IMD Cyclone Warning / ଶ୍ରୀଲଙ୍କାରେ ତାଣ୍ଡବ ପରେ ଭାରତ ମୁହାଁ 'ଡିଟଓ୍ବା', ଏହି ସବୁ ରାଜ୍ୟକୁ ଜାରି ହେଲା ରେଡ୍ ଆଲର୍ଟ
·7 months ago·2 min read

Key Points
ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଭାରତ ମୁହାଁ ବାତ୍ୟା ଡିଟୱା
ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ
ଏନଡିଆରଏଫ ଓ ଏସଡିଆରଏଫ ସଜାଗ

ଶ୍ରୀଲଙ୍କାର ତାଣ୍ଡବ ରଚିବା ପରେ ଭାରତ ମୁହାଁ ବାତ୍ୟା ଡିଟୱା । ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ । ବାତ୍ୟା ଉତ୍ତର ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇଛି । ଆସନ୍ତା ୨ ଦିନ ଧରି ତାମିଲନାଡୁ, ଆନ୍ଧ୍ର ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଶ୍ରୀଲଙ୍କା ପରେ ଭାରତ ମୁହାଁ ବାତ୍ୟା ଡିଟଓ୍ବା । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ତାମିଲନାଡୁରେ ୧୦୦ କିଲୋମିଟର ବେଗରେ ପବନ ବହିପାରେ । ଶ୍ରୀଲଙ୍କା ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଡିଟୱା ଯୋଗୁ ଦକ୍ଷିଣ ଭାରତରେ ଜାରି ରହିଛି ପ୍ରବଳ ବର୍ଷା । ଆଇଏମଡି ଅନୁସାରେ ଆଜି ଓ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ, ୟାନମ୍ ଏବଂ ରାୟଲସୀମାରେ ଡିସେମ୍ବର ୨ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ । ଏଥିପାଇଁ ସମସ୍ତ ପ୍ରକାର ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛି ଏନଡିଆରଏଫ ଓ ଏସଡିଆରଏଫ ଟିମ୍ । ଏଥିସହ ସେନା ମଧ୍ୟ ବାତ୍ୟା ସ୍ଥିତି ଉପରେ ତୀକ୍ଷ୍ମଣ ନଜର ରଖିଛି ।
ଶ୍ରୀଲଙ୍କାରେ ବାତ୍ୟା ଡିଟୱାରେ ୧୫୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ୨୦ ହଜାରରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ବେଳେ ୭୮ ହଜାର ଲୋକ ଆଶ୍ରୟ ସ୍ଥଳରେ ରହିଛନ୍ତି । ଏପରି ସ୍ଥିତିରେ ଭାରତ ଅପରେସନ ସାଗର ବନ୍ଧୁ ଜରିଆରେ ଦୁଇଟି ବିମାନରେ ଶ୍ରୀଲଙ୍କାକୁ ରିଲିଫ୍ ସାମଗ୍ରୀ ପଠାଇଛି । ପୂର୍ବରୁ କଲୋମ୍ବୋରେ ଥିବା ଏକ ଭାରତୀୟ ଯୁଦ୍ଧପୋତ ମଧ୍ୟ ପୀଡ଼ିତଙ୍କ ସହାୟତା ପାଇଁ ନିଜର ରାସନ ଦାନ କରିଛି । ଏହା ସହିତ ଭାରତୀୟ ବାୟୁ ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଶ୍ରୀଲଙ୍କାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସହାୟତା ପାଇଁ ଭାରତୀୟ ବାୟୁସେନା ୨୧ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି । ଏଥିସହିତ ଉଦ୍ଧାର କାର୍ଯ୍ୟରେ ସହାୟତା ନିମନ୍ତେ ଭାରତ ୮୦ ଜଣ ଏନ୍ଡିଆର୍ଏଫ୍ କର୍ମଚାରୀ ଏବଂ ୮ ଟନ୍ ଉପକରଣ ପଠାଇଛି । ଭାରତୀୟ ବାୟୁସେନାର ଗୋଟିଏ ସି-୧୩୦ ଏବଂ ଗୋଟିଏ ଆଇଏଲ୍-୭୬ ବିମାନକୁ ରିଲିଫ୍ ପଠାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି ।
ବାତ୍ୟା ଡିଟଓ୍ବା ପାଇଁ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ହାଇ ଆଲର୍ଟ ଜାରି ହୋଇଛି। ୪୭ ଉଡ଼ାଣ ରଦ୍ଦ ହେବା ସହ ଟ୍ରେନ୍ ସେବା ବାତିଲ କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଗାମୀ କିଛି ଦିନ ପାଇଁ ଏହି ସବୁ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରିଛି ।

ଅଧିକ ପଢ଼ନ୍ତୁ: ଭାରତ ମୁହାଁ ପ୍ରଳୟଙ୍କାରୀ ବାତ୍ୟା ‘ଦିତୱା’, ଶ୍ରୀଲଙ୍କାରେ ରଚିଛି ତାଣ୍ଡବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories