Cyclone Shakhti / ଅକ୍ଟୋବରରେ ସୃଷ୍ଟି ହେଲା ପ୍ରଥମ ବାତ୍ୟା, ଜାଣନ୍ତୁ "ଶକ୍ତି" କରିବ କେତେ କ୍ଷତି...

Key Points
ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା "ଶକ୍ତି" । ଉତ୍ତରପୂର୍ବ ଆରବ ସାଗରରେ ଥିବା ଗଭୀର ଅବପାତ ବାତ୍ୟାରେ ରୂପ ନେଇଛି । ଏହି ବାତ୍ୟାର ନାଁ "ଶକ୍ତି" ରଖାଯାଇଛି । ଶ୍ରୀଲଙ୍କା ଏହି ନାମକରଣ କରିଛି ।
ଭୁବନେଶ୍ଵର: ଚଳିତ ବାତ୍ୟା ଋତୁରେ ପ୍ରଥମ ବାତ୍ୟା ସୃଷ୍ଟି ହୋଇଛି । ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା "ଶକ୍ତି" । ଉତ୍ତରପୂର୍ବ ଆରବ ସାଗରରେ ଥିବା ଗଭୀର ଅବପାତ ବାତ୍ୟାରେ ରୂପ ନେଇଛି । ଏହି ବାତ୍ୟାର ନାଁ "ଶକ୍ତି" ରଖାଯାଇଛି । ଶ୍ରୀଲଙ୍କା ଏହି ନାମକରଣ କରିଛି ।
ଆରବ ସାଗର ରେ ସୃଷ୍ଟି ହେଲା ବାତ୍ୟା ଶକ୍ତି
— usd (@usd0705) October 3, 2025
ଚଳିତ ବାତ୍ୟା ଋତୁରେ ଏହା ହେଉଛି ପ୍ରଥମ ବାତ୍ୟା
ଉତ୍ତରପୂର୍ବ ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା #ଶକ୍ତି, ଆଗାମୀ #24ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି pic.twitter.com/t3RtheA1bB
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା "ଶକ୍ତି" ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।
ଏଥିସହ ପଢ଼ନ୍ତୁ: ଅକ୍ଟୋବରରେ ପ୍ରଥମ ବାତ୍ୟା ଆଶଙ୍କା, ଓଡ଼ିଶାକୁ ଅଛି କି ବିପଦ ?
ଉତ୍ତରପୂର୍ବ ଆରବସାଗରରେ ଥିବା ବାତ୍ୟା "ଶକ୍ତି" ଏବେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରିଛି । ବାତ୍ୟା ଏବେ ଦ୍ଵାରକା ଠାରୁ ୨୬୦ କିଲୋମିଟର ଦୂରରେ ପଶ୍ଚିମ-ଦକ୍ଷିଣପଶ୍ଚିମରେ ରହିଥିବା ବେଳେ ପୋରବନ୍ଦର ଠାରୁ ପଶ୍ଚିମରେ ୩୨୦ କିଲୋମିଟର ଦୂରରେ ରହିଛି ।
📱 Get Argus News App
✨
ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମକୁ ପ୍ରଥମ ଗତି କରିବ । ତା' ପରେ ବାତ୍ୟା "ଶକ୍ତି" ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼କୁ ଗତି କରିବା ସହ ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ଭୀଷଣ ବାତ୍ୟା ଭାବେ "ଶକ୍ତି" ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୫ ବେଳକୁ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ନେଇ ଆକଳନ କରାଯାଇଛି ।
ତେବେ ବାତ୍ୟା "ଶକ୍ତି" କେଉଁଠି ସ୍ଥଳଭାଗ ଛୁଇଁବ ସେ ନେଇ ବର୍ତ୍ତମାନ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରି ନାହିଁ । ତେବେ ବାତ୍ୟା ପାଇଁ ଆରବ ସାଗର ଅଶାନ୍ତ ରହିବ । ଗୁଜରାଟ ଓ ଉତ୍ତର ମହାରାଷ୍ଟ୍ର ଉପକୂଳରେ ପବନର ବେଗ ଅଧିକ ରହିବ । ୫ ସନ୍ଧ୍ୟାରୁ ଅଧିକ ଅଶାନ୍ତ ହେବ କେନ୍ଦ୍ରୀୟ ଆରବ ସାଗର । ତେଣୁ ୬ ତାରିଖ ପର୍ଯ୍ୟନ୍ତ ଆରବ ସାଗରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
ତେବେ ବାତ୍ୟା "ଶକ୍ତି"କୁ ନେଇ ଓଡ଼ିଶା ପାଇଁ କୌଣସି ବିପଦ ନାହିଁ । ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଅବପାତ ରହିଥିବା ବେଳେ ଦୁର୍ବଳ ହେବାରେ ଲାଗିଛି । ୧୨ ଘଣ୍ଟାରେ ଅବପାତ ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ସଂଲଗ୍ନ ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଇବ । ପ୍ରଭାବରେ ଓଡ଼ିଶାରେ ବଡ଼ ବର୍ଷାର ଆଶଙ୍କା ନଥିବା ବେଳେ ଘଡ଼ଘଡ଼ି ବର୍ଷା ନେଇ ଉତ୍ତର ଓ ଉପକୂଳ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।
Related Topics
Explore more stories