Cold Wave / ୨ ଦିନ ଘନ କୁହୁଡ଼ି, ୩ ଦିନ ଶୀତ ଲହରୀ; ଆଗକୁ କେମିତି ରହିବ ପାଗ ?
·3 months ago·2 min read

Key Points
ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଏବଂ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିିଚି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଭୁବନେଶ୍ଵର: ହାଡ଼ଭଙ୍ଗା ଜାଡ଼ ସାଙ୍ଗକୁ ଘନ କୁହୁଡ଼ି । ଥରୁଛି ସାରା ଓଡ଼ିଶା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଅନୁଭୂତ ହେଉଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକାଳେ ଘନ କୁହୁଡ଼ିର ପ୍ରଭାବ ରହୁଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଏବଂ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏବେ ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହିଭଳି ଶୀତ ଲହରୀ ନେଇ ୧୩ ଜିଲ୍ଲା- ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ନବରଙ୍ଗପୁର, ଢେଙ୍କାନାଳ, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।
ଏଥିସହ ପଢ଼ନ୍ତୁ: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା... ୧୨ ତାରିଖ ଯାଏଁ ପ୍ରବଳ ଶୀତ
୧୧ ତାରିଖରେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ସେହିଭଳି ଶୀତ ଲହରୀ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାକୁ ରହିଛି ୟେଲୋ ଆଲର୍ଟ । ୧୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ଶୀତ ଲହରୀ ନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଦେଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରାରେ ବଡ଼ ପରିବର୍ତ୍ତନ ଆସିବ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ ।
ଏଥିସହ ପଢ଼ନ୍ତୁ: କଲେଜ କ୍ଲାସ୍ ବେଳେ ଭିଡିଓ କଲ୍, ପୁଣି ପ୍ରେମ ନିବେଦନ; ଗିରଫ ହେଲେ ପ୍ରିନ୍ସିପାଲ୍
ଆଜି ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ, ରାଜ୍ୟର ୧୨ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଲେ ରହିଛି । ଜି.ଉଦୟଗିରି ସହ ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ପାରଦ ୫ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିଭଳି ଫୁଲବାଣୀରେ ୬.୫ ଡିଗ୍ରୀ, ଝାରସୁଗୁଡ଼ାରେ ୭ ଡିଗ୍ରୀ, ଚିପିଲିମା ୭.୬ ଡିଗ୍ରୀ, କିରେଇ ୮.୧ ଡିଗ୍ରୀ, ଭବାନୀପାଟଣା ୮.୮ ଡିଗ୍ରୀ, ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ, ରାଉରକେଲା ୯.୧ ଡିଗ୍ରୀ, ସୁନ୍ଦରଗଡ଼ ୯.୨ ଡିଗ୍ରୀ ଓ ବଲାଙ୍ଗିରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କଟକରେ ୧୨.୬ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୩ ଡିଗ୍ରୀ ରହିଛି ସର୍ବନିମ୍ନ ରାତି ତାପମାତ୍ରା ।

ପ୍ରମୁଖ ରାତ୍ରି ତାପମାତ୍ରା
— usd (@usd0705) December 10, 2025
ଫୁଲବାଣୀ 6.5°C
ଝାରସୁଗୁଡା 7°C
ଭାବନୀପାଟଣା 8.8°C
ଦାରିଙ୍ଗବାଡି 9°C
ଅନୁଗୁଳ 9°C
ରାଉରକେଲା 9.1°C
ସୁନ୍ଦରଗଡ 9.2°C
ନବରଙ୍ଗପୁର 9.8°C
ବଲାଙ୍ଗୀର 10°C
କଟକ 12.6°C ଏବଂ ଭୁବନେଶ୍ୱର 13°C pic.twitter.com/dZXdvAUy0B
ସେହିଭଳି ଫୁଲବାଣୀରେ ୬.୫ ଡିଗ୍ରୀ, ଝାରସୁଗୁଡ଼ାରେ ୭ ଡିଗ୍ରୀ, ଚିପିଲିମା ୭.୬ ଡିଗ୍ରୀ, କିରେଇ ୮.୧ ଡିଗ୍ରୀ, ଭବାନୀପାଟଣା ୮.୮ ଡିଗ୍ରୀ, ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ, ରାଉରକେଲା ୯.୧ ଡିଗ୍ରୀ, ସୁନ୍ଦରଗଡ଼ ୯.୨ ଡିଗ୍ରୀ ଓ ବଲାଙ୍ଗିରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କଟକରେ ୧୨.୬ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୩ ଡିଗ୍ରୀ ରହିଛି ସର୍ବନିମ୍ନ ରାତି ତାପମାତ୍ରା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: