|
logo
Live
Argus News App
GET APP

Argus News - ବସ୍‌ ଧକ୍କାରେ ପୁରୀ ବାଇପାସ୍‌ରେ ସାଇକେଲ୍ ଆରୋହୀ ମୃତ, NH-୩୧୬ରେ ଉତ୍ତେଜନା

Accident

Accident / ବସ୍‌ ଧକ୍କାରେ ପୁରୀ ବାଇପାସ୍‌ରେ ସାଇକେଲ୍ ଆରୋହୀ ମୃତ, NH-୩୧୬ରେ ଉତ୍ତେଜନା

Sushanta Sahoo
Browse all articles by Sushanta Sahoo
·2 months ago·2 min read
ବସ୍‌ ଧକ୍କାରେ ପୁରୀ ବାଇପାସ୍‌ରେ ସାଇକେଲ୍ ଆରୋହୀ ମୃତ, NH-୩୧୬ରେ ଉତ୍ତେଜନା
Cyclist Dies in Bus Accident on NH-316

Key Points

ପୁରୀ ଆଡ଼କୁ ଯାଉଥିବା ଏକ ଘରୋଇ ଟୁରିଷ୍ଟ ବସ୍ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଜାତୀୟ ରାଜପଥ- ୩୧୬ରେ ଉତ୍ତେଜନା ପ୍ରକାଶ ପାଇଛି ।
ଭୁବନେଶ୍ଵର: ପୁଣି ଜୀବନ ନେଲା NH-୩୧୬ । ସନ୍ଧ୍ୟାର ମୁହଁ ଅନ୍ଧାରରେ ସାଇକେଲ୍ ଆରୋହୀଙ୍କୁ ଚାପି ଦେଲା ଘରୋଇ ବସ୍ । ପୁରୀ ଆଡ଼କୁ ଯାଉଥିବା ଏକ ଘରୋଇ ଟୁରିଷ୍ଟ ବସ୍ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଜାତୀୟ ରାଜପଥ- ୩୧୬ରେ ଉତ୍ତେଜନା ପ୍ରକାଶ ପାଇଛି ।

ମଙ୍ଗଳବାର ସନ୍ଧ୍ୟାରେ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁସାରେ, ରାସ୍ତା ପାରି ହେଉଥିବା ସାଇକେଲ୍ ଚାଳକଙ୍କ ଉପରେ 'ମା ଭଗବତୀ' ନାମକ ଘରୋଇ ବସ୍‌ଟି ଚଢ଼ି ଯାଇଛି । ଘରୋଇ ବସ୍ ଚାପି ଦେବା ଫଳରେ ସେଇଠି ଆଖି ବୁଜିଛନ୍ତି ସାଇକେଲ୍ ଆରୋହୀ ଜଣଙ୍କ ।

ଏଥିସହ ପଢ଼ନ୍ତୁ: NH-16ରେ ଡରାଉଛି ପଳାଶୁଣି; ଗାଡ଼ି ଭିଡ଼ରେ ବଢ଼ୁଛି ଦୁର୍ଘଟଣା

ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁର୍ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଫଳରେ ଭୁବନେଶ୍ଵର-ପୁରୀ ରାସ୍ତାରେ ଅଟକି ରହିଛି ଶହ ଶହ ଗାଡ଼ି । ଘରୋଇ ଟୁରିଷ୍ଟ ବସ୍‌କୁ ସ୍ଥାନୀୟ ଲୋକେ ଅଟକାଇ ରଖିଛନ୍ତି ।

ସୋମବାର ପଳାଶୁଣି ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଉପରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଥିଲା । କାର୍ ଉପରେ ଆଉ ଏକ କାର୍ ଚଢ଼ି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ । ଦୁଇ ଗାଡ଼ିରେ ଥିବା ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ କାର୍ ଦୁଇଟି କ୍ଷତିଗ୍ରସ୍ତ ହୋଇଥିଲା ।

ଦୁଇ ସପ୍ତାହ ତଳେ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭରୁ 'ଆମ ବସ୍' ଦୁର୍ଘଟଣା ଘଟାଇଥିଲା । ଦିନକରେ ଦୁଇ ଦୁଇଟି ଦୁର୍ଘଟଣା ଗୋଟିଏ ସ୍ଥାନରେ ହୋଇଥିଲା । ଟ୍ରାଫିକ୍ ଉପରେ 'ଆମ ବସ୍' ଗୋଟିଏ ଦିନରେ ଦୁଇ ଦୁଇଟି ଦୁର୍ଘଟଣା ଘଟାଇଛି । ରାଜଧାନୀର ବ୍ୟସ୍ତବହୁଳ ରୂପାଲି ଛକ ଉପରେ ପୁଣି ଦୁର୍ଘଟଣା ଘଟାଇଛି 'ଆମ ବସ୍' ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫ୍ ଧମକ; ଦିନକରେ ରୁପା ୧୭ ହଜାର ମହଙ୍ଗା, ଦେଢ଼ ଲକ୍ଷ ଟପିଲା ସୁନା

ସୂଚନା ଅନୁସାରେ, ରୂପାଲି ଛକରେ ୮୨ ନମ୍ବର ରୁଟ୍‌ର 'ଆମ ବସ୍' ଏକ ସ୍କୁଟିକୁ ଧକ୍କା ଦେବାରୁ ଉତ୍ତେଜନା ପ୍ରକାଶ ପାଇଛି । ଟ୍ରାଫିକ୍‌ ଉପରେ ଲୋକେ 'ଆମ ବସ୍' ଚାଳକଙ୍କୁ ବସ୍‌ରୁ ଘୋଷାଡ଼ି ନେଇ ନିର୍ଧୁମ ଛେଚିଛନ୍ତି । ସହିଦନଗର ଥାନା ପୋଲିସ ପହଞ୍ଚି ଲୋକଙ୍କ କବଳରୁ 'ଆମ ବସ୍' ଚାଳକଙ୍କୁ ଉଦ୍ଧାର କରିଛି ।

ଦିନରେ ମଧ୍ୟ ସେହି ରୂପାଲି ଛକ ଟ୍ରାଫିକ୍‌ରେ ଛିଡ଼ା ହୋଇଥିବା ଏକ ଅଟୋ ରିକ୍ସାକୁ 'ଆମ ବସ୍' ପିଟିଥିଲା । ଫଳରେ ଅଟୋ ଚଳାଉଥିବା ଡ୍ରାଇଭର୍ ସେହି ଗାଡ଼ିରେ ହିଁ ଆଖି ବୁଜି ଦେଇଥିଲେ । ଅଟୋରେ ଥିବା ୨ ସ୍କୁଲ୍ ଛୁଆ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Accident: ବସ୍‌ ଧକ୍କାରେ ପୁରୀ ବାଇପାସ୍‌ରେ ସାଇକେଲ୍ ଆରୋହୀ ମୃତ, NH-୩୧୬ରେ ଉତ୍ତେଜନା | Argus News