Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏକା ସାଙ୍ଗେ ଦେଖାଯିବ ବନ୍ୟା, ମରୁଡ଼ି ! ଅକ୍ଟୋବର ପର୍ଯ୍ୟନ୍ତ ରହିପାରେ ଗ୍ରୀଷ୍ମ ପ୍ରବାହ

Weather & Calamities

Weather Alert / ଏକା ସାଙ୍ଗେ ଦେଖାଯିବ ବନ୍ୟା, ମରୁଡ଼ି ! ଅକ୍ଟୋବର ପର୍ଯ୍ୟନ୍ତ ରହିପାରେ ଗ୍ରୀଷ୍ମ ପ୍ରବାହ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଏକା ସାଙ୍ଗେ ଦେଖାଯିବ ବନ୍ୟା, ମରୁଡ଼ି ! ଅକ୍ଟୋବର ପର୍ଯ୍ୟନ୍ତ ରହିପାରେ ଗ୍ରୀଷ୍ମ ପ୍ରବାହ
IMD Warns of Weak Monsoon

Key Points

ପ୍ରଭାବିତ ହୋଇପାରେ ବିଶ୍ବ ପାଣିପାଗ
ଏକା ସାଙ୍ଗେ ଦେଖାଯିବ ବନ୍ୟା, ମରୁଡ଼ି !
ମୌସୁମୀରେ କମିପାରେ ବର୍ଷା ପରିମାଣ
ଚାଷ ପ୍ରଭାବିତ ହେବା ଆଶଙ୍କା
ଭୁବନେଶ୍ଵର: ବହୁ ବର୍ଷ ପରେ ଆସୁଛି ସୁପର୍ ଏଲ ନିନୋ । ଜୁନରୁ ହେବ ସକ୍ରିୟ । ପାଣିପାଗରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ । ବିଶେଷଜ୍ଞ କହିଛନ୍ତି- ସୁପର ଏଲ-ନିନୋ ପ୍ରଭାବରେ ମୌସୁମୀ ବର୍ଷାରେ ଲାଗିବ ବ୍ରେକ୍, ଅକ୍ଟୋବର ଯାଏଁ ରହିବ ତାତି । ମରୁଡ଼ି ହେବାର ଆଶଙ୍କା ମଧ୍ୟ ଅଧିକ ରହିଛି । ଆଉ ଚାଷ ବି ପ୍ରଭାବିତ ହୋଇପାରେ ।

ଉତ୍ତପ୍ତ ହେଉଛି ପ୍ରଶାନ୍ତ ମହାସାଗରର ଜଳ । ସମୁଦ୍ର ପତ୍ତନର ତାପମାତ୍ରା ବୃଦ୍ଧି ପାଉଛି । ମାଡ଼ି ଆସୁଛି ସୁପର -ଏଲ-ନିନୋ । ଏଭଳି କିଛି ପୂର୍ବାନୁମାନ କରିଛି ବିଶ୍ୱ ପାଣିପାଗ ସଂସ୍ଥାନ । ମୌସୁମୀକୁ ବାଧା ଦେବ ସୁପର ଏଲନିନୋ । ଚଳିତ ବର୍ଷ ଦେଶରେ ସ୍ଵାଭାବିକଠାରୁ କମ୍ ମୌସୁମୀ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହାକୁ ନେଇ ଘାରିଲାଣି ଚିନ୍ତା ।

ଏଥିସହ ପଢ଼ନ୍ତୁ: ତାତିରୁ ତ୍ରାହି ନାହିଁ: ଆଜିଠୁ ଆହୁରି ବଢ଼ିବ ତାତି, ଆଗାମୀ ୫ ଦିନ ଯାଏଁ ହିଟ୍‌ୱେଭ ଆଲର୍ଟ ଜାରି 

କାରଣ ଗୁରୁତର ଭାବେ ପ୍ରଭାବିତ ହୋଇପାରେ ଚାଷ । ଆସନ୍ତା ଜୁନ୍ ମାସରୁ ସକ୍ରିୟ ହୋଇପାରେ ସୁପର ଏଲନିନୋ । ଯାହା ଏବେ ନ୍ୟୁଟ୍ରାଲ ଫେଜରେ ରହିଛି । ସୁପର ଏଲନିନୋ ଆକ୍ଟିଭ୍ ରହିଲେ, ବିଶ୍ଵ ସ୍ତରରେ ତାପମାତ୍ରା ଅହେତୁକ ଭାବେ ବଢ଼ିଯିବ । ଫଳରେ ମୌସୁମୀ ବର୍ଷାରେ ବ୍ରେକ୍ ଲାଗିବା ସହିତ ଅକ୍ଟୋବର ଯାଏ ଗ୍ରୀଷ୍ମ ସ୍ଥିତି ରହିବ । ଏହାଦ୍ବାରା ମରୁଡ଼ି ଆଶଙ୍କା ଯଥେଷ୍ଟ ରହିଛି ।

ଅତୀତରେ ୧୯୯୭ ଏବଂ ୨୦୦୬ ଭଳି ବଡ଼ ଏଲ୍ ନିନୋ ବର୍ଷରେ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ଓଡ଼ିଶା ବଡ଼ଧରଣର ମରୁଡ଼ିରୁ ବର୍ତ୍ତି ଯାଇଥିଲା । କିନ୍ତୁ ୧୯୮୨, ୧୯୮୭ ଏବଂ ୨୦୦୯ ମସିହାରେ ଏଲ୍ ନିନୋ ଯୋଗୁଁ ରାଜ୍ୟରେ ପ୍ରବଳ ମରୁଡ଼ି ଓ କୃଷିହାନୀ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ମାଡ଼ି ଆସିଲା କଳାହାଣ୍ଡିଆ ମେଘ; ତାତିରୁ ମିଳିଲା ତ୍ରାହି 

ଅନ୍ୟପଟେ ୨୦୦୨, ୨୦୦୪, ୨୦୧୫ ଏବଂ ୨୦୧୮ 2018 ଭଳି ଆଂଶିକ ପ୍ରଭାବିତ ବର୍ଷ ଗୁଡ଼ିକରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ କେତେକ ଆଞ୍ଚଳିକ ପକେଟ୍‌ରେ ଘୋର ମରୁଡ଼ି ଦେଖାଯାଇଥିଲା । ତେବେ IMD କେବଳ କମ୍ ମୌସୁମୀ ବର୍ଷା ନେଇ ଆକଳନ କରିଥିବା ବେଳେ, ସୁପର ଏଲ୍‌ ନିନୋ ସମ୍ପର୍କରେ ପୂର୍ବାନୁମାନ କରିଛି ବିଶ୍ଵ ପାଣିପାଗ ସଂସ୍ଥା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Super El Niño Alert: Heatwave May Continue Till October in Odisha | Argus News | Argus News