Crime In Odisha / ରାଜଧାନୀରେ ଆତଙ୍କରାଜ; ଗୋଡ଼ାଇ ଗୋଡ଼ାଇ ଖଣ୍ଡା, କଟୁରୀରେ ଯୁବକଙ୍କୁ ହାଣିଲେ

Key Points
ହାତରେ ଖଣ୍ଡା ଆଉ କଟୁରୀ । ଜଣଙ୍କ ପଛରେ ଜଣେ ଗୋଡ଼ାଇ ଯାଉଛନ୍ତି, ଆଉ ତଳେ ପଡ଼ିବା କ୍ଷଣି ଚୋଟ ପରେ ଚୋଟ ପକାଇ ଚାଲିଛନ୍ତି । ଏଭଳି ଆତଙ୍କପୂର୍ଣ୍ଣ ଘଟଣା ଘଟିଛି ଭୁବନେଶ୍ଵରର ଭିଏସ୍ଏସ୍ ନଗର ଅଞ୍ଚଳରେ ।
ଭୁବନେଶ୍ଵର: ବିଚ୍ ରାସ୍ତାରେ ଆତଙ୍କ, ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ହାଣିଲେ । ହାତରେ ଖଣ୍ଡା ଆଉ କଟୁରୀ । ଜଣଙ୍କ ପଛରେ ଜଣେ ଗୋଡ଼ାଇ ଯାଉଛନ୍ତି, ଆଉ ତଳେ ପଡ଼ିବା କ୍ଷଣି ଚୋଟ ପରେ ଚୋଟ ପକାଇ ଚାଲିଛନ୍ତି । ଏଭଳି ଆତଙ୍କପୂର୍ଣ୍ଣ ଘଟଣା ଘଟିଛି ଭୁବନେଶ୍ଵରର ଭିଏସ୍ଏସ୍ ନଗର ଅଞ୍ଚଳରେ ।
ଦିନ ଦ୍ଵିପ୍ରହରରେ ସମସ୍ତଙ୍କ ଆଖି ଆଗରେ ଏଭଳି ଘଟଣା ଘଟିଛି । ଆକ୍ରମଣ ବେଳର ଭିଡିଓ ସାମ୍ନାକୁ ଆସିବା ପରେ ରାଜଧାନୀ ବାସିନ୍ଦାଙ୍କ ଭିତରେ ଛନକା ପଶିଛି । ଭିଡିଓରେ ଦେଖା ଯାଉଛି, ଭିଏସ୍ଏସ୍ ନଗର ଓଭର୍ ବ୍ରିଜ୍ ପାଖରେ ଦୁଇ ଜଣ ଦୌଡ଼ୁଛନ୍ତି ।
ଏଥିସହ ପଢ଼ନ୍ତୁ: ନାବାଳିକାଙ୍କୁ ହତ୍ୟା ପରେ ଅଖାରେ ବାନ୍ଧି ପୋତିଦେଲେ, ଘର ଛାଡ଼ି ପଳାଉଥିଲେ ପରିବାର
ଆଗରେ ଦୌଡ଼ୁଥିବା ଯୁବକ ଜଣଙ୍କ ତଳେ ପଡ଼ିଯିବା ପରେ ପଛରେ ଖାଲି ଦେହରେ ଖଣ୍ଡା ଧରିଥିବା ଯୁବକ ଆକ୍ରମଣ କରୁଛନ୍ତି । ତଳେ ପଡ଼ିଥିବା ଯୁବକଙ୍କୁ ଖଣ୍ଡାରେ ଚୋଟ ପରେ ଚୋଟ ପକାଇ ଚାଲୁଛନ୍ତି । ଆଉ ତଳେ ପଡ଼ିଥିବା ଯୁବକ ଉଠିବା ମାତ୍ରେ ତେଲେଙ୍ଗା କଟୁରୀରେ ଆକ୍ରମଣକୁ ପ୍ରତିରୋଧ କରିବାକୁ ପ୍ରୟାସ କରୁଛନ୍ତି । ଶେଷରେ ଖଣ୍ଡା ଧରି ଆକ୍ରମଣ କରୁଥିବା ଯୁବକ ଦୌଡ଼ି ପଳାଉଛନ୍ତି ।
ଘଟଣାରେ ଆହତ ହୋଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଖଣ୍ଡାରେ ଆକ୍ରମଣ କରିଥିବା ଯୁବକ ଜଣଙ୍କ ଏବେ ଫେରାର୍ ରହିଥିବା ବେଳେ ପୋଲିସ ଛାନଭିନ୍ ଆରମ୍ଭ କରିଛି । କୁହାଯାଉଛି, ଆକ୍ରମଣ କରିଥିବା ଓ ଆହତ ହୋଇଥିବା ଯୁବକ ଉଭୟ ନିକଟରେ ଥିବା ବସ୍ତି ଅଞ୍ଚଳରେ ରୁହନ୍ତି ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ୬୦ ବର୍ଷ ପରେ ଜାତିସଂଘରେ ଭାଷଣ ଦେବାକୁ ସୁଯୋଗ ପାଇଲେ ଏହି ଦେଶର ରାଷ୍ଟ୍ରପତି
ପୂର୍ବ ଶତ୍ରୁତା ଓ ନିଶା କାରବାରକୁ ନେଇ ଦିନ ଦ୍ଵିପ୍ରହରରେ ଏଭଳି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଭିଏସ୍ଏସ୍ ନଗର ଫାଣ୍ଡି ନିକଟରୁ ମାତ୍ର କେଇ ମିଟର ଦୂରରେ ରାସ୍ତା ଉପରେ ଦିବାଲୋକରେ ଏଭଳି ହଣାକଟା ପୋଲିସର ପାଟ୍ରୋଲିଂ ଉପରେ ବି ପ୍ରଶ୍ନ ଉଠାଇଛି ।
ବୁଧବାର ଆଚାର୍ଯ୍ୟ ବିହାରରୁ ଜଣେ ଯୁବତୀ ଜୟଦେବ ବିହାର ଯିବା ବେଳେ ତାଙ୍କୁ ଅଟୋରେ ଅପହରଣ ଉଦ୍ୟମ ହୋଇଥିଲା । ତାଙ୍କୁ ବେହୋସ୍ କରିବାକୁ ମୁହଁରେ ଜଣେ ମହିଳା କପଡ଼ା ଦେବା ବେଳେ ଯୁବତୀ ଜଣଙ୍କ ଚଳନ୍ତା ଅଟୋରୁ ଡେଇଁ ପଡ଼ିଥିଲେ । ଆଉ ଗୁରୁବାର ଭିଏସ୍ଏସ୍ ନଗର ରାସ୍ତାରେ ଏଭଳି ଖଣ୍ଡା, ତେଲେଙ୍ଗା କଟୁରୀ ଆତଙ୍କ ରାଜଧାନୀ ବାସୀଙ୍କୁ ଭୟଭୀତ କରିଛି ।
Related Topics
Explore more stories