Videos
|
Weather-calamities

Odisha Winter Forecast / ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ ଖସିବ ରାତି ତାପମାତ୍ରା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ ଖସିବ ରାତି ତାପମାତ୍ରା
Odisha Winter Forecast

Key Points

ଓଡ଼ିଶାକୁ ଫେରିବ ଶୀତ !
୨ରୁ ୪ ଡିଗ୍ରୀ ଖସିବ ରାତି ତାପମାତ୍ରା
ଆସନ୍ତା କିଛି ଦିନରେ କମିବ ପାରଦ
ରାଜ୍ୟରେ ଧୀରେ ଧୀରେ ବଢ଼ିବ ଶୀତର ପ୍ରକୋପ । ଆଗାମୀ କିଛି ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ସମ୍ଭାବନା ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ଅନୁଭୂତି ବଢ଼ିବ । ତେବେ ଏହାପରେ ରାତି ତାପମାତ୍ରା ପୁଣି ପ୍ରାୟ ୨ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପ୍ରଭାବଶାଳୀ ପାଣିପାଗ ସିଷ୍ଟମ୍ ନାହିଁ । ଦକ୍ଷିଣ ଛତିଶଗଡ଼ରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ରହିଥିଲେ ମଧ୍ୟ ଏହାର ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ।

ଆସନ୍ତା ୮ ଓ ୯ ତାରିଖରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୦ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ସେହିପରି ୧୧ ଓ ୧୨ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ତେବେ ୧୩ ଓ ୧୪ ତାରିଖରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ଗତ ୨୪ ଘଣ୍ଟାର ପାଣିପାଗ ରିପୋର୍ଟ ଅନୁଯାୟୀ, ଗଜପତି ଜିଲ୍ଲାର ଗୋସାଣୀଠାରେ ସର୍ବାଧିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ରାଉରକେଲାରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ୫୦ ମିଟରକୁ ଖସି ଆସିଥିଲା ।

ଶୀତକୁ ନେଇ ଝାରସୁଗୁଡ଼ାରେ ରେକର୍ଡ ହୋଇଛି ଚଳିତ ଋତୁର ସବୁଠାରୁ କମ୍ ରାତି ତାପମାତ୍ରା। ଏଠାରେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ ସେଲସିୟସ୍ ରହିଛି। ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ାର ରାତି ତାପମାତ୍ରା ୧୬ ଡିଗ୍ରୀ ତଳକୁ ଖସିଛି, ଯାହା ସ୍ୱାଭାବିକଠାରୁ ୨.୧ ଡିଗ୍ରୀ କମ୍ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି କେନ୍ଦୁଝରରେ ୧୬.୨, ଭବାନୀପାଟଣାରେ ୧୬.୬, ରାଉରକେଲାରେ ୧୬.୭, କଟକରେ ୧୮.୬ ଏବଂ ଭୁବନେଶ୍ୱରରେ ୨୦.୪ ଡିଗ୍ରୀ ସେଲସିୟସ୍ ରାତି ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫.୨ ଡିଗ୍ରୀ ଅଧିକ ରହିଛି। ଖୋର୍ଦ୍ଧାରେ ସର୍ବାଧିକ ୩୩.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି। ତେବେ ଆଗାମୀ ଦିନରେ ରାତି ତାପମାତ୍ରା ହ୍ରାସ ସହ ରାଜ୍ୟରେ ଶୀତର ଅନୁଭୂତି ଆହୁରି ବଢ଼ିବା ନେଇ ଆକଳନ କରାଯାଇଛି ।