Heavy Rain Alert / ଗୋଟିଏ ନୁହେଁ ପଛକୁ ପଛ ୩ ଲଘୁଚାପ !

Key Points
ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା
ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବା ସମ୍ଭାବନା
ଆଜି ପାଇଁ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଲଘୁଚାପରେ ପରିଣତ ହେଲା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ।ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଦିଗ କରି ଆସନ୍ତାକାଲି ଅବପାତରେ ପରିଣତ ହେବ । ଉତ୍ତର ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ ।
ପରବର୍ତ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ।ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ବର୍ଷାର ପ୍ରଭାବ ରହିବ । ବିଜୁଳି, ଘଡଘଡି ଓ ଝଟକା ପବନ ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ,କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଏଥିସହ ପଢ଼ନ୍ତୁ: ସୃଷ୍ଟି ହେଲା ଲଘୁଚାପ, ସପ୍ତାହେ ଯାଏଁ ପ୍ରବଳ ବର୍ଷା ସମ୍ଭାବନା: ୨୦ ଜିଲ୍ଲାକୁ ଆଲର୍ଟ
ଆସନ୍ତାକାଲି ଉପକୂଳବର୍ତ୍ତୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି ,କୋରାପୁଟ,ରାୟଗଡ଼ା,ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ,ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଅକ୍ଟୋବର ୨୬ରେ ବର୍ଷା ବଢିବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ବଦଳୁଛି ପାଣିପାଗ । କାର୍ତ୍ତିକ ଆରମ୍ଭ ହୋଇଥିଲେ ବି ଥଣ୍ଡା ପଡ଼ୁନି । ସେପଟେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଓଡ଼ିସା ସହ ଦେଶରୁ ଅପସାରଣ ହୋଇଥିଲେ ବି ପାଦ ବଦଳୁନି । ଏହାରି ଭିତରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ସୃଷ୍ଟି ହୋଇଛି । 'ଲା ନୀନା' ପ୍ରଭାବରେ ଅସ୍ଵାଭାବିକ ହୋଇପଡ଼଼ିଛି ଜଳ ବାୟୁ ।
ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଚଳିତବର୍ଷ ରାଜ୍ୟରେ ଶୀତ କମ୍ ଅନୁଭୂତ ହେବ । ସ୍ଵାଭାବିକ ଠାରୁ ଉପରେ ରହିବ ରାତି ତାପମାତ୍ରା । ଏଥିସହ ଚଳିତ ମୌସୁମୀ ପରବର୍ତ୍ତୀ ଋତୁ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ ଏଭଳି ଆକଳନ ଲୋକଙ୍କୁ ବି ଚିନ୍ତାରେ ପକାଇଛି ।
ଅଧିକ ପଢ଼ନ୍ତୁ ପାଣିପାଗ ସମ୍ପର୍କିତ ଖବର ...
📱 Get Argus News App
✨Related Topics
Explore more stories