Videos
|
Weather-calamities

Weather Up / ଆଜିଠୁ ୨୮ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Smruti Parija
Browse all articles by Smruti Parija
·10 months ago·2 min read
ଆଜିଠୁ ୨୮ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Key Points

ସାରା ରାଜ୍ୟରେ ବିଜୁଳି ଘଡଘଡି ପାଇଁ ସତର୍କତା ଜାରି

ଆହୁରି ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆଜିଠୁ ୨୮ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ଆହୁରି ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସାରା ରାଜ୍ୟରେ ବିଜୁଳି ଘଡଘଡି ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ବର୍ତ୍ତମାନ ଉତ୍ତରର ଓଡିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି । ଏହା ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଏଥିସହ ଆଜି ଏକ ଘୁର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ ଆଡକୁ ଗତି କରିବ । ପ୍ରଭାବରେ ଆସନ୍ତାକାଲି ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ପଶ୍ଚିମ ଦିଗକୁ ଗତି କରିବା ସହ ସେପ୍ଟେମ୍ବର ୨୬ ତାରିଖ ରେ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।




ଆହୁରି ପଢନ୍ତୁ ସମ୍ବଲପୁରରେ ପ୍ରବଳ ବର୍ଷା, ସହରର ତଳିଆ ଅଞ୍ଚଳରେ ପଶିଲା ପାଣି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ସେପ୍ଟେମ୍ବର ୨୭ ତାରିଖ ପାଖାପାଖି ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଉଭୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବିଜୁଳି ଘଡଘଡି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ବିଭାଗ । ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ସହ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।


ଆହୁରି ପଢନ୍ତୁ ବର୍ଷା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ


ସେହିପରି ଆସନ୍ତାକାଲି ସାରା ଓଡ଼ିଶାରେ ବିଜୁଳି ଘଡଘଡି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ବିଭାଗ । ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ସହ ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରି ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମେଘୁଆ ପାଗ ସହ ସମୁଦ୍ର ଉପକୂଳରେ ୩୫ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ୨୮ ସେପ୍ଟେମ୍ବର ଯାଏ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ସମ୍ବଲପୁର ବୁର୍ଲାରେ ସର୍ବାଧିକ ବର୍ଷା ୨୨୬ ମିମି ରେକର୍ଡ କରାଯାଇଛି ।


ଆହୁରି ପଢନ୍ତୁ ଆଗକୁ ଆସୁଛି ବଡ଼ ବର୍ଷା, ନବରାତ୍ରରେ ୨ଟି ନୁହେଁ ୩ଟି ଲଘୁଚାପ


Related Topics

Explore more stories

Weather Up | weather-update-odisha-expecting-heavy-rain-for-next-four-days | Argus News