|
logo
Live
Argus News App
GET APP

Argus News - ବିବାହ ପ୍ରସ୍ତାବ ଦେଖିବାକୁ ଆସି କାଟିଦେଲା ଯୁବତୀଙ୍କ ଗଳା

Odisha

Crime In Odisha / ବିବାହ ପ୍ରସ୍ତାବ ଦେଖିବାକୁ ଆସି କାଟିଦେଲା ଯୁବତୀଙ୍କ ଗଳା

Sushanta Sahoo
Browse all articles by Sushanta Sahoo
·5 months ago·2 min read
ବିବାହ ପ୍ରସ୍ତାବ ଦେଖିବାକୁ ଆସି କାଟିଦେଲା ଯୁବତୀଙ୍କ ଗଳା

Key Points

ବିବାହ ପ୍ରସ୍ତାବ ନେଇ ଆସିଥିବା ସୁବ୍ରତ କାହିଁକି ଯୁବତୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କଲା ? ଏହା ପଛର କାରଣ କ'ଣ ? ଉଭୟ ପୂର୍ବରୁ ପରସ୍ପରକୁ ଚିହ୍ନିଥିଲେ କି ? ନା ଘର ଭିତରେ କୌଣସି ପ୍ରଶ୍ନ କିମ୍ବା ପ୍ରଶ୍ନର ଉତ୍ତରକୁ ନେଇ ସୁବ୍ରତ, ଯୁବତୀଙ୍କ ଗଳା କାଟିଲା ? ଯୁବତୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟ ରଖି ପୂର୍ବରୁ ଛୁରୀ ନେଇ ଆସିଥିଲା କି ସୁବ୍ରତ ?

ଆଳି (କେନ୍ଦ୍ରାପଡ଼ା): ବିବାହ ପ୍ରସ୍ତାବ ନେଇ ଆସିଥିଲେ । ଝିଅ ସହ ଏକାନ୍ତରେ କଥା ହେବାକୁ କହିଲେ । ଆଉ କବାଟ ବନ୍ଦ କରି ଛୁରିରେ କାଟିଦେଲା ଯୁବତୀଙ୍କ ଗଳା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଜୟନଗର ପଞ୍ଚାୟତ କୁଜିପୁର ଗାଁରେ ।


ସୂଚନା ଅନୁସାରେ, କୁଜିପୁରୁ ଗାଁର କିଶୋର ଦାସଙ୍କ ଭାଣିଜୀଙ୍କୁ ନିକଟସ୍ଥ ଗାରଡ଼ପୁର ଗାଁର ସୁବ୍ରତ ନାୟକ ଓ ତାଙ୍କ ମାଆ ମନୋରମା ନାୟକ ଦେଖିବାକୁ ଆସିଥିଲେ । ଝିଅ ସହ କିଛି କଥା ହେବା ଲାଗି ଦେଖିବାକୁ ଆସିଥିବା ପୁଅ ସୁବ୍ରତ କହିଥିଲା । ଏହା ପରେ ପୁଅ, ଝିଅ ଗୋଟିଏ କୋଠରିକୁ ଯାଇଥିଲେ ।


ଏଥିସହ ପଢ଼ନ୍ତୁ: ଡ୍ରାଇଭରକୁ ମାଡ଼ ମାରି ୧.୪୫ କୋଟି ହାୱଲା ଟଙ୍କା ଲୁଟିନେଲା ପୋଲିସ, ୧୦ ନିଲମ୍ବିତ


ଆଉ ସେହି କୋଠରିକୁ ଯିବା ପରେ ସୁବ୍ରତ କବାଟ ବନ୍ଦ କରି ଦେଇଥିଲେ । ଏହା ପରେ ବନ୍ଦ କୋଠରିରେ ଏକ ଛୁରିରେ ଝିଅର ଗଳା କାଟି ଦେଇଥିଲା । ପରିବାର ଲୋକେ ଝିଅର ଚିତ୍କାର ଶୁଣି ଘର କବାଟ ଭାଙ୍ଗି ଝିଅକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ଝିଅକୁ ମେଡିକାଲ୍ ନେବା ସହ ଦେଖିବାକୁ ଆସିଥିବା ପୁଅ ସୁବ୍ରତକୁ କାବୁ କରି ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଭିଯୁକ୍ତ ସୁବ୍ରତକୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ରାଜକନିକା ଥାନା ପୋଲିସ ଗାଁରେ ପହଞ୍ଚି ଯୁବତୀଙ୍କୁ ମେଡିକାଲ୍ ପଠାଇବା ସହ ଯୁବକଙ୍କୁ ଗିରଫ କରିଛି । ସୁବ୍ରତ ବିବାହ ପ୍ରସ୍ତାବ ନେଇ ଆସି ଭାଣିଜୀର ଗଳା କାଟିଥିବା ନେଇ ମାମୁ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି । ଏବେ ଯୁବତୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।


ଏଥିସହ ପଢ଼ନ୍ତୁ: ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଅଭିଯୋଗ


ତେବେ ବିବାହ ପ୍ରସ୍ତାବ ନେଇ ଆସିଥିବା ସୁବ୍ରତ କାହିଁକି ଯୁବତୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କଲା ? ଏହା ପଛର କାରଣ କ'ଣ ? ଉଭୟ ପୂର୍ବରୁ ପରସ୍ପରକୁ ଚିହ୍ନିଥିଲେ କି ? ନା ଘର ଭିତରେ କୌଣସି ପ୍ରଶ୍ନ କିମ୍ବା ପ୍ରଶ୍ନର ଉତ୍ତରକୁ ନେଇ ସୁବ୍ରତ, ଯୁବତୀଙ୍କ ଗଳା କାଟିଲା ? ଯୁବତୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟ ରଖି ପୂର୍ବରୁ ଛୁରୀ ନେଇ ଆସିଥିଲା କି ସୁବ୍ରତ ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ ତଦନ୍ତ ହିଁ ସ୍ପଷ୍ଟ କରିବ କ'ଣ ରହିଥିଲା ସୁବ୍ରତର ଉଦ୍ଦେଶ୍ୟ ।

Related Topics

Explore more stories

Sponsored
Crime In Odisha: ବିବାହ ପ୍ରସ୍ତାବ ଦେଖିବାକୁ ଆସି କାଟିଦେଲା ଯୁବତୀଙ୍କ ଗଳା | Argus News