Cyclone Update / ଆଜି ଅବପାତ ଓ ୪୮ ଘଣ୍ଟାରେ ବାତ୍ୟା!
·7 months ago·2 min read

Key Points
ଆସନ୍ତା ୨୬ କିମ୍ବା ୨୭ ତାରିଖରେ ବାତ୍ୟା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ୨୫ ତାରିଖ ପରେ ବର୍ଷା ପରିମାଣ ବଢିବ । ସେହିପରି ବାତ୍ୟା ସ୍ଥିତି ଭିତରେ ଚିନ୍ତା ବଢାଇଛି ଆଉ ଏକ ଲଘୁଚାପ ।
ମାଲାକା ସମୁଦ୍ର ସନ୍ଧିରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଘନୀଭୂତ ହୋଇକି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ପୁଣି ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଆଜି ଅବପାତରେ ପରିଣତ ହେବ। ଆସନ୍ତା ୨୬ କିମ୍ବା ୨୭ ତାରିଖରେ ବାତ୍ୟା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ୨୫ ତାରିଖ ପରେ ବର୍ଷା ପରିମାଣ ବଢିବ । ସେହିପରି ବାତ୍ୟା ସ୍ଥିତି ଭିତରେ ଚିନ୍ତା ବଢାଇଛି ଆଉ ଏକ ଲଘୁଚାପ ।
ବର୍ତ୍ତମାନ ସୃଷ୍ଟ ଲଘୁଚାପ ପ୍ରଭାବରେ ୨୫-୨୬ ତାରିଖ ବେଳକୁ ବାତ୍ୟା ଆଶଙ୍କା ରହିଛି । ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ କ୍ଷେତ୍ର ଯୋଗୁଁ ମଡେଲ ମାନଙ୍କ ମଧ୍ୟରେ ଅସମାନତା, ରାଜ୍ୟରେ ଏହାର କିପରି ପ୍ରଭାବ ରହିବ ତାହା କାଲି ସନ୍ଧ୍ୟା ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ।
ଏହାସହ ପଢ଼ନ୍ତୁ: ବାପ୍ରେ ବାପ୍ କି କୁହୁଡ଼ି ! ଘରୁ ବାହାରିଲେ କିଛି ଦିଶୁନି.. ଦେଖନ୍ତୁ ଭିଡିଓ
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପୁରା ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ । NDRF, ଓଡ୍ରାଫ, ଅଗ୍ନିଶମ ଆଦି ସବୁ ବିଭାଗ ସଜାଗ ଅଛନ୍ତି । ଲୋକେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ଗତ ୧୦୦ ବର୍ଷର ରେକର୍ଡ କହୁଛି, ନଭେମ୍ବର ୧୫ ତାରିଖ ପରେ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେଲେ ତାର ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ।
ଡିସେମ୍ବର ୨ ତାରିଖରେ ଏହା ଓଡ଼ିଶା ଉପକୂଳରେ ମାଡ଼ ହେବ। ଆଉ ଏକ ପାଣିପାଗ ମଡେଲ୍ ECMWF ଅନୁସାରେ ଦକ୍ଷିଣ - କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୫ରୁ୨୬ ଭିତରେ ସୃଷ୍ଟି ହେବ ବାତ୍ୟା । ଡିସେମ୍ବର ୧-୨ ତାରିଖ ବେଳକୁ ଓଡ଼ିଶା ଉପକୂଳ ଛୁଇଁ ଅତିକ୍ରମ କରିବ। ପାଣିପାଗ ମଡେଲ୍ ସ୍କାଏମେଟର ଆକଳନ ଅନୁସାରେ ବାତ୍ୟା ତାମିଲନାଡୁ-ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ।
ଏହାସହ ପଢ଼ନ୍ତୁ: ବଢିଲା ରାତିର ତାପମାତ୍ରା... ଶୀତ ଗାଏବ
ପାଣିପାଗ ବିଶେଷଜ୍ଞ ବିଶ୍ଵଜିତ ସାହୁଙ୍କ ଆକଳନ ଅନୁସାରେ ମାଲାସ୍କା ସହ ଶ୍ରୀଲଙ୍କା ଉପକୂଳରେ ବି ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ସେପଟେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଅନୁସାରେ ବାତ୍ୟା ନେଇ ୨୫ ବା ୨୬ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ । ବାତ୍ୟାର ଗତିପଥ ଏବଂ ଓଡ଼ିଶା ଉପରେ ପ୍ରଭାବ ନେଇ ଆଉ ଗୋଟିଏ ଦିନ ପରେ ଜଣାପଡ଼ିବ। ତେବେ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । କିନ୍ତୁ ୧୦୦ ବର୍ଷର ରେକର୍ଡ କହୁଛି ନଭେମ୍ବର ୧୫ ପରେ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେଲେ ତାର ପ୍ରଭାବ ଓଡିଶା ଉପରେ ପଡ଼ିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories