Weather Update / ଦକ୍ଷିଣପଶ୍ଚିମ ମୌସୁମୀବାୟୁ ପାଇଁ ପାଗ ଅନୁକୂଳ: ୫ ଦିନ ଯାଏଁ କାଳବୈଶାଖୀ ପ୍ରଭାବ
·1 hour ago·2 min read

Key Points
ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ।
‘ଏକ୍ସ’ରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ଚଳିତ ସପ୍ତାହର ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବା ଆଶା ।
ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆସିବା ସମ୍ଭାବନା ।

ଆଗାମୀ ୫ ଦିନ ଯାଏଁ କାଳବୈଶାଖୀ ପ୍ରଭାବ । ସକାଳେ ଖରା ହେଉଥିବା ବେଳେ ସନ୍ଧ୍ୟାରେ କାଳବୈବୈଶାଖୀ ବର୍ଷା ହେଉଛି । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୧୭ଟି ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ଥିବାବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଆଗାମୀ ୨ ଦିନ ଭିତରେ ୨-୪° ପର୍ଯ୍ୟନ୍ତ ବଢ଼ିପାରେ ତାପମାତ୍ରା ।
ସେପଟେ ଦକ୍ଷିଣପଶ୍ଚିମ ମୌସୁମୀବାୟୁ ପାଇଁ ପାଗ ଅନୁକୂଳ ହେଉଛି । ଏଥର ସ୍ୱାଭାବିକ ସମୟ ମଧ୍ୟରେ ଆସିବ ମୌସୁମୀ । ଚଳିତ ସପ୍ତାହର ଶେଷ ଆଡକୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ‘ଏକ୍ସ’ରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ପ୍ରତିବର୍ଷ ମେ ୧୮ ରୁ ୧୯ ମଧ୍ୟରେ ପ୍ରାୟତଃ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ । ଏହା ପରେ ଆଗକୁ ବଢ଼ି କେରଳ ନିକଟରେ ଜୁନ୍ ପ୍ରଥମ ସପ୍ତାହରେ ପହଞ୍ଚିଥାଏ । କେରଳ ଛୁଇଁବାର ୧୦ ରୁ ୧୨ ଦିନ ମଧ୍ୟରେ ଓଡ଼ିଶାକୁ ଅଗ୍ରସର ହୋଇଥାଏ ମୌସୁମୀ । କିନ୍ତୁ ଚଳିତବର୍ଷ ଏହି ପ୍ରକ୍ରିୟା ସଅଳ ହେବ। ଏପରିକି ସ୍ବାଭାବିକ ଠାରୁ ଅଧିକ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଏଥିସହ ପଛନ୍ତୁ: ଆସୁଛି ଲଘୁଚାପ,ହେଲେ କେଉଁ ଦିଗରେ ଗତି କରିବ ସ୍ପଷ୍ଟ ହୋଇନି
ସେପଟେ ଗତକାଲି ସୃଷ୍ଟି ହୋଇଛି ଲଘୁଚାପ । ଉତ୍ତର ଶ୍ରୀଲଙ୍କା ଉପକୂଳ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବାୟୁମଣ୍ଡଳର ଉପରିଭାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଲଘୁଚାପ କ୍ଷେତ୍ର ବାୟୁମଣ୍ଡଳର ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ ଓ ଏହା କେଉଁ ଦିଗରେ ଗତି କରିବ ତାହା ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତିଯେ ଆଜି ଠାରୁ ମେ ୧୩ ତାରିଖ ଭିତରେ ଦକ୍ଷିଣ-ପଶ୍ଚିମରୁ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଧିକ । ମେ’ ମାସ ମଧ୍ୟଭାଗରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ତଥାପି ଏହା ବାତ୍ୟା ରୂପ ନେବ କି ନା, ତାକୁ ନେଇ ଅନିଶ୍ଚିତତା ରହିଛି` ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories