|
logo
Live
Argus News App
GET APP

Argus News - ବସ୍‌ରେ ଘରକୁ ଫେରୁଥିଲେ ସ୍ଵାମୀ, ସ୍ତ୍ରୀ; ହୃଦ୍‌ଘାତରେ ସ୍ଵାମୀର ଅଚାନକ ମୃତ୍ୟୁ, ଆଉ ତା'ପରେ...

Odisha

Heart Attack In Bus / ବସ୍‌ରେ ଘରକୁ ଫେରୁଥିଲେ ସ୍ଵାମୀ, ସ୍ତ୍ରୀ; ହୃଦ୍‌ଘାତରେ ସ୍ଵାମୀର ଅଚାନକ ମୃତ୍ୟୁ, ଆଉ ତା'ପରେ...

Sushanta Sahoo
Browse all articles by Sushanta Sahoo
·4 months ago·2 min read
ବସ୍‌ରେ ଘରକୁ ଫେରୁଥିଲେ ସ୍ଵାମୀ, ସ୍ତ୍ରୀ; ହୃଦ୍‌ଘାତରେ ସ୍ଵାମୀର ଅଚାନକ ମୃତ୍ୟୁ, ଆଉ ତା'ପରେ...

Key Points

ହାତରେ ୨ଟି ବ୍ୟାଗ, ସାଥିରେ ସ୍ଵାମୀ । ହେଲେ ହଠାତ୍ ବସ୍ ଭିତରେ ଟଳି ପଡ଼ିଲେ ସ୍ଵାମୀ । ହୃଦ୍‌ଘାତରେ ସ୍ଵାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ସହ ମୃତଦେହକୁ ସେଇ ରାସ୍ତା କଡ଼ରେ ଓହ୍ଲାଇ ଦେଲା ବସ୍ ଡ୍ରାଇଭର ।
କେନ୍ଦ୍ରାପଡ଼ା: ମୁଣ୍ଡ ଉପରୁ ଆକାଶ ଛିଡ଼ି ପଡ଼ିଛି । ପାଦ ତଳୁ ଖସି ଯାଇଛି ମାଟି । ଯାହାକୁ ଜୀବନ ସାଥି କରିଥିଲେ, ଯାହା ହାତ ଧରି ପରିବାର ପୋଷିବାକୁ ଖଟିବାକୁ ଆସିଥିଲେ କେନ୍ଦ୍ରାପଡ଼ା । ଆଉ ଶ୍ରମିକ ଭାବେ ଖଟିବା ପରେ ଦୁଇ ପଇସା ହାତରେ ଧରି ଛୁଆପିଲାଙ୍କୁ ଦେଖିବାକୁ ଫେରୁଥିଲେ ଘରକୁ ।

ସକାଳେ କେନ୍ଦ୍ରାପଡ଼ାରୁ ବସ୍‌ରେ ଚଢ଼ିଥିଲେ । ହାତରେ ଥିଲା ୨ଟି ବ୍ୟାଗ, ସାଥିରେ ଥିଲେ ସ୍ଵାମୀ । ହେଲେ ହଠାତ୍ ବସ୍ ଭିତରେ ଟଳି ପଡ଼ିଲେ ସ୍ଵାମୀ । ହୃଦ୍‌ଘାତରେ ସ୍ଵାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ସହ ମୃତଦେହକୁ ସେଇ ରାସ୍ତା କଡ଼ରେ ଓହ୍ଲାଇ ଦେଇଥିଲେ ବସ୍ ଡ୍ରାଇଭର ।

ଏଥିସହ ପଢ଼ନ୍ତୁ: ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ପରେ ଜେମିମା ରୋଡ୍ରିଗ୍ସ ନେଲେ ବଡ଼ ନିଷ୍ପତ୍ତି

ମୃତକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ଚାନ୍ଦବାଲି ଗାଁର ବାଘରାଏ ମାରଢ଼ି । ବସ୍‌ରେ ସ୍ଵାମୀଙ୍କ ଅଚାନକ ମୃତ୍ୟୁ ପରେ ପୁରା ଭାଙ୍ଗି ପଡ଼ିଛନ୍ତି ସ୍ତ୍ରୀ ଦୁଲାରି । ପର ସହରରେ ଆଶ୍ରା କରି ଚଢ଼ିଥିବା ବସ୍‌ ବି ସ୍ଵାମୀଙ୍କ ଶବ ସହ ଦୁଲାରିଙ୍କୁ ରାସ୍ତା କଡ଼ରେ ଛାଡ଼ି ଦେଇଛି ।

ଏବେ ରାସ୍ତା କଡ଼ରେ ମୃତ ବାଘରାଏଙ୍କ ଶବ । ପାଖରେ ଏକୁଟିଆ ବସିଥିବା ଦୁଲାରି । ସ୍ଵାମୀଙ୍କ ମୃତଦେହ ଭଳି ଦୁଲାରି ବି ନିର୍ବାକ ହୋଇ ଯାଇଛନ୍ତି । ଦୁହୁରିଆ ଛକରୁ ସ୍ଵାମୀଙ୍କ ମଲାଦେହକୁ କିଭଳି ଘରକୁ ନେବେ ଭାବି ପାରୁ ନାହାନ୍ତି । ମୃତଦେହକୁ ବସ୍ ଡ୍ରାଇଭର୍ ରାସ୍ତା କଡ଼ରେ ରଖି ପଳାଇବାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି ।


ଏଥିସହ ପଢ଼ନ୍ତୁ: ଆଧାର କାର୍ଡଧାରୀ ଅନୁପ୍ରବେଶକାରୀଙ୍କୁ ମିଳିବ କି ମତଦାନର ଅଧିକାର ?: ସୁପ୍ରିମକୋର୍ଟ

ଜଣଙ୍କ ମୃତ୍ୟୁ ପରେ ମଣିଷ ଯେ କେତେ ତଳକୁ ଖସିପାରେ । ଅସହାୟ, ହତଭାଗିନୀ ସ୍ତ୍ରୀ ସହ ରାସ୍ତାକଡ଼ରେ ସ୍ଵାମୀର ଶବ ଥୋଇ ପଳାଇପାରେ । ତାହା ମଣିଷକୁ ଉପହାସ କରୁଛି । ଶେଷରେ ସ୍ଥାନୀୟ ବଜାର ସଂଘର ସମ୍ପାଦକ ସନାତନ ମୁଦୁଲି ଓ ଅନ୍ୟ କିଛି ଲୋକ ଏକ ଘରୋଇ ଆମ୍ବୁଲାନ୍ସ ଡାକି ମୃତଦେହକୁ ବାରିପଦା ପଠାଇବାର ବ୍ୟବସ୍ଥା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Heart Attack In Bus: ବସ୍‌ରେ ଘରକୁ ଫେରୁଥିଲେ ସ୍ଵାମୀ, ସ୍ତ୍ରୀ; ହୃଦ୍‌ଘାତରେ ସ୍ଵାମୀର ଅଚାନକ ମୃତ୍ୟୁ, ଆଉ ତା'ପରେ... | Argus News