Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Montha Impact / ରେଡକ୍ରସ ପକ୍ଷରୁ ପ୍ରଭାବିତ ଅଞ୍ଚଳ ଲୋକଙ୍କ ପାଇଁ ରିଲିଫ ପ୍ରସ୍ତୁତି

Rashmita Mishra
Browse all articles by Rashmita Mishra
·8 months ago·2 min read
ରେଡକ୍ରସ ପକ୍ଷରୁ ପ୍ରଭାବିତ ଅଞ୍ଚଳ ଲୋକଙ୍କ ପାଇଁ ରିଲିଫ ପ୍ରସ୍ତୁତି

Key Points

ସୁ ସୁ ଗର୍ଜନ କରି ମାଡିଆସୁଛି ମୋନ୍ଥା।
ମଙ୍ଗଳ ବାର ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ।
ବାତ୍ୟା "ମୋନ୍ଥା" ପ୍ରଭାବିତ ଅଞ୍ଚଳର ଲୋକ ମାନଙ୍କ ପାଇଁ ରେଡକ୍ରସ ପକ୍ଷରୁ ପ୍ରସ୍ତୁତ ହେଉଛି ରିଲିଫ ସାମଗ୍ରୀ

ସୁ ସୁ ଗର୍ଜନ କରି ମାଡିଆସୁଛି ମୋନ୍ଥା। ମୋନ୍ଥା ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। କାକିନାଡାରେ ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ। ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଗଜପତି ଜିଲ୍ଲା କାଶୀନଗର ବ୍ଳକ ପାର୍ତଡା ପଞ୍ଚାୟତର ଗରବାଠାରୁ ଲିଙ୍ଗା ରାସ୍ତାରେ ପାହାଡ଼ରୁ ଖସିଲା ପଥର । ଆଜି ସକାଳୁ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଘଟଣାସ୍ଥଳରେ ବ୍ଳକ ପ୍ରଶାସନର ଅଧିକାରୀ ପହଞ୍ଚି ରାସ୍ତାକୁ ସଫା କରିଛନ୍ତି।

ବାତ୍ୟା "ମୋନ୍ଥା" ପ୍ରଭାବିତ ଅଞ୍ଚଳର ଲୋକ ମାନଙ୍କ ପାଇଁ ରେଡକ୍ରସ ପକ୍ଷରୁ ପ୍ରସ୍ତୁତ ହେଉଛି ରିଲିଫ ସାମଗ୍ରୀ । ୨ ରୁ ୩ ହଜାର ରିଲିଫ ପ୍ୟାକେଟ ପ୍ରସ୍ତୁତ କରିଛି ରେଡକ୍ରସ। ଯେଉଁଥିରେ ଚୁଡ଼ା ୨ କିଲୋ, ଚିନି ୩୦୦, ଛତୁଆ ୧ କିଲୋ, ବିସ୍କୁଟ ୧ ପ୍ୟାକେଟ, କ୍ୟାଣ୍ଡେଲ ୨ ଟା, ଦିଆସିଲ ୧, ORS ୧ ଦିଆଯାଉଛି। ଏହି ରିଲିଫ ସାମଗ୍ରୀ ଭୁବନେଶ୍ୱରରେ ପ୍ରସ୍ତୁତ ହୋଇ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକୁ ଯିବ। ଏବଂ ସେଠାରେ ରେଡକ୍ରସର ସଦସ୍ୟ ଓ ଜିଲ୍ଲା ପ୍ରଶାସନ ସହାୟତାରେ ଲୋକଙ୍କ ପାଖରେ ପହଞ୍ଚାଯିବ।

ସେପଟେ ବାତ୍ୟା 'ମୋନ୍ଥା'ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୋନ୍ଥାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି । ସରକାର ଜିରୋ କାଜୁଆଲିଟି ଦିଗରେ କାର୍ଯ୍ୟ କରୁଛନ୍ତି ।"

ସରକାର ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି । ୨ ହଜାର ୪୮ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଏବେ ସୁଦ୍ଧା ୮ଟି ଜିଲ୍ଲାରେ ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଆବଶ୍ୟକ ସ୍ଥଳେ ଆଉ ୩୦ ହଜାର ୫୫୪ ଜଣଙ୍କୁ ଆଶ୍ରୟ ସ୍ଥଳୀକୁ ନେବା ପାଇଁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏବେ ସୁଦ୍ଧା ୧ ହଜାର ୮୭୧ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆଉ ୮୨୨ ଜଣଙ୍କୁ ସ୍ଥାନାନ୍ତର କରାଯିବ । ମୋଟ ୨ ହଜାର ୬୯୩ ଜଣ ଗର୍ଭବତୀ ସ୍ଥାନାନ୍ତରିତ ହେବେ । ବିଦ୍ୟୁତ୍ ଓ ପାଣି ବନ୍ଦୋବସ୍ତ ପାଇଁ ୩୯ଟି ଓଡ୍ରାଫ, ୧୨୩ଟି ଅଗ୍ନିଶମ, ୫ଟି NDRF ଟିମ୍‌ଙ୍କୁ ମୁତୟନ କରାଯାଇଛି ।

ପର୍ଯ୍ୟଟକଙ୍କୁ ଗୋପାଳପୁର, ମହେନ୍ଦଗିରି, ଦେଓମାଳି ଆଦି ପର୍ଯ୍ୟଟନ ସ୍ଥଳୀକୁ ବାରଣ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପ୍ରଭାବିତ ଜିଲ୍ଲାରେ ୩୦ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିଥିବା ବେଳେ ସ୍ଥିତି ଦେଖି ଆବଶ୍ୟକ ସ୍ଥଳେ ଛୁଟି ବୃଦ୍ଧି ହେବ । ଅଙ୍ଗନବାଡ଼ି ଛୁଆଙ୍କୁ ଘରେ ଖାଦ୍ୟ ପହଞ୍ଚା ଯାଉଛି ।

ଏହାସହ ପଢ଼ନ୍ତୁ: ବାତ୍ୟା "ମୋନ୍ଥା" ପ୍ରଭାବରେ ଲଗାଣ ବର୍ଷା; ପ୍ରବଳ ବର୍ଷାରେ ଫୁଲୁଛି ଜଳସ୍ତର, ଖୋଲିଲା ଜଳଭଣ୍ଡାର ଗେଟ୍…

ବର୍ଷା, ବାତ୍ୟା ସମୟରେ ସାପ କାମୁଡ଼ା ମାମଲା ବୃଦ୍ଧି ପାଇଥାଏ । ତେଣୁ ସ୍ଵାସ୍ଥ୍ୟକେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ୍ ରଖିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞତା ଥିବା ଡାକ୍ତର ନିୟୋଜିତ ହୋଇଛନ୍ତି । ଜଳବନ୍ଦୀ ସ୍ଥାନରେ ପମ୍ପ ସେଟ, ଜେନେରେଟ ରଖାଯାଇଛି । ଗାଈଗୋରୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି ।

ସରକାର ବାତ୍ୟା ମୁକାବିଲା ପାଇଁ ୩ ଦିନ ମଧ୍ୟରେ ପ୍ରସ୍ତୁତି ସାରିଛନ୍ତି । ବାତ୍ୟା ମୁକାବିଲା ପାଇଁ ଜିଲ୍ଲପାଳ ମାନଙ୍କୁ ଅଧିକ କ୍ଷମତା ଦିଆଯାଇଛି । ଯେଉଁଠି ଯାହା ଆବଶ୍ୟକ ଜିଲ୍ଲାପାଳମାନେ କାହାର ଅନୁମତି ନ ନେଇ ଜିରୋ କାଜୁଆଲିଟି ପାଇଁ ପଦକ୍ଷେପ ନେଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Montha Impact | Red Cross Prepares Relief for Affected Areas in Odisha | Argus News | Argus News