Crime In Odisha / କଲେଜ କ୍ଲାସ୍ ବେଳେ ଭିଡିଓ କଲ୍, ପୁଣି ପ୍ରେମ ନିବେଦନ; ଗିରଫ ହେଲେ ପ୍ରିନ୍ସିପାଲ୍
·3 months ago·2 min read

Key Points
ଅଶ୍ଳୀଳ ମେସେଜ, କଲ୍ ପୁଣି ଭିଡିଓ କଲ୍ । କଲେଜରେ କ୍ଲାସ୍ ବେଳେ ଏମିତି ହରକତ କରୁଥିଲେ ଖୋଦ୍ ଅଧ୍ୟକ୍ଷ । ଶେଷରେ ରସିକିଆ ଅଧ୍ୟକ୍ଷକଙ୍କୁ ବାନ୍ଧିଛି ପୋଲିସ ।
ବେଗୁନିଆ (ଖୋର୍ଦ୍ଧା): ସାଥୀ ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ, କଲ୍ ପୁଣି ଭିଡିଓ କଲ୍ । କଲେଜରେ କ୍ଲାସ୍ ବେଳେ ଏମିତି ହରକତ କରୁଥିଲେ ଖୋଦ୍ ଅଧ୍ୟକ୍ଷ । ଶେଷରେ ଏତଲାର ୧୨ ଘଣ୍ଟା ଭିତରେ ରସିକିଆ ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କୁ ବାନ୍ଧିଛି ପୋଲିସ ।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ପୋଲିସ ରସିକିଆ ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କୁ ଗିରଫ କରିଛି । ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ ଦାସ ଗିରଫ ହୋଇଛନ୍ତି । ପ୍ରଦୀପ୍ତ ଦାସ ସେହି କଲେଜରେ କାର୍ଯ୍ୟରତ ଜଣେ ଅଧ୍ୟାପିକାଙ୍କୁ ବିଭିନ୍ନ ଅଶ୍ଳୀଳ ମେସେଜ ପଠାଇବା ସହ ଭିଡିଓ କଲ୍ କରିବାକୁ ବାରମ୍ବାର ନିବେଦନ କରୁଥିଲେ ।
ଏଥିସହ ପଢ଼ନ୍ତୁ: ଦିନକରେ ୯ ହଜାର ବଢ଼ିଲା ରୁପା ଦାମ; କେଜି ପିଛା ୨ ଲକ୍ଷ ଟପିଲା... ସୁନା ହେଲା ଶସ୍ତା
ସମୟ ଗଡ଼ିବା ସହ ପ୍ରଦୀପ୍ତଙ୍କ ହରକତ ବଢ଼ିବାରୁ ପରିବାର ଲୋକଙ୍କୁ ଅବଗତ କରାଇଥିଲେ ଅଧ୍ୟାପିକା । ତା'ପରେ ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କ ବିରୋଧରେ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଏତଲା ଦେଇଥିଲେ । ଏତଲାର ୧୨ ଘଣ୍ଟା ଭିତରେ ପୋଲିସ ତଦନ୍ତ କରି ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କୁ ବାନ୍ଧିବାରେ ସଫଳ ହୋଇଛି । ଗିରଫ ପରେ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କୁ କୋର୍ଟ ଚାଲାଣ ଚାଲାଣ କରିଛି ପୋଲିସ ।
ଏତଲା ଅନୁସାରେ, ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ମୋବାଇଲ୍ରେ ବିଭିନ୍ନ ପ୍ରକାର ଅଶ୍ଳୀଳ ବାର୍ତ୍ତା ପଠାଉଥିଲେ ପ୍ରଦୀପ୍ତ । ଭଏସ୍ ମେସେଜ ପଠାଇବା ସହ କଲେଜରେ କ୍ଲାସ୍ ବେଳେ ଫୋନ କରି ଭିଡିଓ କଲ କରିବାକୁ ନିବେଦନ କରି ଚାଲିଥିଲେ ।
ଏଥିସହ ପଢ଼ନ୍ତୁ: ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ପ୍ରଶ୍ନ କରି ସୋନିଆଙ୍କୁ ମୋକିମଙ୍କ ଚିଠି, କହିଲେ- 'କର୍ମୀଙ୍କ ମନୋବଳ ଭାଙ୍ଗୁଛି'
ଅଧ୍ୟାପିକାଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ବୋଲଗଡ଼ ପୋଲିସ ଅଧ୍ୟକ୍ଷଙ୍କୁ ଗିରଫ କରିଛି । ଅଧକ୍ଷଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୭୫, ୭୮(୨), ୩୫୧(୨) ଲଗା ଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories