|
logo
Live
Argus News App
GET APP

Argus News - ବଙ୍ଗୋପସାଗରରେ ବାତ୍ୟା ଭିତରେ ଶୀତ ଭାଙ୍ଗିଲା ୭୧ ବର୍ଷର ରେକର୍ଡ

Weather & Calamities

Cold Weather / ବଙ୍ଗୋପସାଗରରେ ବାତ୍ୟା ଭିତରେ ଶୀତ ଭାଙ୍ଗିଲା ୭୧ ବର୍ଷର ରେକର୍ଡ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ବଙ୍ଗୋପସାଗରରେ ବାତ୍ୟା ଭିତରେ ଶୀତ ଭାଙ୍ଗିଲା ୭୧ ବର୍ଷର ରେକର୍ଡ

Key Points

ବାତ୍ୟା ଭୟ ଭିତରେ ଶୀତ ଭାଙ୍ଗିଛି ୭୧ ବର୍ଷର ରେକର୍ଡ । ଆଜି ରାଜ୍ୟର ୬ଟି ସ୍ଥାନରେ ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।
ଭୁବନେଶ୍ଵର: ସେପଟେ ବଙ୍ଗୋପସାଗରରେ ବାତ୍ୟା ଆସୁଛି । ଏପଟେ ଶୀତ ବଢ଼ୁଛି । ବାତ୍ୟା ଭୟ ଭିତରେ ଶୀତ ଭାଙ୍ଗିଛି ୭୧ ବର୍ଷର ରେକର୍ଡ । ଆଜି ରାଜ୍ୟର ୬ଟି ସ୍ଥାନରେ ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

ଏଥିସହ ପଢ଼ନ୍ତୁ: ବସ୍‌ରେ ଘରକୁ ଫେରୁଥିଲେ ସ୍ଵାମୀ, ସ୍ତ୍ରୀ; ହୃଦ୍‌ଘାତରେ ସ୍ଵାମୀର ଅଚାନକ ମୃତ୍ୟୁ, ଆଉ ତା'ପରେ...

କନ୍ଧମାଳ ଜିଲ୍ଲାର ଜି.ଉଦୟିଗିରିରେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ରାଉରକେଲାରେ ସର୍ବନିମ୍ନ ପାରଦ ୭.୭ ଡିଗ୍ରୀ, ଝାରସୁଗୁଡ଼ାରେ ୮.୧ ଡିଗ୍ରୀ, ସେମିଳିଗୁଡ଼ାରେ ୮.୬ ଡିଗ୍ରୀ, କିରେଇରେ ୯.୩ ଡିଗ୍ରୀ, ଦାରିଙ୍ଗବାଡି ୯.୫ ଡିଗ୍ରୀ, ଅନୁଗୁଳ ୧୦ ଡିଗ୍ରୀ, କେନ୍ଦୁଝରରେ ୧୦.୩ ଡିଗ୍ରୀ, ସୁନ୍ଦରଗଡ଼ରେ ୧୦.୩ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ୧୩.୫ ଡିଗ୍ରୀ ଏବଂ କଟକରେ ୧୩.୪ ଡିଗ୍ରୀ ରେକର୍ଡ ହୋଇଛି ।


ସେପଟେ ଝାରସୁଗୁଡ଼ାରେ ଶୀତ ଭାଙ୍ଗିଛି ୭୧ ବର୍ଷର ରେକର୍ଡ । ୧୯୫୩ ମସିହା ପରେ ଆଜି ଝାରସୁଗୁଡ଼ାରେ ନଭେମ୍ବରରେ ରେକର୍ଡ ହୋଇଛି ସବୁଠାରୁ କମ୍ ରାତି ତାପମାତ୍ରା । ଏହା ପୂର୍ବରୁ ୧୯୭୦ ମସିହା ନଭେମ୍ବର ଶେଷ ସପ୍ତାହରେ ଝାରସୁଗୁଡ଼ାର ସର୍ବନିମ୍ନ ରାତି ତାପମାତ୍ରା ୮.୪ ଡିଗ୍ରୀ ରେକର୍ଡ ହୋଇଥିଲା ।


ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ଥିବା ଗଭୀର ଅବପାତ ବାତ୍ୟା 'ଡିଟୱା'ରେ ପରିଣତ ହୋଇଛି । ହେଲେ ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ପ୍ରଭାବ ରହିବ ନାହିଁ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ବର୍ତ୍ତ ପରିବର୍ତ୍ତନ ହେବ ନାହିଁ ।

ଏଥିସହ ପଢ଼ନ୍ତୁ: ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ; ୭ ଦିନ ଯାଏଁ ଶୁଖିଲା ରହିବ ପାଗ


୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୁରୁବାର ଓ ଶୁକ୍ରବାର ଘନ କୁହୁଡ଼ି ନେଇ ୪ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଦିଆଯାଇଛି । ଆଗାମୀ ୨ ଦିନରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ପୂର୍ବାନୁମାନ କରାଯାଇଛି । ସକାଳେ କୁହୁଡ଼ି ପରେ ଆକାଶ ମୁଖ୍ୟତଃ ମେଘମୁକ୍ତ ରହିବାର ସମ୍ଭାବନା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cold Weather: ବଙ୍ଗୋପସାଗରରେ ବାତ୍ୟା ଭିତରେ ଶୀତ ଭାଙ୍ଗିଲା ୭୧ ବର୍ଷର ରେକର୍ଡ | Argus News