|
logo
Live
Argus News App
GET APP

Argus News - ମାତିଲେ ଛୁଆ ଚୋର ! ୩ ଦିନ ପରେ ବି ମିଳୁନି ନାବାଳକଙ୍କ ଖୋଜ ଖବର

Crime

Crime In Odisha / ମାତିଲେ ଛୁଆ ଚୋର ! ୩ ଦିନ ପରେ ବି ମିଳୁନି ନାବାଳକଙ୍କ ଖୋଜ ଖବର

Sushanta Sahoo
Browse all articles by Sushanta Sahoo
·2 months ago·2 min read
ମାତିଲେ ଛୁଆ ଚୋର ! ୩ ଦିନ ପରେ ବି ମିଳୁନି ନାବାଳକଙ୍କ ଖୋଜ ଖବର
Masked Men Abduct 11-Year-Old in Odisha

Key Points

କାଦୋପାଣ ଗାଁରେ ଜଣେ ନାବାଳକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ନଦୀକୁ ଶୌଚ ପାଇଁ ସାଙ୍ଗମାନଙ୍କ ସହ ଯାଇଥିବା ବେଳେ ଘନଶ୍ୟାମ ବରିହାଙ୍କୁ ଦୁଇ ଜଣ ବାଇକ୍‌ରେ ଆସି କେଉଁ ଆଡ଼େ ଟେକି ନେଇ ଯାଇଛନ୍ତି ।
ପାଟଣାଗଡ଼ (ବଲାଙ୍ଗିର): ବାଇକ୍‌ରେ ୨ ଜଣ ଆସିଲେ, ସାଙ୍ଗକୁ ଟାଣି ନେଇ ପଳାଇଲେ । ସେମାନଙ୍କ ମୁହଁରେ କପଡ଼ା ଥିଲା, ସଞ୍ଜ ଅନ୍ଧାରରେ ମୁହଁ ସ୍ପଷ୍ଟ ଦେଖା ଯାଉ ନଥିଲା । ଶୌଚ ପାଇଁ ସାଙ୍ଗମାନଙ୍କ ସହ ଯାଇଥିବା ବେଳେ ଜଣେ ୧୧ ବର୍ଷର ବାଳକକୁ ଟେକି ନେଲେ ୨ ଦୁର୍ବୃତ୍ତ । ସାଙ୍ଗର ଅପହରଣକୁ ନିଜ ଆଖିରେ ଦେଖିଥିବା କୁନି ବାଳକ ଏହି ମନ୍ତବ୍ୟ ଦେଇଛି ।

ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ବାଘମୁଣ୍ଡ ପଞ୍ଚାୟତ କାଦୋପାଣ ଗାଁରେ ଜଣେ ନାବାଳକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ନଦୀକୁ ଶୌଚ ପାଇଁ ସାଙ୍ଗମାନଙ୍କ ସହ ଯାଇଥିବା ବେଳେ ଘନଶ୍ୟାମ ବରିହାଙ୍କୁ ଦୁଇ ଜଣ ବାଇକ୍‌ରେ ଆସି କେଉଁ ଆଡ଼େ ଟେକି ନେଇ ଯାଇଛନ୍ତି ।

ଏଥିସହ ପଢ଼ନ୍ତୁ: ରାତି ଅଧରେ ଜଳିଗଲା ଗାଁ; ଶୋଇଥିବା ବେଳେ ପୋଡ଼ିଗଲା ୭ ପରିବାରର ସବୁକିଛି

ଘନଶ୍ୟାମଙ୍କୁ ଅପହରଣ କରାଯାଇଥିବା ନେଇ ବାପା ସମାରୁ ବରିହା ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ଲରମ୍ଭା ଥାନା ପୋଲିସ ଛାନଭିନ୍ କରୁଥିବା ଥାନା ଅଧିକାରୀ ଭାନୁ ପ୍ରକାଶ ଯାଦବ କହିଛନ୍ତି । ହେଲେ ନିଖୋଜର ୩ ଦିନ ପରେ ବି ଘନଶ୍ୟାମଙ୍କ କୌଣସି ଖୋଜ ଖବର ମିଳିନାହିଁ ।

ସୂଚନା ଅନୁସାରେ, ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ଘନଶ୍ୟାମ ଘର ପାଖ ନଦୀକୁ ସାଙ୍ଗମାନଙ୍କ ସହ ଶୌଚ ପାଇଁ ଯାଇଥିଲେ । ଫେରିବା ବାଟରେ ୨ ଜଣ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧି ବାଇକ୍‌ରେ ଘନଶ୍ୟାମକୁ ନେଇ ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ଆମେରିକାର ଭେନେଜୁଏଲା ଆକ୍ରମଣ ପରେ କିମ୍ ଜୋଙ୍ଗ ଉନ୍‌ଙ୍କ ବଡ଼ ଘୋଷଣା

ପୁଅ ନିଖୋଜ ନେଇ ସମାରୁ କହିଛନ୍ତି, "ଶୌଚ ପାଇଁ ସାଙ୍ଗ ସହ ଘନଶ୍ୟାମ ଯାଇଥିଲା । ସାଙ୍ଗ ଘରକୁ ଆସି କହିଲା ୨ ଲୋକ ଆସି ଘନକୁ ନେଇଗଲେ । ଆମେ ଚାରିଆଡ଼େ ଖୋଜାଖୋଜି କଲା ପରେ ବି ପୁଅକୁ ନ ପାଇ ଥାନାରେ ଏତଲା ଦେଇଛୁ ।"

ବାଘମୁଣ୍ଡ ପଞ୍ଚାୟତ କାଦୋପାଣ ଗାଁର ୧୧ ବର୍ଷୀୟ ଘନଶ୍ୟାମଙ୍କୁ ଅପହରଣ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ସ୍ଥାନୀୟ ଅଞ୍ଚଳରେ ଛୁଆ ଚୋର ମାତିଥିବା ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି ।

ଗାଁର ୱାର୍ଡ ମେମ୍ବର କହିଛନ୍ତି, "ଛୁଆ ନିଖୋଜକୁ ୩ ଦିନ ହେଲାଣି । ପୋଲିସରେ ଏତଲା ଦେଇଛୁ । ଆମେ ଓ ପୋଲିସ ଖୋଜାଖୋଜି କଲୁଣି, ହେଲେ ଛୁଆ ମିଳୁନି । ବାଇକ୍‌ରେ କିଏ ଆସି ନେଇ ଯାଇଥିବା ସାଙ୍ଗରେ ଥିବା ଛୁଆ କହୁଛି । ଆମେ ଟିକେ ଡରି ଯାଇଛୁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime In Odisha: ମାତିଲେ ଛୁଆ ଚୋର ! ୩ ଦିନ ପରେ ବି ମିଳୁନି ନାବାଳକଙ୍କ ଖୋଜ ଖବର | Argus News