|
logo
Live
Argus News App
GET APP

Argus News - ସେକ୍ସ ରାକେଟରେ ନାବାଳିକାଙ୍କୁ କିଏ କରିଥିଲା ଭର୍ତ୍ତି ? ରେଡ୍ ପରେ ଆଉ ୪ ନାବାଳିକା ଉଦ୍ଧାର

Crime

Crime In Odisha / ସେକ୍ସ ରାକେଟରେ ନାବାଳିକାଙ୍କୁ କିଏ କରିଥିଲା ଭର୍ତ୍ତି ? ରେଡ୍ ପରେ ଆଉ ୪ ନାବାଳିକା ଉଦ୍ଧାର

Sushanta Sahoo
Browse all articles by Sushanta Sahoo
·5 months ago·2 min read
ସେକ୍ସ ରାକେଟରେ ନାବାଳିକାଙ୍କୁ କିଏ କରିଥିଲା ଭର୍ତ୍ତି ? ରେଡ୍ ପରେ ଆଉ ୪ ନାବାଳିକା ଉଦ୍ଧାର

Key Points

ନାବାଳିକା ଜଣଙ୍କୁ ସେକ୍ସ ରାକେଟରେ ଲଗାଯାଇଥିବା ନେଇ କମିଶନରେଟ୍ ପୋଲିସ ବଡ଼ ଖୁଲାସା କରିଛି । ଏଥିସହ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି ।
ଭୁବନେଶ୍ଵର: ରାଜଧାନୀ ରାଜରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ନାବାଳିକା ଉଦ୍ଧାର ପରେ ଗୁମର ଫିଟୁଛି । ନାବାଳିକା ଜଣଙ୍କୁ ସେକ୍ସ ରାକେଟରେ ଲଗାଯାଇଥିବା ନେଇ କମିଶନରେଟ୍ ପୋଲିସ ବଡ଼ ଖୁଲାସା କରିଛି । ଏଥିସହ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଆଉ ଚଢ଼ାଉ ବେଳେ ଝାଡ଼ଖଣ୍ଡ ଓ କୋଲକାତାର ୪ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି ।

ଦୀପାବଳି ପୂର୍ବରୁ ରାଜଧାନୀର ରାଜ ରାସ୍ତାରୁ ଜଣେ ନାବାଳିକାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯିବା ଚାଞ୍ଚଲ୍ୟ ଖେଳାଇ ଦେଇଛି । କିଏ ସେହି ନାବାଳିକା ? ତାଙ୍କ ସହ କଣ ହୋଇଛି ? ତା'କୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ଧୀରେ ଧୀରେ ଉଠୁଛି ପରଦା । ନାବାଳିକାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି ।

ଏଥିସହ ପଢ଼ନ୍ତୁ: ଅଧାମରା ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କଲେ ଅଟୋ ଚାଳକ !

ନାବାଳିକା ଜଣଙ୍କ ଝାଡ଼ଖଣ୍ଡର, ତାଙ୍କୁ ୧୬ ବର୍ଷ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି । ସେପଟେ ସମ୍ପୂର୍ଣ୍ଣ ମେଡିକାଲ ରିପୋର୍ଟ ପୋଲିସ ହାତରେ ଲାଗି ନଥିବା ବେଳେ ନାବାଳିକାଙ୍କୁ ସେକ୍ସୁଆଲ ଆସଲ୍ଟ ଆଧାରରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ନାବାଳିକାଙ୍କ ପାଖରୁ ମୋବାଇଲ କି ପର୍ସ କିଛି ବି ଜିନିଷ ମିଳି ନଥିବା ବେଳେ ତାଙ୍କ ସହ କେହି ଆଟେଡାଣ୍ଟ ନଥିବାରୁ ପରିଚୟ ହାସଲ କରିବାରେ ନାକେଦମ ହୋଇଛି ପୋଲିସ ।

ଯଦିଓ ନାବାଳିକାଙ୍କ ଠିକଣା ଓ ପରିଚୟକୁ ନେଇ କିଛି ସ୍ପଷ୍ଟ ପ୍ରମାଣ ପୋଲିସ ହାତରେ ଲାଗିନି ତଥାପି ଏ ଦିଗରେ ଖୋଳତାଡ଼ ଜାରି ରହିଛି । ସେପଟେ ପ୍ରଥମେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ଫିଟିଛି ଅସଲ ଗୁମର । ନାବାଳିକାଙ୍କୁ ଆଣି ସେକ୍ସ ରାକେଟରେ ଲଗାଯାଇଥିବା ସୂଚନା ଲାଗିଛି କମିଶନରେଟ ପୋଲିସ ହାତରେ ।

ଏଥିସହ ପଢ଼ନ୍ତୁ: ୫ ରାଜ୍ୟରେ ବ୍ରହ୍ମପୁର ପୋଲିସର ରେଡ୍‌; ୧୦ ଅଟକଙ୍କ ମଧ୍ୟରେ ଛାତ୍ର ନେତା ଓ କର୍ପୋରେଟର

ଏନେଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ରେଡ୍ କରାଯାଇଛି । ଆଉ ରେଡ୍‌ ପରେ ସାମ୍ନାକୁ ଆସିଛି ଭୟଙ୍କର ସତ । ଉକ୍ତ ଘରେ ବାହାର ରାଜ୍ୟରୁ ଯୁବତୀଙ୍କୁ ଆଣି ଏହି ସେମାନଙ୍କୁ ସେକ୍ସ ରାକେଟରେ ଲଗା ଯାଉଥିଲା । ରେଡ୍ ବେଳେ ଝାଡ଼ଖଣ୍ଡ ଓ କୋଲକାତାର ୪ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି ।

ସେପଟେ ଉଦ୍ଧାର ନାବାଳିକା ଜଣଙ୍କ ଚିକିତ୍ସା କ୍ୟାପିଟାଲ୍ ହସ୍ପିଟାଲରେ ଚାଲିଛି । ନାବାଳିକାଙ୍କ ପରିଚୟ ହାସଲ କରି ପରିବାର ଲୋକଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରୁଛି ପୋଲିସ । ତେବେ ଏହି ସେକ୍ସ ରାକେଟରେ କିଏ ସମ୍ପୃକ୍ତ ? କେବଳ ଓଡ଼ିଶାର ଦଲାଲ୍ ସାମିଲ ନା ଏଥିରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କାହାର ସମ୍ପର୍କ ରହିଛି ? ଏସବୁ ଲିଙ୍କ୍ ଡିକୋଡ୍ କରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି କମିଶନରେଟ ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime In Odisha: ସେକ୍ସ ରାକେଟରେ ନାବାଳିକାଙ୍କୁ କିଏ କରିଥିଲା ଭର୍ତ୍ତି ? ରେଡ୍ ପରେ ଆଉ ୪ ନାବାଳିକା ଉଦ୍ଧାର | Argus News