|
logo
Live
Argus News App
GET APP

Argus News - ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ

Odisha

Odia Student Raped in WB / ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ

Sushanta Sahoo
Browse all articles by Sushanta Sahoo
·5 months ago·3 min read
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ

Key Points

ପୀଡ଼ିତାଙ୍କ ବାପାଙ୍କ ସହ ନିଜେ ପୂର୍ବାଞ୍ଚଳ DIG କଥା ହୋଇଥିବା କହିଛନ୍ତି । ଓଡ଼ିଶା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି । ଏହି ଟିମ୍ ପୀଡ଼ିତାଙ୍କ ପରିବାରକୁ ସହାୟତା ପ୍ରଦାନ କରିବେ ।

ଭୁବନେଶ୍ଵର: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶା ସରକାରଙ୍କ ତତ୍ପରତା । ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଛନ୍ତି ଓଡ଼ିଶା ସରକାର । ଏହି ଟିମ୍‌ରେ ଅଛନ୍ତି ପୋଲିସ ଓ ପ୍ରଶାସନିକ ଅଧିକାରୀ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ DIG ପିନାକ ମିଶ୍ର ।

ପୀଡ଼ିତାଙ୍କ ବାପାଙ୍କ ସହ ନିଜେ ପୂର୍ବାଞ୍ଚଳ DIG କଥା ହୋଇଥିବା କହିଛନ୍ତି । ଓଡ଼ିଶା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି । ଏହି ଟିମ୍ ପୀଡ଼ିତାଙ୍କ ପରିବାରକୁ ସହାୟତା ପ୍ରଦାନ କରିବେ । DIG ଓ ବାଲେଶ୍ଵର ଏସ୍‌ପି ଏହି ଘଟଣାର ପରବର୍ତ୍ତୀ ପଦକ୍ଷେପ ନେଇ ଦୁର୍ଗାପୁର ପୋଲିସ ସହ ଯୋଗାଯୋଗରେ ଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ DIG ।


ଏଥିସହ ପଢ଼ନ୍ତୁ: ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଅଭିଯୋଗ


ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଘଟଣାକୁ ଦୁର୍ଭାଗ୍ୟଜନକ ସହ ନିନ୍ଦନୀୟ ଓ ପୀଡ଼ାଦାୟକ କହିଛନ୍ତି ମୁଖ୍ୟମନ୍ତ୍ରୀ । ସୋସିଆଲ୍ ମିଡିଆ Xରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖବର ଶୁଣି ଗଭୀର ଭାବେ ମର୍ମାହତ ହୋଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି ମୋହନ ମାଝୀ ।



ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗର ସରକାରଙ୍କୁ ଯୋଗାଯୋଗ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରିବାରବର୍ଗଙ୍କୁ ଓଡ଼ିଶା ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆର୍. ଜି କର ମେଡିକାଲ୍ କଲେଜ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ନେଇ ସାରା ବିଶ୍ଵରେ ବଦନାମ ହୋଇଥିଲା ପଶ୍ଚିମବଙ୍ଗ । ଆଉ ଏବେ ପୁଣି ଘଟିଛି ସାଂଘାତିକ ଘଟଣା । ଏଥର ବି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଡାକ୍ତରୀ ଛାତ୍ରୀ । ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଦ୍ଵିତୀୟ ବର୍ଷ ପଢୁଥିବା ଜଣେ ଓଡ଼ିଆ ଝିଅ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।



ଛାତ୍ରୀ ଜଣଙ୍କ ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ । ଘଟଣା ନେଇ ମେଡିକାଲ କଲେଜରେ ଦେଖା ଦେଇଛି ପ୍ରବଳ ଉତ୍ତେଜନା । ସେପଟେ ଘଟଣା ନେଇ ମମତା ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସଞ୍ଜୟ ସେଠ୍ । ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ସହପାଠୀଙ୍କ ସହ କଲେଜ କ୍ୟାମ୍ପସ ବାହାରକୁ ଯାଇଥିଲେ ଛାତ୍ରୀ । ହଠାତ୍ ପାଞ୍ଚ ଜଣ ଯୁବକ ଆସି ସେମାନଙ୍କ ରାସ୍ତା ଅବରୋଧ କରିଥିଲେ ।


ଏଥିସହ ପଢ଼ନ୍ତୁ: ବିବାହ ପ୍ରସ୍ତାବ ଦେଖିବାକୁ ଆସି କାଟିଦେଲା ଯୁବତୀଙ୍କ ଗଳା


ରାସ୍ତାରୁ ହସ୍ପିଟାଲ ପଛପଟ ଏକ ଜଙ୍ଗଲକୁ ଉଠାଇ ନେଇ ଛାତ୍ରୀଙ୍କୁ ନିର୍ଯାତନା ଦେଇଥିଲେ ଦୁର୍ବୃତ୍ତ । ଛାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲ ଆଇସିୟୁରେ ଭର୍ତ୍ତି ଅଛନ୍ତି । ସେପଟେ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ବାପା । ମମତା ସରକାରରେ ମିଳୁନି ସହଯୋଗ । ଘଟଣାକୁ ଚାପିବାକୁ ଚେଷ୍ଟା କରାଯାଉଛି । ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୁଅନ୍ତାଣି ।

ଘଟଣା ନେଇ ଦୁର୍ଗାପୁର ଶିଳ୍ପାଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଆର୍. ଜି କର ମେଡିକାଲ୍ କଲେଜ ଘଟଣା ପରେ ଏବେ ପୁଣି ଏଭଳି ଘଟଣା ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ସୃଷ୍ଟି କରିଛି ବଡ଼ ପ୍ରଶ୍ନ । ଦୁର୍ଗାପୁର ପୋଲିସ ଫରେନସିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି । ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରିବା ସହ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ।

Related Topics

Explore more stories

Sponsored
Odia Student Raped in WB: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ | Argus News