Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime / ୬ ବର୍ଷର ଝିଅକୁ ଅପହରଣ; ଡ୍ରେନ୍‌ରୁ ମିଳିଲା ଜରିରେ ବନ୍ଧା ଯାଇଥିବା ମୃତଦେହ

Sushanta Sahoo
Browse all articles by Sushanta Sahoo
·6 months ago·2 min read
୬ ବର୍ଷର ଝିଅକୁ ଅପହରଣ; ଡ୍ରେନ୍‌ରୁ ମିଳିଲା ଜରିରେ ବନ୍ଧା ଯାଇଥିବା ମୃତଦେହ
Shocking incident in Bengaluru

Key Points

ବାପାମାଆଙ୍କ ସହ ଶତ୍ରୁତା ପାଇଁ ପଡ଼ୋଶୀ ନେଇଗଲା ନିରୀହ, ନିଷ୍କପଟ, ସରଳ ୬ ବର୍ଷର ଛୁଆର ଜୀବନ । ଅପହରଣ କରି ନେଲେ, ମାରିବା ପରେ ଜରିରେ ଗୁଡ଼ାଇ ଡ୍ରେନ୍‌ରେ ଫିଙ୍ଗିଦେଲେ ।
ବେଙ୍ଗାଳୁରୁ: ଅପହରଣ କରି ନେଲେ, ମାରିବା ପରେ ଜରିରେ ଗୁଡ଼ାଇ ଡ୍ରେନ୍‌ରେ ଫିଙ୍ଗିଦେଲେ । ବାପାମାଆଙ୍କ ସହ ବ୍ୟକ୍ତିଗତ ଶତ୍ରୁତା ପାଇଁ ପଡ଼ୋଶୀ ନେଇଗଲା ନିରୀହ, ନିଷ୍କପଟ, ସରଳ ୬ ବର୍ଷର ଛୁଆର ଜୀବନ ।

ଏଭଳି ବୀଭତ୍ସ, ଅମାନବୀୟ, ଭୟାନକ ହତ୍ୟାକାଣ୍ଡ ଘଟିଛି ବେଙ୍ଗାଳୁରୁରେ । ହ୍ଵାଇଟ୍‌ଫିଲ୍ଡ ଅଞ୍ଚଳର ଏକ ଡ୍ରେନ୍‌ ଭିତରୁ ପ୍ଲାଷ୍ଟିକ୍‌ ବ୍ଯାଗ୍‌ରୁ ମିଳିଛି ନାବାଳିକାର ମୃତଦେହ । ଯାହାକୁ ନେଇ ସ୍ତବ୍ଧ ହୋଇ ଯାଇଛନ୍ତି ସମସ୍ତେ ।

ଏଥିସହ ପଢ଼ନ୍ତୁ: ମାତିଲେ ଛୁଆ ଚୋର ! ୩ ଦିନ ପରେ ବି ମିଳୁନି ନାବାଳକଙ୍କ ଖୋଜ ଖବର

ସୂଚନା ଅନୁସାରେ, ହ୍ଵାଇଟ୍‌ଫିଲ୍ଡରେ ରହୁଥିବା ପଶ୍ଟିମବଙ୍ଗର ୨ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ୨ ପରିବାର ବେଙ୍ଗାଳୁରୁରେ ଶ୍ରମିକ ଭାବେ କାମ କରୁଥିଲେ ।

ସୋମବାର ହ୍ଵାଇଟ୍‌ଫିଲ୍ଡ ଥାନାରେ ୬ ବର୍ଷର ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ ଦମ୍ପତି । ପୋଲିସ ଏତଲା ରୁଜୁ କରି ସର୍ଚ୍ଚ ଅପରେସନ୍ ଚଳାଇଥିଲା । ଆଉ ବିଳମ୍ବିତ ରାତିରେ ନଲ୍ଲୁରହାଲ୍ଲି ମନ୍ଦିର ରୋଡ୍ ଡ୍ରେନ୍‌ରୁ ମିଳିଛି ନାବାଳିକାଙ୍କ ମୃତଦେହ ।

ହ୍ଵାଇଟ୍‌ଫିଲ୍ଡ ପୋଲିସ ସୋମବାର ଅପରାହ୍ଣରେ ଅପହରଣ ନେଇ ଏତଲା ରୁଜୁ କରିଥିଲା । ଡିସିପି ସାଇଦୁଲୁ ଅଦଭାତ କହିଛନ୍ତି, "ଡ୍ରେନ୍‌ରୁ ଶରୀର ପାଇବା ପରେ ହସ୍ପିଟାଲ୍ ପଠାଇଛୁ । ମୃତଦେହ ବ୍ୟବଚ୍ଛେଦ କରାଯିବ ।"

ଡିସିପି ଆହୁରି କହିଛନ୍ତି, "ନାବାଳିକାଙ୍କ ବେକକୁ ପ୍ଲାଷ୍ଟିକ ରଶିରେ ବନ୍ଧା ଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନାହିଁ । ଲାଗୁଛି କେହି ନାବାଳିକାଙ୍କ ତଣ୍ଟି ଚିପି ହତ୍ୟା କରିଛି । ଖୁବ୍‌ଶୀଘ୍ର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବ, ଚିହ୍ନଟ କରିଛୁ ।"

ଏଥିସହ ପଢ଼ନ୍ତୁ: ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା; ସାମ୍ବାଦିକଙ୍କୁ ଗୁଳି କଲେ, ବ୍ୟବସାୟୀଙ୍କୁ ହାଣିଦେଲେ

ସୂଚନା ଅନୁସାରେ, ୬ ବର୍ଷର ଶାହନାଜ ଖାତୁନ୍ ଘର ବାହାରେ ଅନ୍ୟ ପିଲମାନଙ୍କ ସହ ଖେଳୁଥିଲା । ସେହି ସମୟରେ ପଡ଼ୋଶୀ ୟୁସୁଫ ମୀର୍ ସେହି ବାଟ ଦେଇ ଯାଇଥିଲେ । ତେଣୁ ସେହି ହିଁ ଶାହନାଜକୁ ନେଇ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେବେ ନାବାଳିକାଙ୍କୁ ଅପହରଣ ପରେ ଅସଦାଚରଣ କରାଯାଇଛି କି ନାହିଁ ପୋଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇନି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ କଣ ହୋଇଥିଲା ବୋଲି ପୋଲିସ କହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored