରହିଥିବା ସମସ୍ତ ପାଣି ତୁରନ୍ତ ବାଷ୍ପୀଭୂତ ହୋଇଯାଏ। ଯେଉଂ କାରଣରୁ ବିଶାଳ ମହାଦ୍ରୁମ୍ ମଧ୍ୟ ଶୁଖି ଯାଏ। ଯଦି ମଣିଷଙ୍କ କଥା କୁହାଯାଏ ତାହେଲେ ଏହା ସିଧାସଳଖ ସ୍ନାୟୁତନ୍ତ୍ର ଏବଂ ହୃଦୟ ଉପରେ ଆକ୍ରମଣ କରିଥାଏ। ଯାହାଦ୍ୱାରା ବଞ୍ଚିବାର କୌଣସି ସମ୍ଭାବନା ରହେ ନାହିଁ।

    ବଜ୍ରପାତ ଯେତିକି ଶକ୍ତିଶାଳୀ ସେତିକି ଅପ୍ରତ୍ୟାଶିତ। ଯାହା ପ୍ରାୟତଃ ଉଚ୍ଚ କୋଠା, ଗଛ କିମ୍ବା ଖୋଲା ସ୍ଥାନକୁ ଆଘାତ କରିଥାଏ। ଏହାର ୧୦ କୋଟି ଭୋଲ୍ଟ ଏବଂ ୩୦,୦୦୦ ଆମ୍ପିୟର କରେଣ୍ଟ ପ୍ରଭାବରୁ ରକ୍ଷା ପାଇବାର କୌଣସି ସିଧାସଳଖ ଉପାୟ ନାହିଁ। ବଜ୍ରପାତ ସମୟରେ ତୁରନ୍ତ ଛାତ ରହିଥିବା କୋଠ ଘରକୁ ଚାଲିଯିବା ନିରାପଦ।






  • Sponsored
    Power of Lightning strike: କେତେ ଶକ୍ତିଶାଳୀ ହୋଇଥାଏ ବିଜୁଳି? କେତେ Ampere Current କରିଥାଏ ବହନ? | Argus News