Premanand Maharaj / ମନ୍ଦିର ଓ ଘରେ ପୂଜା କରିବାର ଫଳ ହୋଇଥାଏ କି ଭିନ୍ନ ? ଜାଣନ୍ତୁ କ'ଣ କହିଲେ ପ୍ରେମାନନ୍ଦ ମହାରାଜ...
·2 months ago·2 min read

Key Points
ଘରେ ଓ ମନ୍ଦିରରେ ପୂଜା କରିବା ଭିତରେ କ'ଣ ରହିଛି ଫରକ ? ଘର ଓ ମନ୍ଦିର ପୂଜାରେ ମିଳିଥାଏ କି ସମାନ ଫଳ ? ଏମିତି ଅନେକ ପ୍ରଶ୍ନର ସରଳ ଉତ୍ତର ଦେଇନ୍ତି ପ୍ରେମାନନ୍ଦ ମହାରାଜ ।
ନୂଆଦିଲ୍ଲୀ: ସନାତନ ଧର୍ମରେ ଦେବାଦେବୀଙ୍କ ପୂଜାର ମହତ୍ତ୍ଵ ରହିଛି । ବାର ଅନୁଯାୟୀ ଆମେ ଠାକୁରଙ୍କୁ ପୂଜା କରୁ । ପୂଜା, ପ୍ରାର୍ଥନା ଲାଗି କିଏ ମନ୍ଦିର ଯାଏ ତ ଆଉ କିଏ ଘରେ ପୂଜାର୍ଚ୍ଚନା କରେ । ଏଥିସହ ସନାତନ ଧର୍ମରେ ତୀର୍ଥ ଫଳକୁ ନେଇ ରହିଛି ଅନେକ ମାନ୍ୟତା ।
ତେବେ ଘରେ ଓ ମନ୍ଦିରରେ ପୂଜା କରିବା ଭିତରେ କ'ଣ ରହିଛି ଫରକ ? ଘର ଓ ମନ୍ଦିର ପୂଜାରେ ମିଳିଥାଏ କି ସମାନ ଫଳ ? ତୀର୍ଥସ୍ଥଳରେ ପୂଜାର୍ଚ୍ଚନାରେ ଖୋଲିଯାଏ କି ଭାଗ୍ୟ ? ଏମିତି ଅନେକ ପ୍ରଶ୍ନର ସରଳ ଉତ୍ତର ଦେଇନ୍ତି ପ୍ରେମାନନ୍ଦ ମହାରାଜ ।
ଏଥିସହ ପଢ଼ନ୍ତୁ: ରେଲୱେ ବଦଳାଇଲା ନିୟମ; RAC ଯୁଗ ଶେଷ, ସ୍ଲିପରରେ ଗଲେ କମ୍ରେ ଦେବେ ୨୦୦ କିମିର ଭଡ଼ା
ବୃନ୍ଦାବନର ପ୍ରେମାନନ୍ଦ ଜୀ ମହାରାଜ ଜଣେ ଏମିତି ସନ୍ଥ, ଯିଏ ଭକ୍ତଙ୍କୁ କେବଳ କଳା ସଦମାର୍ଗରେ ଚାଲିବା ଶିଖାନ୍ତି । କୁହନ୍ତି, "ଈଶ୍ଵରଙ୍କ ସହ ଯୋଡ଼ି ହେବାର ସରଳ ରାସ୍ତା ନିରନ୍ତର ତାଙ୍କ ନାମ ସ୍ମରଣ କରିବା ।"
ଜଣେ ଭକ୍ତ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଘରେ ଓ ମନ୍ଦିରରେ ପୂଜା ଭିତରେ ପାର୍ଥକ୍ୟ ପଚାରିଥିଲେ । ଯାହାର ଉତ୍ତର ଦେଇ ପ୍ରେମାନନ୍ଦ ମହାରାଜ କହିଛନ୍ତି, "ଅନ୍ତର ବା ପାର୍ଥକ୍ୟ ରହିଛି । ଘରେ, ମନ୍ଦିର ଓ ତୀର୍ଥସ୍ଥାନ ଯାଇ ପୂଜା କରିବାରେ ବିଶିଷ୍ଟ ଫଳ ମିଳିଥାଏ ।"
ପ୍ରେମାନନ୍ଦ ମହାରାଜଙ୍କ ଅନୁସାରେ, "ଘରେ ୧୦୦୦ ମାଳା ଜପିବା, ଗୋଶାଳାରେ ୧୦୦ ମାଳା ଜପିବା ସହ ସମାନ । ସେହିଭଳି ତୀର୍ଥସ୍ଥଳୀରେ ଗୋଟିଏ ମାଳା ଘରେ ୧୦୦୦ ମାଳାର ଫଳ ସହ ସମାନ । ବୃନ୍ଦାବନରେ ଏକ ମାଳା ଜପିବାର ଅର୍ଥ ୧ ଲକ୍ଷ ମାଳା କରିବା ।"
ଏଥିସହ ପଢ଼ନ୍ତୁ: ତେଲ ପରେ ସୁନାରେ ବିଶ୍ଵକୁ ନଚାଇବ ସାଉଦି ଆରବ; ବାଲି ତଳେ 'ସୁନା ସାମ୍ରାଜ୍ୟ'
ସେ ଆହୁରି କହିଛନ୍ତି, "ଏଥିପାଇଁ ହିଁ ଲୋକେ ମନ୍ଦିରକୁ ଯାଆନ୍ତି, ତୀର୍ଥଯାତ୍ରା କରିଥାନ୍ତି । ସାଧୁ-ସନ୍ଥଙ୍କ ନିକଟକୁ ଯାଆନ୍ତି । ବଡ଼ ବଡ଼ ମନ୍ଦିରର ଦର୍ଶନ କରନ୍ତି । ସେଠାରେ ଶାନ୍ତି ଓ ଅଧିକ ଫଳ ମିଳିଥାଏ । ଘରେ ଭଜନ ଓ ମନ୍ଦିରରେ ଭଜନ ମଧ୍ୟରେ ମଧ୍ୟ ପ୍ରଭେଦ ରହିଛି ।"
ପ୍ରେମାନନ୍ଦ ମହାରାଜଙ୍କ ଅନୁସାରେ, "ଘରେ ଉପାସନା କରିବା ଠାରୁ ଦେବାଳୟରେ ଉପାସନା କଲେ ଅଧିକ ଫଳ ମିଳେ । ଗଙ୍ଗା କୂଳରେ ଉପାସନା କିମ୍ବା ମାଳା ଜପିବା ଆହୁରି ଅଧିକ ଫଳଦାୟୀ । ଗଙ୍ଗାଜଳରେ ଛିଡ଼ା ହୋଇ ମାଳା ଜପିବା ଆହୁରି ଅଧିକ ଫଳ ଦେଇଥାଏ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories