Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନାବାଳିକାଙ୍କୁ ହତ୍ୟା ପରେ ଅଖାରେ ବାନ୍ଧି ପୋତିଦେଲେ, ଘର ଛାଡ଼ି ପଳାଉଥିଲେ ପରିବାର

Crime

Crime In Odisha / ନାବାଳିକାଙ୍କୁ ହତ୍ୟା ପରେ ଅଖାରେ ବାନ୍ଧି ପୋତିଦେଲେ, ଘର ଛାଡ଼ି ପଳାଉଥିଲେ ପରିବାର

Sushanta Sahoo
Browse all articles by Sushanta Sahoo
·8 months ago·2 min read
ନାବାଳିକାଙ୍କୁ ହତ୍ୟା ପରେ ଅଖାରେ ବାନ୍ଧି ପୋତିଦେଲେ, ଘର ଛାଡ଼ି ପଳାଉଥିଲେ ପରିବାର

Key Points

ନାବାଳିକାଙ୍କ ମୃତ୍ୟୁ କେମିତି ହେଲା ? ଝିଅର ମୃତ୍ୟୁକୁ ନେଇ ପରିବାର ଲୋକେ ଦେଉଥିବା ବୟାନରେ କାହା ସହ କାହାର ତାଳମେଳ ରହୁ ନାହିଁ । ଆଉ ନାବାଳିକାଙ୍କ ମୃତ୍ୟୁ ପରେ ହଠାତ୍ ଘର ଛାଡ଼ି ପଳାଇବାକୁ ସପରିବାର ଉଦ୍ୟମ କରିବା ଆହୁରି ସନ୍ଦେହକୁ ବଢ଼ାଉଛି ।

ବାଲେଶ୍ଵର: ବଞ୍ଜାରାଙ୍କ ବଡ଼ କାଣ୍ଡ । ବାଲେଶ୍ଵରରେ ବଡ଼ କାଣ୍ଡ ଭିଆଇଛନ୍ତି ବଞ୍ଜାରା । ଶିଳ୍ପାଞ୍ଚଳ ଥାନା ସମଲପୁର ଅଞ୍ଚଳରେ ଘର ଭିତରେ ନାବାଳିକାଙ୍କୁ ହତ୍ୟା ପରେ ଘର ଛାଡ଼ି ପଳାଉଥିଲା ପରିବାର । ଆଉ ଲୋକେ ଅଟକାଇ ପୋଲିସକୁ ଡାକିବା ପରେ ଅଖା ଭିତରୁ ମିଳିଛି ୮ ବର୍ଷର ନାବାଳିକାର ମୃତଦେହ ।


ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, "ପ୍ରାୟ ଦେଢ଼ ମାସ ହେବ ବଞ୍ଜାରା ସମ୍ପ୍ରଦାୟର କିଛି ଲୋକ ଆସି ସମଲପୁରରେ ପାଲ ଟାଣି ଅସ୍ଥାୟୀ ଛପର ଘରେ ରହୁଥିଲେ । ସ୍ଥାନୀୟ ଷ୍ଟେସନକୁ ଯାଇ ଭିକ ମାଗୁଥିଲେ ଘରର ନାବାଳିକା । ହେଲେ ହଠାତ୍ ଆଜି ଟ୍ରଲି ଆଣି ସମସ୍ତ ଜିନିଷପତ୍ର ଲଦି ସପରିବାର ପଳାଉଥିଲେ ।"


ଏଥିସହ ପଢ଼ନ୍ତୁ: ୬୦ ବର୍ଷ ପରେ ଜାତିସଂଘରେ ଭାଷଣ ଦେବାକୁ ସୁଯୋଗ ପାଇଲେ ଏହି ଦେଶର ରାଷ୍ଟ୍ରପତି


ଯାହାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଆଉ ପୋଲିସ ଆସି ଘର ଖୋଲି ଦେଖିବାରୁ ଏକ ଗାତ ଦେଖିବାକୁ ମିଳିଥିଲା । ଆଉ ପାଖରେ ଥୁଆ ହୋଇଥିଲା ଏକ ଅଖା ବସ୍ତା । ବସ୍ତା ଭିତରୁ ପୋଲିସ ନାବାଳିକାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କେଉଁ ପରିସ୍ଥିତିରେ ଆଉ କିଭଳି ନାବାଳିକାଙ୍କ ମୃତ୍ୟୁ ହେଲା ସ୍ପଷ୍ଟ ହୋଇନି । ତେବେ ନାବାଳିକଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ନାବାଳିକା ଜଣଙ୍କୁ ହତ୍ୟା ପରେ ପ୍ରମାଣ ଲୁଚାଇବାକୁ ଘର ଭିତରେ ଗାତ ଖୋଳା ଯାଇଥିଲା । ଆଉ ଅଖାରେ ମୃତଦେହକୁ ବାନ୍ଧି ଘର ଲୋକେ ସେହି ଗାତରେ ପୋତି ଦେଇଥାନ୍ତେ । ମାମଲାରେ ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ପୋଲିସ ନାବାଳିକାଙ୍କ ଭାଉଜ, ଭାଇଙ୍କ ସହ ଅନ୍ୟମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।


ଏଥିସହ ପଢ଼ନ୍ତୁ: ଗୋଟିଏ ଦିନରେ ୩ ରେକର୍ଡ କଲେ ଅଭିଷେକ ଶର୍ମା


ତେବେ ନାବାଳିକାଙ୍କ ମୃତ୍ୟୁ କେମିତି ହେଲା ? ଝିଅର ମୃତ୍ୟୁକୁ ନେଇ ପରିବାର ଲୋକେ ଦେଉଥିବା ବୟାନରେ କାହା ସହ କାହାର ତାଳମେଳ ରହୁ ନାହିଁ । ଆଉ ନାବାଳିକାଙ୍କ ମୃତ୍ୟୁ ପରେ ହଠାତ୍ ଘର ଛାଡ଼ି ପଳାଇବାକୁ ସପରିବାର ଉଦ୍ୟମ କରିବା ଆହୁରି ସନ୍ଦେହକୁ ବଢ଼ାଉଛି । ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ କେଉଁ ପରିସ୍ଥିତିରେ ନାବାଳିକାଙ୍କ ମୃତ୍ୟୁ ହେଲା ? ଆଉ କାହିଁକି ପଳାଉଥିଲେ ସପରିବାର ?

Related Topics

Explore more stories

Sponsored
Crime In Odisha | Balasore Shocker: Minor Girl’s Body Found, Banjara Family Detained | Argus News | Argus News