Weather Update / ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ରାଜ୍ୟକୁ ଫେରୁଛି ଶୀତ
·11 months ago·2 min read

Key Points
ଆସନ୍ତାକାଲି ପୁଣି ଲଘୁଚାପ
୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ରାଜ୍ୟକୁ ଫେରୁଛି ଶୀତ
ଏଥର କମ୍ ରହିବ ଶୀତର ଅବଧି
୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ରାଜ୍ୟକୁ ଫେରୁଛି ଶୀତ
ଏଥର କମ୍ ରହିବ ଶୀତର ଅବଧି
ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଓଡିଶା ଉପରେ କମ ରହିବ ପ୍ରଭାବ । କିନ୍ତୁ ବାତ୍ୟା ମୋନ୍ଥାର ଅବଶିଷ୍ଟାଂଶ ବର୍ତ୍ତମାନ ବିହାର ଉପରେ ସକ୍ରିୟ ରହିଛି । ଯାହା ପ୍ରଭାବରେ ଓଡିଶା ମଧ୍ୟକୁ ବର୍ତ୍ତମାନ ପୂର୍ବାଳୀ ବାୟୁ ପ୍ରବେଶ କରୁଛି । ଆଜି ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଥିବାବେଳେ ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ,ଅନୁଗୁଳ, ଢେଙ୍କାନାଳ,ବାଲେଶ୍ଵର, ମୟୁରଭଞ୍ଜ,କେଉଁଝର,ଦେଓଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ର କିଛି କିଛି ଅଞ୍ଚଳରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ଏପଟେ ଆଜିଠୁ ରାଜ୍ୟକୁ ଫେରୁଛି ଶୀତ। ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ପ୍ରବଳ ଥଣ୍ଡା । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରଭାବ । ୧ ରୁ ୨ ଡିଗ୍ରୀ କମିବ ରାତ୍ରି ତପମାତ୍ରା । ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ କମିବ ରାତି ତାପମାତ୍ରା। ରାଜ୍ୟରେ ଅନୁଭୂତ ହେବ ଶୀତ । ୨ ରୁ ୩ ଦିନ ମଧ୍ୟରେ ୩ ରୁ ୪ ଡିଗ୍ରୀ କମିବ ରାତି ତାପମାତ୍ର। ଏପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ବିଳମ୍ବରେ ଆସି ଶୀଘ୍ର ଚାଲିଯିବ ଚଳିତବର୍ଷ ଶୀତ।
ଏଥିସହ ପଢ଼ନ୍ତୁ: ଜାମାଇକାରେ ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚିଲା ମେଲିସା
ଅକ୍ଟୋବର ରୁ ନଭେମ୍ବର ବାତ୍ୟାର ମାସ ହୋଇଥିବା ବେଳେ ବିଭିନ୍ନ ପାଣିପାଗ ନିୟାମକକୁ ନେଇ ଆଦ୍ରତାର ମାତ୍ରା ଅଧିକ ରହୁଛି। ଯେଉଁଥିପାଇଁ ବର୍ତ୍ତମାନ ମଧ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ତେଣୁ ନିୟାମକ ଗୁଡିକର ପରିସମାପ୍ତି ସହ ଆଦ୍ରତାର ପରିମାଣ କମିଲେ ରାଜ୍ୟରେ କମିବ ରାତି ତାପମାତ୍ରା । ଏବଂ ଅନୁଭବ ହେବ ଶୀତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଳିତ ବର୍ଷ ଅକ୍ଟୋବର ଶେଷ ହେବାକୁ ବସିଲାଣି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଶୀତର ଦେଖା ନାହିଁ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାବେଳେ ଶୀତର ଦେଖାନାହିଁ ରାଜ୍ୟରେ। ତେବେ ଖୁବଶୀଘ୍ର ଶୀତ ହେବା ସହ କୁହାଯାଉଛି କି ବର୍ଷା ଛାଡିବା ପରେ ଅଧିକରୁ ଅଧିକ ଶୀତ ଅନୁଭବ ହେବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
ଅଧିକ ପଢ଼ନ୍ତୁ ପାଣିପାଗ ଖବର: