|
logo
Live
Argus News App
GET APP

Argus News - ଭୀଷଣ ବର୍ଷାରେ ବେହାଲ୍ ଦକ୍ଷିଣ ଓଡ଼ିଶା; ପାହାଡ଼ରୁ ପଥର ଧସିଲା, NHରେ ୫ ଫୁଟ୍‌ର ପାଣି

Weather & Calamities

Weather Update / ଭୀଷଣ ବର୍ଷାରେ ବେହାଲ୍ ଦକ୍ଷିଣ ଓଡ଼ିଶା; ପାହାଡ଼ରୁ ପଥର ଧସିଲା, NHରେ ୫ ଫୁଟ୍‌ର ପାଣି

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଭୀଷଣ ବର୍ଷାରେ ବେହାଲ୍ ଦକ୍ଷିଣ ଓଡ଼ିଶା; ପାହାଡ଼ରୁ ପଥର ଧସିଲା, NHରେ ୫ ଫୁଟ୍‌ର ପାଣି

Key Points

ଗତ ରାତିରୁ ଭୀଷଣ ବର୍ଷା ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାର ସ୍ଥିତି ବେହାଲ୍ ହୋଇ ପଡ଼ିଛି । କେଉଁଠି ଟ୍ରେନ୍‌ ଟ୍ରାକ୍‌କୁ ପଥର ଖଣ୍ଡ ଖସି ପଡ଼ିଛି ତ ଆଉ କେଉଁଠି ଜାତୀୟ ରାଜପଥ ପୋଲ ଉପରେ ପାଣି ଚାଲୁଛି ।

କୋରାପୁଟ/ପାରଳାଖେମୁଣ୍ଡି/ବ୍ରହ୍ମପୁର: ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ପ୍ରଭାବରେ ଲାଗି ରହିଛି ପ୍ରବଳ ବର୍ଷା । ଗତ ରାତିରୁ ଭୀଷଣ ବର୍ଷା ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାର ସ୍ଥିତି ବେହାଲ୍ ହୋଇ ପଡ଼ିଛି । କେଉଁଠି ଟ୍ରେନ୍‌ ଟ୍ରାକ୍‌କୁ ପଥର ଖଣ୍ଡ ଖସି ପଡ଼ିଛି ତ ଆଉ କେଉଁଠି ଜାତୀୟ ରାଜପଥ ପୋଲ ଉପରେ ପାଣି ଚାଲୁଛି ।


ରାତିରୁ ରାୟଗଡ଼ା ସହ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ସହ ପବନ ଲାଗି ରହିଛି । ଲଗାଣ ବର୍ଷା ହେଉଥିବା ବେଳେ ଟ୍ରେନ୍‌ ଟ୍ରାକ୍‌ ଉପରକୁ ବଡ଼ ବଡ଼ ପଥର ଖଣ୍ଡ ଖସିଛି । କୋରାପୁଟ ଷ୍ଟେସନ ଏବଂ ନାଲକୋ ଦାମନଯୋଡି ଷ୍ଟେସନ ମଝିରେ ଥିବା ଡୁମୁରିପୁଟ ଷ୍ଟେସନ ନିକଟ ପାହାଡ଼ରୁ ପଥର ଖଣ୍ଡ ଧସିବା ଫଳରେ କୋରାପୁଟ-ରାୟଗଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।


ଏଥିସହ ପଢ଼ନ୍ତୁ: ସନ୍ଧ୍ୟାରେ ଗୋପାଳପୁର ନିକଟରେ ଅତିକ୍ରମ କରିବ ଗଭୀର ଅବପାତ, ଭୀଷଣ ବର୍ଷା ଜାରି


ସେପଟେ କୋରାପୁଟର ଚାବେରୀ ନଦୀ ଅସ୍ଥାୟୀ ପୋଲ ଉପରେ ୫ ଫୁଟ୍‌ର ପାଣି ପ୍ରବାହିତ ହେଉଛି । କୋରାପୁଟ ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ନିକଟ ଅସ୍ଥାୟୀ ପୋଲ ଉପରେ ପାଣି ଚାଲୁଛି । ଫଳରେ କୋରାପୁଟ-ରାୟଗଡ଼ା ମଧ୍ୟରେ ବନ୍ଦ ରହିଛି ଗାଡ଼ି ଚଳାଚଳ ।


ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଅନେକ ଗାଡ଼ି । ପୋଲ ଉପରେ ପାଣି ଚାଲିଥିବାରୁ ସୀମାନ୍ତ ଛତିଶଗଡ଼, ଆନ୍ଧ୍ର ସହ ଗଞ୍ଜାମ, ଗଜପତି, ମାଲକାନାଗିରି , ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି । ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ ଯୋଗୁଁ ପ୍ରାୟ ୨୫ କିମି ଅଧିକ ଯାତ୍ରା କରିବାକୁ ପଡୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିଭଳି ଗଜପତି ଜିଲ୍ଲା ମୋହନାରେ ପ୍ରବଳ ବର୍ଷାରେ ଗଛ ଭାଙ୍ଗି ଜାତୀୟ ରାଜପଥ ଅବରୋଧ ହୋଇଛି । ରା.ଉଦୟଗିରି ବ୍ଲକ ପରିସଲ ପଞ୍ଚାୟତ ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଫଳରେ ଉଭୟ ପାର୍ଶ୍ଵରେ ଅନେକ ଗାଡ଼ି ମଟର ଅଟକି ରହିଛି ।


ଏଥିସହ ପଢ଼ନ୍ତୁ: ଲଘୁଚାପ ଜନିତ ବର୍ଷା ଜାରି, ଫିକା ପଡ଼ିଲା ଦଶହରା


ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ତୁହାକୁ ତୁହା ବର୍ଷା ସହ ପବନ ଲାଗି ରହିଛି । ଖଲ୍ଲିକୋଟ ବ୍ଲକ କହ୍ନେଇଁପୁର ନିକଟରେ ବିରାଟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ଦିଗପହଣ୍ଡି ବ୍ଲକ ଘୋଡ଼ାହାଡ଼ ଡ୍ୟାମରେ ଜଳସ୍ତର ବଢ଼ିବାରେ ଲାଗିଛି । ସକାଳ ୬ଟାରୁ ସାଢେ ୧୧ଟା ମଧ୍ୟରେ ଡ୍ୟାମ ଅଞ୍ଚଳରେ ୩୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।


ବର୍ଷାକୁ ଦୃଷ୍ଟିରେ ରଖି ଦିଗପହଣ୍ଡି ବ୍ଲକ ଘୋଡାହାଡ଼ ଡ୍ୟାମରୁ ସ୍ପିଲ୍ ୱେ ମୁଖ୍ୟ ଫାଟକ ଦେଇ ନଦୀ ମଧ୍ୟକୁ ପାଣି ଛଡ଼ା ଯାଇପାରେ ବୋଲି ଘୋଡାହାଡ଼ ଜଳସେଚନ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଡ୍ୟାମ ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୭୬ ପ୍ରତିଶତ ଅର୍ଥାତ୍ ୧୧୫.୪୨ ମିଟର ପାଣି ଗଚ୍ଛିତ ରହିଛି ।

Related Topics

Explore more stories

Sponsored
Weather Update: ଭୀଷଣ ବର୍ଷାରେ ବେହାଲ୍ ଦକ୍ଷିଣ ଓଡ଼ିଶା; ପାହାଡ଼ରୁ ପଥର ଧସିଲା, NHରେ ୫ ଫୁଟ୍‌ର ପାଣି | Argus News