Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Rain Alert / ତାତିରୁ ମିଳିବ ତ୍ରାହି; ଘଡ଼ିଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ଆଶଙ୍କା

Sushanta Sahoo
Browse all articles by Sushanta Sahoo
·3 months ago·2 min read
ତାତିରୁ ମିଳିବ ତ୍ରାହି; ଘଡ଼ିଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ଆଶଙ୍କା
Rain Alert in Odisha

Key Points

ରାଜ୍ୟରେ ଆଗାମୀ ୬ ଦିନ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଭାରତ ସମେତ ପଡ଼ୋଶୀ ଦେଶ ପାକିସ୍ତାନ ଓ ଆଫଗାନିସ୍ତାନରେ ଏକ ଅସ୍ଵାଭାବିକ ପାଣିପାଗ ପରିସ୍ଥିତି ସୃଷ୍ଟି କରିଛି ।
ଭୁବନେଶ୍ଵର: ମାଡ଼ି ଆସୁଛି ଝଡ଼ ବର୍ଷା । ରାଜ୍ୟରେ ଆଗାମୀ ୬ ଦିନ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଭାରତ ସମେତ ପଡ଼ୋଶୀ ଦେଶ ପାକିସ୍ତାନ ଓ ଆଫଗାନିସ୍ତାନରେ ଏକ ଅସ୍ଵାଭାବିକ ପାଣିପାଗ ପରିସ୍ଥିତି ସୃଷ୍ଟି କରିଛି । ପଶ୍ଚିମା ଝଡ଼ ଏଥର ଭିନ୍ନ ରୂପରେ ଦେଖାଦେଇଛି ।

କୁହାଯାଉଛି ୧ ହଜାର କିଲୋମିଟର ଲମ୍ବର ଏକ 'ରେନ୍ ବ୍ୟାଣ୍ଡ' ବା ବର୍ଷା ବଳୟ ସୃଷ୍ଟି ହୋଇଛି । ଯାହା ଫଳରେ ଏହି ତିନିଟି ଦେଶରେ ପ୍ରବଳ ବର୍ଷା, ଘଡ଼ଘଡ଼ି ଏବଂ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି ।

ଏଥିସହ ପଢ଼ନ୍ତୁ: ଆସୁଛି ବଡ଼ ବର୍ଷା, ୨୪ ଘଣ୍ଟା ଲାଗି ୬ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ...

ଆନ୍ଧ୍ର ଉପକୂଳ ଓ ପାଶ୍ୱବର୍ତ୍ତୀ ୟାନମ ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି । ଆଗାମୀ ୬ ଦିନ ଯାଏ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଗାମୀ ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ସହ କୋରାପୁଟ ଓ ମାଲକାନାଗିରି ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ରହିଛି ।

ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ହବିବା ଆକଳନ କରାଯାଇଛି । ସେହିପରି ୧୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ଏପରିକି ଆଗାମୀ ୬ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ସମୟରେ ଭାରତ ସମେତ ପଡ଼ୋଶୀ ଦେଶ ପାକିସ୍ତାନ ଓ ଆଫଗାନିସ୍ତାନରେ ଏକ ଅସ୍ଵାଭାବିକ ପାଣିପାଗ ପରିସ୍ଥିତି ଦେଖିବାକୁ ମିଳିଛି । ଗ୍ରୀଷ୍ମ ଋତୁର ଆରମ୍ଭରେ ସାଧାରଣତଃ ଗରମ ବଢ଼ୁଥିବା ବେଳେ, ଚଳିତ ବର୍ଷ ଏକ ସୁଦୀର୍ଘ ୧,୦୦୦ କିଲୋମିଟର ଲମ୍ବର 'ରେନ୍ ବ୍ୟାଣ୍ଡ' ବା ବର୍ଷା ବଳୟ ସୃଷ୍ଟି ହୋଇଛି । ଯାହା ଫଳରେ ଏହି ତିନିଟି ଦେଶରେ ପ୍ରବଳ ବର୍ଷା, ଘଡ଼ଘଡ଼ି ଏବଂ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି ।

ଶୀତଦିନେ ଦେଖାଯାଉଥିବା 'ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ' ବା ପଶ୍ଚିମା ଝଡ଼ ଏଥର ଭିନ୍ନ ରୂପରେ ଦେଖାଦେଇଛି । ଏହା ପ୍ରଭାବରେ ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଦକ୍ଷିଣ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁରେ ଭାରି ବର୍ଷା ଏବଂ ଅନେକ ରାଜ୍ୟରେ କୁଆପଥର ମାଡ଼ ହୋଇସାରିଛି ।

ଏଥିସହ ପଢ଼ନ୍ତୁ: ଆସୁଛି ପଶ୍ଚିମା ଝଡ଼: ପ୍ରବଳ ହେବ ବର୍ଷା, ଓଡ଼ିଶାରେ ବି ପଡ଼ିବ ପ୍ରଭାବ

ବର୍ତ୍ତମାନର ଏହି ପଶ୍ଚିମା ଝଡ଼ ମଧ୍ୟ ଏବଂ ଉପର ପଶ୍ଚିମା ବାୟୁମଣ୍ଡଳରେ ଏକ 'ଟ୍ରପ୍' ଭାବରେ ରହିଛି । ଏହି ଟ୍ରପ୍ ଲାଇନ୍ ଉତ୍ତର ମଧ୍ୟପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମ ରାଜସ୍ଥାନ, ହରିୟାଣା, ଉତ୍ତର-ପୂର୍ବ ଆସାମ, ଉପକୂଳ ଆନ୍ଧ୍ର ଏବଂ ଆଭ୍ୟନ୍ତରୀଣ ତାମିଲନାଡୁ-କେରଳ ଉପରେ ରହିଛି ।

ଏହି ଝଡ଼ ପାଇଁ ଆବଶ୍ୟକୀୟ ଜଳୀୟବାଷ୍ପ ଭୂମଧ୍ୟସାଗର, କ୍ୟାସପିଆନ୍ ସାଗର ଏବଂ ପାରସ୍ୟ ଉପସାଗରରୁ ଆସୁଛି । ହିମାଳୟ ସହିତ ଏହି ବାୟୁ ପ୍ରବାହର ସଂଘର୍ଷ ଫଳରେ ଏଭଳି ଭୟଙ୍କର ପାଣିପାଗ ସୃଷ୍ଟି ହୋଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ଘଟଣା ଏବେ ମାର୍ଚ୍ଚ ଶେଷ ଆଡ଼କୁ ଏବଂ ଏପ୍ରିଲରେ ମଧ୍ୟ ଦେଖିବାକୁ ମିଳୁଛି, ଯାହା ପୂର୍ବରୁ ଅତି କମ୍ ଦେଖାଯାଉଥିବା କୁହାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Weather Update: Orange Alert, Rain & Thunderstorm Likely | Argus News | Argus News