Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Punjab Flood / ପଞ୍ଜାବରେ ଭୟଙ୍କର ବନ୍ୟା, ୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

Smruti Parija
Browse all articles by Smruti Parija
·10 months ago·1 min read
ପଞ୍ଜାବରେ ଭୟଙ୍କର ବନ୍ୟା, ୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

Key Points

ପଞ୍ଜାବରେ ଭୟଙ୍କର ବନ୍ୟା

୭ ଯାଏଁ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ, ବିଶ୍ବବିଦ୍ୟାଳୟ ଛୁଟି

ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ

ଭୟଙ୍କର ବନ୍ୟା । ଜୁଆଡେ ଆଖି ବୁଲାଇବ ପାଣି ହିଁ ପାଣି । ଘରୁ ବାହାରିବା ମୁସ୍କିଲ୍ ହୋଇପଡିଲାଣି । ଉତ୍ତର-ପଶ୍ଚିମ ଭାରତରେ ତାଣ୍ଡବ ରଚିଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ପଞ୍ଜାବରେ ସମସ୍ତ ଶିକ୍ଷାନୁଷ୍ଠାନ(ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ) ଆଗାମୀ ୭ ଯାଏଁ ଛୁଟି ଘୋଷଣା କରାଯାଇଛି । ବନ୍ୟାସ୍ଥିତି ଦେଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି ସରକାର ।


ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଭୟାନକ: ଗଙ୍ଗା ନଦୀ ପରେ ଏବେ ଯମୁନା ନଦୀ ନେଉଛି ଭୟଙ୍କର ରୂପ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଉତ୍ତର-ଭାରତ ପାଇଁ ଆଇଏମଡି ରେଡ ଆଲର୍ଟ ଜାରି କରିଛି । ଗତ 24 ଘଣ୍ଟାରେ ଏତି କମ୍ ରେ 34 ଜଣଙ୍କର ମୃତ୍ୟୁ ହେଲାଣି । ଦିଲ୍ଲୀ, ପଞ୍ଜା, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ ମୌସୁମୀ ଜନିତ ବର୍ଷା ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି ।


1 ହଜାରରୁ ଅଧିକ ସଂଯୋଗକାରୀ ରାସ୍ତା ନଷ୍ଟ ହୋଇଯାଇଛି । ଫଳରେ ଅନେକ ସ୍ଥାନରେ ଛାତ୍ରଛାତ୍ରୀ ବନ୍ୟା ଜଳରେ ଫସି ରହିଛନ୍ତି । ପ୍ରବଳ ବର୍ଷା ପାଇଁ ପଞ୍ଜାବର 10ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଏନଡିଆରଏଫ, ଏସଡିଆରଏଫ, ଓ ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Sponsored
Punjab Flood | punjab-schools-closed-until-september-7-amid-worst-floods-argus-news | Argus News