Abhishek Sharma Record / ଗୋଟିଏ ଦିନରେ ୩ ରେକର୍ଡ କଲେ ଅଭିଷେକ ଶର୍ମା

Key Points
କେବଳ ବିରାଟ କୋହଲି ନୁହେଁ, ରୋହିତ ଶର୍ମାଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ଅଭିଷେକ ।
ଏସିଆ କପର ଟି-୨୦ ଫର୍ମାଟରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ।
କିଙ୍ଗ୍ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ । ଦୀର୍ଘ ଦିନ ଧରି ଯେଉଁ ରେକର୍ଡର ଅଧିକାରୀ ଥିଲେ କୋହଲି, ବୁଧବାର ସେହି ରେକର୍ଡ ନିଜ ନାଁରେ କରିଛନ୍ତି ୨୫ ବର୍ଷୀୟ ବାମହାତୀ ବ୍ୟାଟସମ୍ୟାନ୍ ଅଭିଷେକ ଶର୍ମା । ସେ ଏସିଆ କପ୍ 2025ରେ ନିଜ ବ୍ୟାଟିଂ ଦକ୍ଷତା ସହିତ ରଚିଛନ୍ତି ଇତିହାସ । ବାଂଲାଦେଶ ବିପକ୍ଷ ସୁପର-4 ମ୍ୟାଚ୍ରେ ଛକା ମାରି ସେ ଏହି ସଫଳତା ହାସଲ କରିଛନ୍ତି । ଅଭିଷେକ ଦ୍ୱିତୀୟ ଭାରତୀୟ ଏବଂ ବିଶ୍ୱର ତୃତୀୟ ଖେଳାଳି ଭାବରେ ଏସିଆ କପ୍ ଟି-20 ରେ ୨୦୦ ରନ୍ ପୂରଣ କରିଛନ୍ତି । ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି ଅଭିଷେକ ।
ଏହାସହ ପଢ଼ନ୍ତୁ: ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର
ଏସିଆ କପର ଟି-୨୦ ଫର୍ମାଟରେ, ଭାରତ ପକ୍ଷରୁ କେବଳ ବିରାଟ କୋହଲି 200ରୁ ଅଧିକ ରନ୍ କରିଥିଲେ । ୨୦୨୨ ଏସିଆ କପରେ କୋହଲି ୨୭୬ ରନ୍ କରିଥିଲେ । ସେହି ବର୍ଷ ପାକିସ୍ତାନର ମହମ୍ମଦ ରିଜୱାନ ୨୮୧ ରନ କରି ସର୍ବାଧିକ ରନ କରିବାର ରେକର୍ଡ ନିଜ ନାମରେ କରିଥିଲେ । ଆଉ ଏବେ ଏହି ଏଲଟି କ୍ଲବରେ ସାମିଲ ହୋଇଛନ୍ତି ଅଭିଷେକ ଶର୍ମା । ସେ ଏସିଆ କପରେ ଏପର୍ଯ୍ୟନ୍ତ ୨୪୮ ରନ୍ କରିସାରିଛନ୍ତି ।
ଏହାସହ ପଢ଼ନ୍ତୁ: ଜବରଦସ୍ତ ଝଟ୍କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...
ତେବେ କେବଳ ବିରାଟ କୋହଲି ନୁହେଁ, ରୋହିତ ଶର୍ମାଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ଅଭିଷେକ । ଏସିଆ କପର ଟି-୨୦ ଫର୍ମାଟରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଥିଲା, ଯିଏ ନଅଟି ମ୍ୟାଚ୍ରେ ୧୨ଟି ଛକା ମାରିଥିଲେ। କିନ୍ତୁ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ପାଞ୍ଚଟି ଛକା ମାରି ଅଭିଷେକ, ରୋହିତଙ୍କୁ ପଛରେ ପକାଇ ଦେଇଛନ୍ତି । ଅଭିଷେକ ଏବେ ଏସିଆ କପରେ ପାଞ୍ଚଟି ମ୍ୟାଚ୍ରେ ୧୭ଟି ଛକା ମାରିଛନ୍ତି।
ସେହିଭଳି ଅଭିଷେକ ଆଉ ଗୋଟିଏ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ବିରାଟ କୋହଲିଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି ଯିଏ ଲଗାତାର ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଖାଲି ସେତିକି ନୁହେଁ ପାକିସ୍ତାନ ବିପକ୍ଷରେ ସେ ମାତ୍ର ୨୪ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ଯୁବରାଜ ସିଂହଙ୍କ ପୂର୍ବ ରେକର୍ଡ ଭାଙ୍ଗିଥିଲା। ତା’ପରେ ସେ ବାଂଲାଦେଶ ବିପକ୍ଷରେ ୨୫ ବଲ୍ରେ ତାଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ ।
📱 Get Argus News App
✨ଏହାସହ ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି, ଡାକ୍ତରୀ ପଢ଼ିବା ଆଶାୟୀଙ୍କ ପାଇଁ ନୂଆ ସୁଯୋଗ
ଏସିଆ କପ ଟି-20ରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ରନ କରିବାର ରେକର୍ଡ ଏବେ ବି ବିରାଟ କୋହଲିଙ୍କ ପାଖରେ ଅଛି । ସେ 10 ମ୍ୟାଚରେ 429 ରନ କରିଛନ୍ତି । ରୋହିତ ଶର୍ମା 271 ରନ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି, କିନ୍ତୁ ଅଭିଷେକ ଯେଉଁ ଫର୍ମରେ ବ୍ୟାଟିଂ କରୁଛନ୍ତି, ସେ ରୋହିତଙ୍କୁ ପଛରେ ପକାଇ ଭାରତର ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ହୋଇଯିବେ ବୋଲି ଆଶା କରାଯାଉଛି ।
Related Topics
Explore more stories