|
logo
Live
Argus News App
GET APP

Argus News - ବାତ୍ୟା ପାଇଁ ୩ଟି ରାଜ୍ୟରେ ହାଇ ଆଲର୍ଟ

Weather & Calamities

Cyclone Alert / ବାତ୍ୟା ପାଇଁ ୩ଟି ରାଜ୍ୟରେ ହାଇ ଆଲର୍ଟ

Rashmita Mishra
Browse all articles by Rashmita Mishra
·4 months ago·2 min read
ବାତ୍ୟା ପାଇଁ ୩ଟି ରାଜ୍ୟରେ ହାଇ ଆଲର୍ଟ

Key Points

ବାତ୍ୟା ପ୍ରଭାବ - ଚେନ୍ନାଇରେ ପ୍ରବଳ ବର୍ଷା ଓ ପବନ
ପୁଡୁଚେରୀରେ ସମୁଦ୍ର କୂଳ ଯିବା ମନା
ବାତ୍ୟା ପାଇଁ 3ଟି ରାଜ୍ୟରେ ହାଇ ଆଲର୍ଟ
ତାମିଲନାଡୁ ଉପକୂଳର ବେଶ୍ ନିକଟରେ ଅତିକ୍ରମ କରିବ ବାତ୍ୟା

ଶ୍ରୀଲଙ୍କାରେ ତାଣ୍ଡବ ପରେ ଭାରତ ମୁହାଁ ବାତ୍ୟା 'ଡିଟୱା' । ଆଜି ତାମିଲନାଡୁର ଅତି ନିକଟରେ ବାତ୍ୟା 'ଡିଟୱା' ଅତିକ୍ରମ କରିବାର ସମ୍ଭାବନା ରହିଛି । ତାମିଲନାଡୁର ଅତି ନିକଟରେ ଆଗକୁ ବଢ଼ିବା ନେଇ ସମ୍ଭାବନା ଥିବା ପାଣିପାଗ ବିଭାଗ ଅକାଳନ କରିଛି । ୭୦ ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ତାମିଲନାଡୁ ସମେତ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ବାତ୍ୟା ଆଲର୍ଟ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଠୁଛି ଉଚ୍ଚ ଜୁଆର ଉଠୁଛି । ବିମାନ ସେବା ଓ ଟ୍ରେନ୍ ଚଳାଚଳ ଉପରେ ଜରୁରୀ କଟକଣା ଲଗାଯାଇଛି । ତାମିଲନାଡୁରେ ବର୍ଷା ସାଙ୍ଗକୁ ପବନ ଜାରି ରହିଛି ।

ତାମିଲନାଡୁ ଉପକୂଳରେ ଜନଜୀବନ ଅସ୍ତବ୍ୟସ୍ତ। NDRF ଓ SDRF ମୁତୟନ କରାଯାଇଛି । ନାଗାପଟ୍ଟନମରେ ବେଦାରଣେଶ୍ବର ମନ୍ଦିର ଗର୍ଭଗୃହରେ ପାଣି ଭର୍ତ୍ତି ହୋଇରହିଛି। ବାତ୍ୟାର ଗତି ଘଣ୍ଟାପ୍ରତି ୫ରୁ୬ କିଲୋମିଟର ରହିଛି । ସନ୍ଧ୍ୟା ସୁଦ୍ଧା ବାତ୍ୟା ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି ପୁଣି ଅବପାତରେ ପରିଣତ ହେବ । ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି ।

ଏଥିସହ ପଢ଼ନ୍ତୁ: ଶ୍ରୀଲଙ୍କାରେ ଘୂର୍ଣ୍ଣିବାତ୍ୟା ‘ଡିଟୱା’ ପ୍ରଭାବ, ସହାୟତା ପହଞ୍ଚାଇଲା ଭାରତ

ବାତ୍ୟା ଦିତୱା ଗତ ୬ ଘଣ୍ଟା ଧରି ପ୍ରାୟ ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ଆଜି ଚେନ୍ନାଇ ଏବଂ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ଅନୁମାନ କରାଯାଉଛି । ଭାରତରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିବ ଦିତୱା । ଦିତୱା ପାଇଁ ହାଇ ଆଲର୍ଟରେ ଦକ୍ଷିଣ ଭାରତ।

୩ ରାଜ୍ୟରେ କରିବ ବଡ଼ କ୍ଷତି । ବାତ୍ୟାର ପ୍ରଭାବ ଆରମ୍ଭ ହୋଇ ସାରିଛି । ଗତକାଲିଠାରୁ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ଜଣାପଡିଛି । ଲ୍ୟାଣ୍ଡଫଲ ବେଳେ ୭୦ ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ ।


ଅଧିକ ପଢ଼ନ୍ତୁ: ବାତ୍ୟା ପରେ ଶ୍ରୀଲଙ୍କାରେ ପ୍ରଳୟଙ୍କରୀ ବନ୍ୟା; ୨ ଦଶନ୍ଧିରେ ସବୁଠାରୁ ଖରାପ ସ୍ଥିତି

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆକସ୍ମିକ ବନ୍ୟା ଆସିପାରେ, ଗଛ ଉପୁଡ଼ି ପାରେ । ସମୁଦ୍ର ଭୟଙ୍କର ଭାବେ ଜୁଆରିଆ ହେବ। ମୁକାବିଲା ପାଇଁ ତିନି ରାଜ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୋଜିସନ୍ ନେଲେଣି ଏନଡିଆରଏଫ ଟିମ୍। ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Alert: ବାତ୍ୟା ପାଇଁ ୩ଟି ରାଜ୍ୟରେ ହାଇ ଆଲର୍ଟ | Argus News