Cold Wave / ବଢୁଛି ଶୀତ, ୧୫ ଡିଗ୍ରି ତଳେ ୨୧ଟି ସ୍ଥାନର ତାପମାତ୍ରା
·10 months ago·2 min read

Key Points
ଶୀତରେ ଥରୁଛି ଓଡ଼ିଶା
ତଳମୁହାଁ ହେଉଛି ପାରଦ
ତଳମୁହାଁ ହେଉଛି ପାରଦ
ଓଡ଼ିଶାରେ ଶୀତ ଲହରୀ ଆରମ୍ଭ ହୋଇଛି। ହଠାତ୍ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହୋଇଥିବାବେଳେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି । ୨୧ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ଏହା ପଛକୁ ଜି.ଉଦୟଗିରିର ତାପମାତ୍ରା ୮.୭ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସେପଟେ ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ତଳମୁହାଁ ହେଉଛି ପାରଦ। ପାରଦ ଯେତିକି ଖସୁଛି ଶୀତ ସେତିକି ବଢ଼ିବାରେ ଲାଗିଛି ।
ତେବେ ଗତ କିଛି ଦିନ ହେଲା ଶିମିଳିପାଳ ଅଭୟାରଣ୍ୟ ତଥା ଶିମିଳିପାଳ ପାଦ ଦେଶ ଯଶିପୁର, ସୁକୃଳି, ରରୁଆଁ, କରଞ୍ଜିଆ, ଠାକୁର ମୁଣ୍ଡା ଅଞ୍ଚଳରେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି। ଗତ ଦୁଇ ଦିନ ମଧ୍ୟରେ ତାପମାତ୍ରା ସର୍ବନିମ୍ନ 06 ଡ଼ିଗ୍ରୀକୁ ଖସିଯାଇ ଥିବାବେଳେ, ଆଜିର ସର୍ବନିମ୍ନ ତାପମାତ୍ରା 05 ଡିଗ୍ରୀ ରହିଛି। ଉପରବାରାକାମୁଡ଼ା 05 ଡିଗ୍ରୀ, ଚହଲାରେ 07, ନଅଣାରେ 10, ବରେହିପାଣିରେ 10, ରାମତିର୍ଥରେ 14, ଗୁରୁଗୁଡ଼ିଆରେ 10 ଡ଼ିଗ୍ରୀ, ସାତକୋଶିଆରେ 15ଡିଗ୍ରୀ ରେକର୍ଡ ହୋଇଛି।
ଏଥିସହ ପଢ଼ନ୍ତୁ: ଗତ ୩ ଦିନ ଧରି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର
ତେବେ ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ନିଆଁ ପାଖରେ ବସି ରହୁଛନ୍ତି । ଏପରିକି ଘନ କୁହୁଡି ଯୋଗୁଁ ରାସ୍ତା ଘାଟ ମଧ୍ୟ ଠିକ୍ ସେ ଦେଖାଯାଉ ନାହିଁ । ପୂର୍ବ ବର୍ଷ ମାନଙ୍କରେ ତାପମାତ୍ରା ସୁନ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସି ଥିବା ନଜିର ଥିବା ବେଳେ ଚଳିତ ବର୍ଷ ପାରଦ ଆହୁରି ତଳକୁ ଖସିବାର ଅନୁମାନ କରାଯାଉଛି l

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ:
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୬ ଡିଗ୍ରି କମ୍ ରହିଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ। ଯାହାଦ୍ୱାରା ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। ଏହାପରେ ତାପମାତ୍ରା ୩-୪ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଭୁବନେଶ୍ୱର-କଟକ ତାପମାତ୍ରା ୩-୪ ଡିଗ୍ରି କମିଲା:
ଝାରସୁଗୁଡାର ତାପମାତ୍ରା ସ୍ୱାଭାବିକଠାରୁ ୬ ଡିଗ୍ରି ସେଲସିୟସ୍ କମ୍ ରହିଛି। ସେହିପରି ଅନୁଗୁଳର ରାତିର ତାପମାତ୍ରା ସ୍ୱାଭାବିକଠାରୁ୫.୨ ଡିଗ୍ରି ସେଲସିୟସ୍ କମ୍ ରହିଛି। ଭୁବନେଶ୍ୱର, କଟକ ଏବଂ ଟିଟଲାଗଡ଼ରେ ମଧ୍ୟ ସ୍ୱାଭାବିକଠାରୁ ୩-୪ ଡିଗ୍ରି ସେଲସିୟସ୍ କମ୍ ଥିବା ରେକର୍ଡ କରାଯାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics
Explore more stories