Odisha Rain Alert / ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ଘଣ୍ଟା ପାଇଁ ୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
·2 hours ago·2 min read

Key Points
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ପ୍ରଭାବରେ ସାରାରାଜ୍ୟରେ ବର୍ଷା ଜାରି
୨୪ ଘଣ୍ଟାରେ ବରଗଡ଼ ଆମ୍ବାଭୋନାରେ ସର୍ବାଧିକ ବର୍ଷା ରେକର୍ଡ

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା ଜାରି ରହିଛି । ଗତ ୨୪ ଘଣ୍ଟାରେ ବରଗଡ଼ ଜିଲ୍ଲା ଆମ୍ବାଭୋନାରେ ସର୍ବାଧିକ ୧୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଅତାବୀରାରେ ୧୨୦ ମିଲିମିଟର ବର୍ଷା ହୋଇଛି । ସମ୍ବଲପୁରର ଜୁଜୁମରା, ହୀରାକୁଦ ଓ ବୁର୍ଲାରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ବରଗଡ଼ ଜିଲ୍ଲାର ଭଟଲୀରେ ୧୧୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସୋନପୁର ଜିଲ୍ଲା ବୀରମହାରାଜପୁରରେ ୧୦୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ସେପଟେ ଚଳିତ ସପ୍ତାହରେ ରାଜ୍ୟବ୍ୟାପୀ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିସହ ଆଗାମୀ ୨୪ ଘଣ୍ଟା ପାଇଁ ୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେଉଁଝର, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।
ଅଧିକ ପଢ଼ନ୍ତୁ: ବଢ଼ିବ ବର୍ଷାର ପରିମାଣ, ଲଗାଣ ବର୍ଷା ପାଇଁ ୨ ଦିନ ସ୍କୁଲ ଛୁଟି
ଏପଟେ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବର୍ଷା ସହିତ ଜୋର୍ରେ ପବନ ବହିବାର ସମ୍ଭାବନା ରହିଛି । ସମୁଦ୍ର ଏହି ସମୟରେ ଅଶାନ୍ତ ରହିବାର ପୂର୍ବାନୁମାନ କରାଯାଉଛି । ତେଣୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ସେପଟେ କଟକରେ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ନିର୍ମାଣଧୀନ ରାସ୍ତା ଓ ଗାର୍ଡୱାଲ । ଚହଟା ବାଲି ଭୁଆଶୁଣି ନିକଟରେ ରାସ୍ତା ଧସିଛି । ଗତ ଦୁଇ ବର୍ଷ ହେଲା ଚାଲିଛି ନୂତନ ରାସ୍ତା ନିର୍ମାଣ । ତେବେ ଅଘଟଣ ପରେ ତଦନ୍ତ ଆରମ୍ଭ ହୋଇଛି । ସେହିପରି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଗତ ତିନି ଦିନ ଧରି ଲାଗି ରହିଥିବା ଝିପିଝିପି ବର୍ଷା ଯୋଗୁଁ ସିତାପାଲି ଘାଟି ରାସ୍ତାରେ ପାହାଡ଼ ଧସି ମାଟି, ପଥର ଓ ବଡ଼ ବଡ଼ ଗଛ ରାସ୍ତା ଉପରେ ପଡ଼ିଛି । ଫଳରେ ସିତାପାଲି ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories