Gold Silver Price / ଦୀପାବଳି ପରେ କମିଗଲା ସୁନା-ରୂପା ଦର, ୧୦ ହଜାର ଶସ୍ତା ହେଲା ରୂପା...
·8 months ago·2 min read

Key Points
ଦୀପାବଳି ପରେ ଖସିଲା ସୁନା-ରୂପା ଦର । ୧୦ ହଜାର ଶସ୍ତା ହେଲା ରୂପା । ପ୍ରାୟ ୪ ହଜାର ଟଙ୍କା କମିଲା ସୁନା
ଆପଣ ସୁନା କିମ୍ବା ରୂପା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଦୀପାବଳି ପୂର୍ବରୁ ହୁ ହୁ ହୋଇ ବଢ଼ିବା ପରେ ବୁଧବାର ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଛି । ୨୨ ଅକ୍ଟୋବର, ୨୦୨୫ରେ ଭାରତୀୟ ସୁନା ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧ ଲକ୍ଷ ୨୩ ହଜାର ଅତିକ୍ରମ କରିଛି ।
ଇଣ୍ଡିଆ ବୁଲାନ ଏବଂ ଜୁଏଲର୍ସ ଆସୋସିଏସନ ଅନୁଯାୟୀ, ସୋମବାର ତଥା ୨୦ ଅକ୍ଟୋବର ସନ୍ଧ୍ୟାରେ ୯୧୬ ଶୁଦ୍ଧତା କିମ୍ବା ୨୨ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧ ଲକ୍ଷ ୧୬ ହଜାର ୯୧୨ ଟଙ୍କା ଥିଲା କିନ୍ତୁ ବୁଧବାର ଏହି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ବୁଧବାର ତଥା ୨୨ ଅକ୍ଟୋବରରେ ସୁନା ଦର ୧ ଲକ୍ଷ ୧୩ ହଜାର ୪୯୯ ଟଙ୍କା ରହିଛି । ସେହିପରି ରୂପାର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ତେବେ ଆସନ୍ତୁ ଜାଣିବା ଆଜି କ'ଣ ରହିଛି ସୁନା ଏବଂ ରୂପା ଦର...
ଗତ ସୋମବାର ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ୍ ପିଛା ୧ ଲକ୍ଷ ୨୭ ହଜାର ୬୩୩ ଟଙ୍କା ରହିବେଳେ ବୁଧବାର ଏଥିରେ ୩ ହଜାର ୭୨୬ ଟଙ୍କା ହ୍ରାସ ହୋଇଛି । ଆଜି ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୨୩ ହଜାର ୯୦୭ ଟଙ୍କା ରହିଛି ।
ସେହିପରି ୨୩ କ୍ୟାରେଟ୍ ସୁନା ଦର ଗତ ସୋମବାର ୧ ଲକ୍ଷ ୨୭ ହଜାର ୧୨୨ ଟଙ୍କା ରହିଥିବା ବେଳେ ବୁଧବାର ୧ ଲକ୍ଷ ୨୩ ହଜାର ୪୧୧ ଟଙ୍କା ରହିଛି ।
୨୨ କ୍ୟାରେଟ୍ ସୁନା ଦର ଗତ ସୋମବାର ୧ ଲକ୍ଷ ୧୬ ହଜାର ୯୧୨ ଥିବା ବେଳେ ବୁଧବାର ଏହି ଦର ୧ ଲକ୍ଷ ୧୩ ହଜାର ୪୯୯ ଟଙ୍କାକୁ ଖସିଛି ।
୧୮ କ୍ୟାରେଟ୍ ସୁନା ଦର ଗତ ସୋମବାର ୯୫ ହଜାର ୭୨୫ ଟଙ୍କା ଥିବାବେଳେ ବୁଧବାର ୯୨ ହଜାର ୯୩୦ ଟଙ୍କା ରହିଛି ।
୧୪ କ୍ୟାରେଟ୍ ସୁନା ଦର ଗତ ସୋମବାର ୭୪ ହଜାର ୬୬୫ ଟଙ୍କା ଥିବା ବେଳେ ବୁଧବାର ୭୦ ହଜାର ୪୮୬ ଟଙ୍କା ରହିଛି ।
ସେହିପରି ରୂପା କଥା ଯଦି କହିବା ତାହାଲେ, ଏଥିରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ ସୋମବାର ରୂପା କିଲୋଗ୍ରାମ ପ୍ରତି ଦର ୧ ଲକ୍ଷ ୬୩ ହଜାର ୫୦ ଟଙ୍କା ରହିଥିବା ବେଳେ ବୁଧବାର ଏହି ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ବୁଧବାର ରୂପା କିଲୋଗ୍ରାମ ପିଛା ୧ ଲକ୍ଷ ୫୨ ହଜାର ୫୦୧ ଟଙ୍କା ରହିଛି । ଅର୍ଥାତ ଆଜି ରୂପା ଦର ୧୦ ହଜାର ୫୦୪ ଟଙ୍କା କମିଛି ।
ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଦ୍ୱାରା ଜାରି କରାଯାଇଥିବା ଦର ସାରା ଦେଶରେ ବୈଧ କିନ୍ତୁ ଏଥିରେ GST ଅନ୍ତର୍ଭୁକ୍ତ ନୁହେଁ। ସୂଚନା ଅନୁସାରେ, ଅଳଙ୍କାର କିଣିବା ସମୟରେ ଟ୍ୟାକ୍ସ ଯୋଗୁଁ ସୁନା କିମ୍ବା ରୂପାର ମୂଲ୍ୟ ଅଧିକ ହୋଇଥାଏ ।

ଅଧିକ ପଢ଼ନ୍ତୁ: ଅଚାନକ ୧୭ ହଜାର କମିଲା ରୂପା, ୫ ହଜାର ଶସ୍ତା ହେଲା ସୁନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories