School Closed / ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଡ଼ ନିଷ୍ପତ୍ତି, ୨୨ ଯାଏଁ ସମସ୍ତ ସ୍କୁଲ-କଲେଜ ଛୁଟି
·2 hours ago·2 min read

Key Points
ସୋମବାରଠାରୁ ତିନ ଦିନ ସ୍କୁଲ, କଲେଜ ଛୁଟି ଘୋଷଣା
ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ ଛୁଟି ଘୋଷଣା
୨୦, ୨୧ ଓ ୨୨ ଯାଏଁ ଛୁଟି ଘୋଷଣା କଲେ ସମ୍ବଲପୁର ଜିଲ୍ଲାପାଳ

ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ସମ୍ବଲପୁରରେ ସୋମବାରଠୁ ୩ ଦିନ ସମସ୍ତ ସରକାରୀ, ଘରୋଇ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି । ଅର୍ଥାତ ୨୨ ଯାଏଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
ତେବେ ପୂର୍ବରୁ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ ଓ ସୁବର୍ଣ୍ଣପୁରରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ବଲାଙ୍ଗିର, କଳାହାଣ୍ଡି ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ । ସେହିପରି ସୁବର୍ଣ୍ଣପୁର ଓ ବୌଦ୍ଧରେ ୨୨ ଯାଏଁ ସ୍କୁଲ, କଲେଜ ଛୁଟି । ସ୍କୁଲ ଓ କଲେଜ ସହ ବୈଷୟିକ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିବ ।
ସେପଟେ ଉପକୂଳକୁ ଗୁଳୁଗୁଳିରୁ ତ୍ରାହି ନଥିବା ବେଳେ ଜଳୁଛି ପଶ୍ଚିମ ଓଡ଼ିଶା । କିନ୍ତୁ ଏଥିରେ ଆଶ୍ବସ୍ତି ଆଣିବ କାଳବୈଶାଖୀ । ବର୍ତ୍ତମାନ ଖରା ଓ ଛାଇର ଲୁଚକାଳି ଭିତରେ ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ହିଟ୍ଓ୍ବେଭ୍ ସହ ଉପକୂଳର ୧୧ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ,ନୟାଗଡ, ଜଗତସିଂହପୁର, ରାୟଗଡା, କୋରାପୁଟ, ଗଂଜାମ, ଗଜପତି ଓ ମାଲକାନଗିରି ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଦିନ ଅର୍ଥାତ ୨୦ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବ ସହ ୨୩ ଯାଏ ତାତିରୁ ତ୍ରାହି ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ୨୪ ଘଣ୍ଟାରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories