Bus Accident / ପଛକୁ ପଛ ପିଟିହେଲା ୩ ବସ୍; ମଝିରେ ଚାପି ହୋଇଗଲା ବାଇକ୍, ଜଣେ ମୃତ

Key Points
ପଛକୁ ପଛ ଧକ୍କା ଦେଲା ୩ ବସ୍ । ବସ୍ ମଝିରେ ଚାପି ହୋଇଗଲା ବାଇକ୍ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।
ଚିଲିକା (ଖୋର୍ଦ୍ଧା): ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା । ପଛକୁ ପଛ ଧକ୍କା ଦେଲା ୩ ବସ୍ । ବସ୍ ମଝିରେ ଚାପି ହୋଇଗଲା ବାଇକ୍ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଶନିବାର ଏ ଦୁର୍ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥ ୧୬ର ବାଣପୁର ଓଭରବ୍ରିଜ୍ ନିକଟରେ ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଲୋକେ ରାସ୍ତା ଜାମ କରିବା ସହ ଦୁର୍ଘଟଣା ଘଟାଇଥିବା ବସ୍ ଭଙ୍ଗାରୁଜା କରିଥିଲେ । ବାଣପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ବାଇକ୍ରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି ।
ଏଥିସହ ପଢ଼ନ୍ତୁ: "ଦେଶକୁ ଲୁଟୁଥିଲା କଂଗ୍ରେସ", ଭରା ସଭାରେ ପ୍ରମାଣ ଦେଲେ ପ୍ରଧାନମନ୍ତ୍ରୀ
ଗୋଟିଏ ବସ୍ର ସହକାରୀ ଡ୍ରାଇଭର ଓ ହେଲପର ମଧ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ବାଲୁଗାଁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ୩ଟି ଯାକ ବସ୍ର ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଛନ୍ତି । ବାଇକ୍ରେ ଥିବା ଶୁଭମଜ୍ୟୋତି ପ୍ରହରାଜଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ୯ ମାସରେ ୪୯% ବଢ଼ିଲାଣି ସୁନା ଦର, ରୂପା ମୂଲ୍ୟ ୬୦% ବୃଦ୍ଧି
ଶନିବାର ସକାଳ ସମୟରେ ସମୟରେ କିଛି ଗୋରୁ ରାସ୍ତାରେ ଥିବାରୁ ଶିମିଳିଗୁଡ଼ାରୁ ଭୁବନେଶ୍ଵର ଆସୁଥିବା ବସ୍ଟି ଅଟକିଥିଲା । ବସ୍ ପଛରେ ଅଟକି ରହିଥିଲା ଏକ ବାଇକ୍ । ଆଉ ବାଇକ୍କୁ ବିଶାଖାପାଟଣାରୁ କୋଲକାତା ଯାଉଥିବା ବସ୍ଟି ଧକ୍କା ଦେଇଥିଲା । ସେହି ବସ୍କୁ ବ୍ରହ୍ମପୁରରୁ ଆସୁଥିବା ଆଉ ଏକ ବସ୍ ବି ଧକ୍କା ଦେଇଥିଲା । ଫଳରେ ଘଟଣାରେ ସ୍ଥଳରେ ବାଇକ୍ରେ ଥିବା ଜଣଙ୍କର ମୃତ୍ୟୁ ହୋଇଛି । ବାଣପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: ଡିଭାଇଡର ସହ ଧକ୍କା ହେଲା ମହିନ୍ଦ୍ରା ଥାର: ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ
ଗାଈଙ୍କୁ ବଞ୍ଚାଇବାକୁ ଯାଇ ଏତେ ବଡ଼ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଲୁଗାଁ ଥାନା ନିମିକ୍ଷେତାର ଶୁଭମଜ୍ୟୋତିଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ୧୬ରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
Related Topics
Explore more stories