|
logo
Live
Argus News App
GET APP

Argus News - NH-16ରେ ଡରାଉଛି ପଳାଶୁଣି; ଗାଡ଼ି ଭିଡ଼ରେ ବଢ଼ୁଛି ଦୁର୍ଘଟଣା

Accident

Accident / NH-16ରେ ଡରାଉଛି ପଳାଶୁଣି; ଗାଡ଼ି ଭିଡ଼ରେ ବଢ଼ୁଛି ଦୁର୍ଘଟଣା

Sushanta Sahoo
Browse all articles by Sushanta Sahoo
·2 months ago·2 min read
NH-16ରେ ଡରାଉଛି ପଳାଶୁଣି; ଗାଡ଼ି ଭିଡ଼ରେ ବଢ଼ୁଛି ଦୁର୍ଘଟଣା
Rising Accidents at Palasuni on NH-16 Due to Traffic Chaos

Key Points

ରାଜଧାନୀ ଭୁବନେଶ୍ଵରର ପଳାଶୁଣି ପାଲଟିଛି ଦୁର୍ଘଟଣାର ହଟସ୍ପଟ୍ । ସବୁବେଳେ ଟ୍ରାଫିକ୍ ଭିଡ଼ ଲାଗି ରହୁଥିବା ପଳାଶୁଣିରେ ପ୍ରତିଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା ।
ଭୁବନେଶ୍ଵର: ବ୍ଲାକସ୍ପଟ୍ ପଳାଶୁଣି । ରାଜଧାନୀ ଭୁବନେଶ୍ଵରର ପଳାଶୁଣି ପାଲଟିଛି ଦୁର୍ଘଟଣାର ହଟସ୍ପଟ୍ । ସବୁବେଳେ ଟ୍ରାଫିକ୍ ଭିଡ଼ ଲାଗି ରହୁଥିବା ପଳାଶୁଣିରେ ପ୍ରତିଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା ।

ପଳାଶୁଣି ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଉପରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି । କାର୍ ଉପରେ ଆଉ ଏକ କାର୍ ଚଢ଼ି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ଜୀବନ । ଦୁଇ ଗାଡ଼ିରେ ଥିବା ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ କାର୍ ଦୁଇଟି କ୍ଷତିଗ୍ରସ୍ତ ହୋଇଛି । 

ଏଥିସହ ପଢ଼ନ୍ତୁ: ବଡ଼ ଧରଣର ବ୍ୟାଙ୍କ ଡକାୟତି; କର୍ମଚାରୀ ଓ ଗ୍ରାହକ ମୁଣ୍ଡରେ ବନ୍ଧୁକ ରଖି ଖାଲି କରିଦେଲେ ବ୍ୟାଙ୍କ

ସକାଳରୁ ସଞ୍ଜ ଟ୍ରାଫିକ୍ ଜାମ୍

ପଳାଶୁଣି ହେଉଛି ରାଜଧାନୀର ଗେଟ୍ ୱେ । କଟକ ପଟୁ ରାଜଧାନୀ ଭୁବନେଶ୍ଵରକୁ ପଶିବା ଏବଂ ଭୁବନେଶ୍ଵରରୁ କଟକ, ଭଦ୍ରକ, କୋଲକାତା ଆଡ଼କୁ ଯିବା ପାଇଁ ପଳାଶୁଣି ଅତିକ୍ରମ କରିବାକୁ ପଡ଼େ । ସହର ବଢ଼ିବା ସହ ଜନସଂଖ୍ୟା ବଢ଼ି ଚାଲିଛି । ସେହି ଅନୁସାରେ, ପଳାଶୁଣିର ରାସ୍ତା ଉପରେ ଭିଡ଼ ବଢ଼ୁଛି ।


ଦିନ ୯ଟାରୁ ରାତି ୧୦ଟା ଯାଏଁ ପଳାଶୁଣିରେ ରହୁଛି ଟ୍ରାଫିକ୍ ଜାମ୍ । ଜାତୀୟ ରାଜପଥ ରାସ୍ତା ୩ ଲେନ୍ ରହିଥିବା ବେଳେ ପଳାଶୁଣିରେ ଥିବା ବ୍ରିଜ୍ ୨ ଲେନ୍ ବିଶିଷ୍ଟ । ଯେଉଁଥିପାଇଁ ଗାଡ଼ି ଗୁଡ଼ିକ ୩ ଲେନ୍‌ରେ ଆସି ୨ ଲେନ୍‌ରେ ପଶୁଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅସମ୍ଭାଳ ଭିଡ଼ ସୃଷ୍ଟି ହେଉଛି ଓ ଦୁର୍ଘଟଣା ବଢ଼ିବାରେ ଲାଗିଛି ।

ମନ ଇଚ୍ଛା ବସ୍ ରହଣୀରୁ ବଢୁଛି ଦୁର୍ଘଟଣା

ପଳାଶୁଣି ରାସ୍ତାରେ ଭିଡ଼ ଭିତରେ ଦୁର୍ଘଟଣାର ଆଉ ଏକ ବଡ଼ କାରଣ ହେଉଛି ବସ୍ ରହଣୀ । ଜାତୀୟ ରାଜପଥ ୧୬ରେ କଟକ, ଭଦ୍ରକ, ବାଲେଶ୍ଵର, ଯାଜପୁର, କୋଲକାତା, କେନ୍ଦ୍ରାପଡ଼ା, ଅନୁଗୁଳ, ଜଗତସିଂହପୁର, ଢେଙ୍କାନାଳ, ମୟୂରଭଞ୍ଜ ଯାଉଥିବା ପ୍ରାୟ ସମସ୍ତ ପଳାଶୁଣିରେ ଅଟକୁଛନ୍ତି ।

ଏଥିସହ ପଢ଼ନ୍ତୁ: ରାସ୍ତା ଖୋଳୁଥିଲା ଜେସିବି; ହଠାତ୍ ପାଇପ୍ ଫାଟି ଲିକ୍ ହେଲା ଗ୍ୟାସ୍

ରାସ୍ତାରେ ବସ୍ ଅନେକ ସମୟରେ ମନ ଇଚ୍ଛା ଅଟକିବା ସହ ଯାତ୍ରୀଙ୍କୁ ଉଠାଉଛନ୍ତି । ଫଳରେ ଭିଡ଼ ବଢ଼ିବା ସହ ଏକାଧିକ ଦୁର୍ଘଟଣା ଘଟୁଛି । ଦିନଠୁ ଅତ୍ୟଧିକ ଗମ୍ଭୀର ହୋଇ ପଡ଼ୁଛି ରାତିର ସ୍ଥିତି ।

ପଳାଶୁଣି ଛକରେ ଥିବା ଫୁଟ୍ ଓଭର୍ ବ୍ରିଜ୍ ଏବଂ ସମାନ୍ତରାଳ ଆପ୍ରୋଚ୍ ରୋଡ୍‌ ନିକଟରେ ରାତ୍ରୀରେ ଯାଉଥିବା ବସ୍ ଅଟକୁଛି । ବସ୍‌ ନିୟନ୍ତ୍ରଣ ପାଇଁ କାଁ ଭାଁ ଜଣେ କି ଦୁଇଜଣ ଟ୍ରାଫିକ୍ ପୋଲିସ କେବେ ରହୁଛନ୍ତି ନହେଲେ ନାହିଁ । ଫଳରେ ଆପ୍ରୋଚ୍ ରୋଡ୍‌କୁ ଯିବାକୁ ଚାହୁଁଥିବା ଗାଡ଼ି ଓ ଜାତୀୟ ରାଜପଥରେ ଯାଉଥିବା ଗାଡ଼ି ମୁହାଁମୁହିଁ ହେଉଛନ୍ତି । ଫଳରେ ପଳାଶୁଣିରେ ଅନେକ ସମୟରେ ସିରିଜ୍ ଦୁର୍ଘଟଣା ମଧ୍ୟ ଘଟୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Accident: NH-16ରେ ଡରାଉଛି ପଳାଶୁଣି; ଗାଡ଼ି ଭିଡ଼ରେ ବଢ଼ୁଛି ଦୁର୍ଘଟଣା | Argus News