Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Update / ରାଜ୍ୟରେ ୧୨ ତାରିଖ ଯାଏଁ ପ୍ରବଳ ଶୀତ

Rashmita Mishra
Browse all articles by Rashmita Mishra
·7 months ago·2 min read
ରାଜ୍ୟରେ ୧୨ ତାରିଖ ଯାଏଁ  ପ୍ରବଳ ଶୀତ
Weather

Key Points

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡିଶା
ପଶ୍ଚିମରୁ ଉତ୍ତର ଆଉ ଦକ୍ଷିଣରୁ ଉପକୂଳ ସବୁଠି ଶୀତର ଲହରୀ
ରାଜ୍ୟରେ ୧୨ ତାରିଖ ଯାଏଁ ପ୍ରବଳ ଶୀତକୁ ନେଇ ପାଣିପାଗ ବିଭାଗର ଆଲର୍ଟ
ଆହୁରି ୪୮ ଘଣ୍ଟା ଘନ କୁହୁଡିର ରହିବ ପ୍ରଭାବ

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡିଶା । ଥରୁଛି ପଶ୍ଚିମରୁ ଉତ୍ତର ଆଉ ଦକ୍ଷିଣରୁ ଉପକୂଳ । ଯୁଆଡେ ଦେଖିବ ଶୀତର ଲହରୀ ଜାରି ରହିଥିବା ବେଳେ ରାଜ୍ୟରେ ୧୨ ଯାଏଁ ପ୍ରବଳ ଶୀତକୁ ନେଇ ଶୀତ ଲହରୀ ବା କୋଲଡ ୱେବ ଜାରି କଲା ପାଣିପାଗ ବିଭାଗ ।

ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରୀ ବହିପାରେ। ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ ପବନ ମାଡ଼ ଛଟପଟ କରିବ। ପାଣିପାଗ ବିଭାଗ ଏହି ଆକଳନ କରିଛି। ୧୩ ତାରିଖରୁ ରାଜ୍ୟରେ ଶୀତ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

୯ ତାରିଖ (ମଙ୍ଗଳବାର) ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁଗୁଡ଼ାରେ ଶୀତ ଲହରୀ ବହିପାରେ। ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ବି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଲଗାତର ଦ୍ୱିତୀୟ ଦିନ ପାଇଁ ଜି.ଉଦୟଗିରିର ରାତି ତାପମାତ୍ରା ୫ ଡିଗ୍ରୀ ତଳେ ରହିଛି।

ଅହୁରି ପଢ଼ନ୍ତୁ: ବାରବାଟୀ ଷ୍ଟାଡିୟମକୁ ଯିବା ବେଳେ କ'ଣ ନେବା ମନା ଜାଣନ୍ତୁ...

ରବିବାର ରାତିରେ ଏଠାରେ ତାପମାତ୍ରା ୪.୩ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୧.୯ ଓ କଟକରେ ରାତି ତାପମାତ୍ରା ୧୧.୮ ଡିଗ୍ରୀ ରହିଥିଲା। ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୦ ତାରିଖ ଯାଏ ଶୀତ ଜାରି ରହିବ। ଉତ୍ତର ଆଭ୍ୟନ୍ତର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଓ ପଶ୍ଚିମ ଓଡ଼ିଶା ସମ୍ବଲପୁରରୁ ନବରଙ୍ଗପୁର ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ୨୧ ତାରିଖ ପରେ ରାତି ତାପମାତ୍ରା କିଛି ବଢ଼ିପାରେ। ବାଲେଶ୍ୱରରୁ ଗଞ୍ଜାମ ଯାଏ ଉପକୂଳ ଜିଲ୍ଲା ଓ ସଂଲଗ୍ନ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ଗଜପତି ଜିଲ୍ଲାରେ ୧୧ ତାରିଖ ରାତିରେ ଶୀତ ବଢ଼ିପାରେ ।

ଏଥିସହ ପଢ଼ନ୍ତୁ: ଇଣ୍ଡିଆ ଟିମ ସିରିଜ ଜିତିବା ପରେ ICC ନେଲା ବଡ଼ ଆକ୍ସନ, ଭାରତୀୟ ଟିମ୍‌କୁ ଲାଗିଲା ଭାରି ଜରିମାନା 


ସେପଟେ ୧୦ ତାରିଖରୁ କୋରାପୁଟ, କନ୍ଧମାଳ ,କଳାହାଣ୍ଡି ,ସୋନପୁର, ଅନୁଗୁଳ, ସୁନ୍ଦରଗଡ ଝାରସୁଗୁଡା, କଟକ, ଖୋର୍ଦ୍ଧା ଓ ଜଗତସିଂହପୁରକୁ ୧୨ ତାରିଖ ଯାଏଁ ପ୍ରବଳ ଶୀତ ପାଇଁ ଶୀତ ଲହରୀ ଜାରି କରିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟର ଅନେକ ସ୍ଥାନରେ ଘନ ଦୃଶ୍ୟମାନ ହେଉଥିବା ବେଳେ ଆହୁରି ୨୪ ଘଣ୍ଟା ଘନ କୁହୁଡିର ପ୍ରଭାବ ରହିବ ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Update | Strong Cold Wave Sweeping the State — Cold Alert Until 12th | Argus News