Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୩ ଦିନ ପାଇଁ ଅରେଞ୍ଜ ଆଲର୍ଟ; ମେ' ୨ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Weather & Calamities

Orange Alert / ୩ ଦିନ ପାଇଁ ଅରେଞ୍ଜ ଆଲର୍ଟ; ମେ' ୨ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Sushanta Sahoo
Browse all articles by Sushanta Sahoo
·1 day ago·2 min read
୩ ଦିନ ପାଇଁ ଅରେଞ୍ଜ ଆଲର୍ଟ; ମେ' ୨ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
Heatwave & Storm Double Impact in Odisha

Key Points

ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଥିବା ଓଡ଼ିଶା ପାଇଁ ଆଶ୍ଵସ୍ତି । ଖରା ସହ ଜାରି ରହିବ କାଳବୈଶାଖୀ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ୩ ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ଭୁବନେଶ୍ଵର: ଦିନରେ ଅସହ୍ୟ ଗରମ ଓ ଗୁଳୁଗୁଳି, ସନ୍ଧ୍ୟାରେ କାଳବୈଶାଖୀ । ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଥିବା ଓଡ଼ିଶା ପାଇଁ ଆଶ୍ଵସ୍ତି । ଖରା ସହ ଜାରି ରହିବ କାଳବୈଶାଖୀ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ୩ ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେପଟେ ଆଜି ଝାରସୁଗୁଡ଼ାରେ ପାରଦ ୪୫ ଡିଗ୍ରୀ ପାର୍ କରିଛି । ୪୫.୩ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ଭାବେ ଉଭା ହୋଇଛି ।

ଖରା ଓ କାଳବୈଶାଖୀ ମଧ୍ୟରେ ଦିନ ଭଳି କିଛି ଜିଲ୍ଲାରେ ରାତି ବି ଉଷ୍ମ ରହିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ଅନୁସାରେ, ଦିନରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, ନୟାଗଡ଼ ଓ ବରଗଡ଼ରେ ଗ୍ରୀଷ୍ମ ପ୍ରବାହ ହେବ । ସେହିଭଲି ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର ଓ କଳାହାଣ୍ଡିରେ ଆଜି ରାତି ଉଷ୍ମ ରହିବାର ସମ୍ଭାବନା ଅଧିକ ରହିଛି ।

ଏଥିସହ ପଢ଼ନ୍ତୁ: ତାତି ସହ କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍‌ୱେଭ ଓ୍ବାର୍ଣ୍ଣିଂ

କାଳବୈଶାଖୀ ନେଇ ଆଲର୍ଟ

ମଙ୍ଗଳବାର କାଳବୈଶାଖୀ ନେଇ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି । ସନ୍ଧ୍ୟାରେ ଘଡ଼ଘଡ଼ି ସହ ବଜ୍ରପାତ ଆଶଙ୍କା ରହିଛି । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ସେହିଭଳି କାଳବୈଶାଖୀ ନେଇ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁ଼ଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ମଙ୍ଗଳବାର ଭଳି ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ବୁଧବାର ଅନୁଭୂତ ହେବ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାକୁ କାଳବୈଶାଖୀ ନେଇ ଅରେଞ୍ଜ ଆଲର୍ଟ ରହିଛି । ସେହିଭଳି ଗରମ ଓ ଗୁଳୁଗୁଳି ନେଇ ଅନୁଗୋଳ, କଳାହାଣ୍ଡି, ମୟୂରଭଞ୍ଜ, ବଲାଙ୍ଗିର, ବରଗଡ଼, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ୟେଲୋ ଆଲର୍ଟ ରହିଛି ।

ମୟୂରଭଞ୍ଜ, ବାଲେଶ୍ଵର, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ କାଳବୈଶାଖୀ ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି । ସେହିଭଳି ଗ୍ରୀଷ୍ମ ପ୍ରବାହ ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ ।

ଏଥିସହ ପଢ଼ନ୍ତୁ: ସାବଧାନ…ଏହିସବୁ ରାଜ୍ୟରେ ଖୁବଜୋରରେ ଝଡ଼ବର୍ଷା ସମ୍ଭାବନା…IMD ଜାରି କଲା ଆଲର୍ଟ 

ଅଶାନ୍ତ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ବାରଣ

ପାଣିପାଗ ବିଭାଗ ଅନୁସାରେ, ଏପ୍ରିଲ୍ ୨୮ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ମେ ୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସମୁଦ୍ର ଅତି ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ଏହି ସମୟରେ ଓଡ଼ିଶା ଉପକୂଳରେ ଏବଂ ଏହାର ବାହାର ଭାଗରେ ସମୟ ସମୟରେ ଘଣ୍ଟା ପ୍ରତି ୬୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସେହିଭଳି ମେ ୧ ଓ ୨ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ବହିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha on Orange Alert: Storms, Heatwave & Fishermen Warning Till May 2 | Argus News | Argus News