Videos
|
Weather-calamities

Daringbadi Cold Wave / ଫେରିଲା ଶୀତ, ଥରୁଛି ଦାରିଙ୍ଗବାଡ଼ି...

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଫେରିଲା ଶୀତ, ଥରୁଛି ଦାରିଙ୍ଗବାଡ଼ି...

Key Points

କନ୍ଧମାଳ ଜିଲ୍ଲାରେ ପାରଦ ତାଳମୁହାଁ । ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ସହ ପ୍ରବଳ ଶୀତ ଅନୁଭୂତ ହେଉଛି ।
କନ୍ଧମାଳ ଜିଲ୍ଲାରେ ପାରଦ ତାଳମୁହାଁ । ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ସହ ପ୍ରବଳ ଶୀତ ଅନୁଭୂତ ହେଉଛି । ଆଜି ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଓ ଫୁଲବାଣୀରେ ୧୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତ ୫ଦିନ ହେବ ପାରଦ ଖସିବାରେ ଲାଗିଛି l ପ୍ରବଳ ଜାଡ଼ ଯୋଗୁଁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି । ସକାଳୁ ଘନ କୁହୁଡ଼ି ଯୋଗୁଁ ରାସ୍ତା ଭଲସେ ଦୃଶ୍ୟମାନ ହେଉନାହିଁ । ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି ।ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି। ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ଆହୁରି ବଢିବ ଶୀତ, ୩ରୁ ୪ ଡିଗ୍ରୀ ଖସିବ ପାରଦ

ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ ବୋଲି ସୂଚନା ରହିଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ଏକ ସପ୍ତାହ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ସୋମବାର ରାତିର ତାପମାତ୍ରା ଅନେକ ସ୍ଥାନରେ ୨ ଡିଗ୍ରୀ ଖସିଛି । ଦାରିଙ୍ଗିବାଡ଼ି, ଫୁଲବାଣୀ, କୋରାପୁଟ, ଭଦ୍ରକ,ଝାରସୁଗୁଡ଼ା, ଅନୁଗୁଳ ଆଦି ୬ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗିବାଡ଼ିରେ ରବିବାର ୧୯ ଡିଗ୍ରୀ ଥିବାବେଳେ ଏହା ଧିରେ ଧିରେ ତଳକୁ ଖସିଥିଲା । କୋରାପୁଟରେ ଶନିବାରର ତାପମାତ୍ରା ୧୫.୮ ଡିଗ୍ରୀ ଥିବାବେଳେ ଏହା ବଢ଼ି ୧୬ ଡିଗ୍ରୀ ହୋଇଛି । ସେହିପରି ଫୁଲବାଣୀରେ ୦.୫ ଡିଗ୍ରୀ ବଢ଼ି ରବିବାର ରାତିରେ ୧୮.୫ ଡିଗ୍ରୀ ହୋଇଛି ।
ଏହାସହ ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା।

ଏଥିସହ ପଢ଼ନ୍ତୁ: କାର୍ତ୍ତିକ ମାସ ଗଲା ପରେ ରାଜ୍ୟରେ ବଢ଼ିଲା ଶୀତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖସିବ ରାତି ପାରଦ। ଶୁକ୍ରବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀ ଥିଲା । ଶନିବାର ଏହା ୧୧ ଡିଗ୍ରୀକୁ ଖସିଛି । ସୋମବାର ସକାଳୁ ସକାଳୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ରାଜ୍ୟକୁ ଫେରିଲା ଶୀତ। ଜାଡ ଭାଙ୍ଗୁଛି ହାଡ। ଖସୁଛି ପାରଦ, ବଢୁଛି ଶୀତ। ଜାଡରେ ଜଡସଡ ସାରା ଓଡ଼ିଶା। ଆଗାମୀ ଦିନରେ ରାତି ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡିଶାରେ ଜାଡ ସହ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ଥଣ୍ଡା ଏତେ ଅନୁଭୂତ ହେଉଛି ଯେ, ଘନକୁହୁଡି କାରଣରୁ ଅଧିକ ଥଣ୍ଡା ହେଉଛି।

ଅଧିକ ପଢ଼ନ୍ତୁ ତାପମାତ୍ରା ଖବର:

Related Topics

Explore more stories

Daringbadi Cold Wave | Winter Returns: Daringbadi Shivers Again as Cold Wave Hits Odisha | Argus News | Argus News