Videos
|
Crime

Crime / ଘରକୁ ସ୍ଵାମୀ ଆସିଥିବା ବେଳେ ହାଇଦ୍ରାବାଦରେ ମିଳିଲା ସ୍ତ୍ରୀର ଝୁଲନ୍ତା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଘରକୁ ସ୍ଵାମୀ ଆସିଥିବା ବେଳେ ହାଇଦ୍ରାବାଦରେ ମିଳିଲା ସ୍ତ୍ରୀର ଝୁଲନ୍ତା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Key Points

ସ୍ଵାମୀଙ୍କ ଅନୁପସ୍ଥିତିରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ସ୍ତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଵାମୀ । ହାଇଦ୍ରାବାଦରେ ଓଡ଼ିଆ ମହିଳାଙ୍କ ଅସ୍ଵାଭାବିକ ମୃତ୍ୟୁକୁ ନେଇ ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ଭୁବନେଶ୍ଵର: ହାଇଦ୍ରାବାଦରେ ଜଘନ୍ୟ ହତ୍ୟାକାଣ୍ଡ । ସ୍ଵାମୀଙ୍କ ଅନୁପସ୍ଥିତିରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ସ୍ତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ସ୍ଵାମୀ । ହାଇଦ୍ରାବାଦରେ ଓଡ଼ିଆ ମହିଳାଙ୍କ ଅସ୍ଵାଭାବିକ ମୃତ୍ୟୁକୁ ନେଇ ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି ହୋଇଛି ।


ସୂଚନା ଅନୁସାରେ, ଭୁବନେଶ୍ଵର ଭରତପୁର ଥାନା ଅଞ୍ଚଳର ଅନିଦିତା ମହାନ୍ତ ଓ ସ୍ଵାମୀ ଗୌତମ ଚରଣ ଘଡ଼ାଇ ୬ ମାସ ତଳେ ହାଇଦ୍ରାବାଦ ଯାଇଥିଲେ । ହାଇଦ୍ରାବାଦର ଅଳ୍ପନା ନାମକ ଏକ କନଷ୍ଟ୍ରକ୍ସନ କମ୍ପାନୀ ଅନିଦିତା ଓ ଗୌତମ କାମ କରୁଥିଲେ । ସେଠାରେ କାର୍ଯ୍ୟରତ ଶ୍ରମିକଙ୍କ ଛୁଆମାନଙ୍କୁ ଅନିଦିତା ପାଠ ପଢ଼ାଉଥିଲେ ।


ଏଥିସହ ପଢ଼ନ୍ତୁ: ବିଜେଡି ନେତାଙ୍କ ବାଚଳାମି ! ଆଦିବାସୀ ବୃଦ୍ଧଙ୍କୁ ଚପଲରେ ପିଟି ବନ୍ଧାହେଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିଛିଦିନ ତଳେ ସ୍ତ୍ରୀ ଅନିଦିତାଙ୍କୁ କମ୍ପାନୀ ଦେଇଥିବା କ୍ଵାର୍ଟରରେ ଛାଡ଼ି ସ୍ଵାମୀ ଗୌତମ ଓଡ଼ିଶା ଆସିଥିଲେ । ପାସପୋର୍ଟ ସଂଶୋଧନ ପାଇଁ ଗୌତମ ଘରକୁ ଆସିଥିବା ବେଳେ ବୁଧବାର ଖବର ପାଇଥିଲେ ଅନିଦିତା ଅସୁସ୍ଥ । ଆଉ ଗୌତମ ହାଇଦ୍ରାବାଦରେ ପହଞ୍ଚିବା ବେଳକୁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ।


ଗୌତମଙ୍କ ଅନୁସାରେ, "ସେ ରହୁଥିବା କ୍ଵାର୍ଟରରୁ ସନ୍ଦେହଜନକ ଅବସ୍ଥାରେ ଅନିନ୍ଦିତାଙ୍କ ମୃତଦେହ ମିଳିଥିଲା । ଦୁଷ୍କର୍ମ ପରେ ଅନିଦିତାଙ୍କୁ ହତ୍ୟା କରି ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି ।" ତେବେ ଗୌତମ ଦୁଇଦିନ ହେଲା ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲ୍‌ରେ ଚକ୍କର କାଟୁଥିବା ବେଳେ ତାଙ୍କୁ ସ୍ତ୍ରୀଙ୍କ ମରଶରୀର ବି ଦେଖିବାକୁ ଦିଆଯାଉନି ।


କେବଳ ସ୍ତ୍ରୀଙ୍କ ଡେଡ୍ ବଡି ଦେଖିବାକୁ ଦିଆଯାଉନି ତା' ନୁହେଁ । ଗୌତମଙ୍କ ଅଭିଯୋଗ ଅନୁସାରେ, "ସେ କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ସହଯୋଗ କରୁନାହାନ୍ତି । ଗୌତମ ଇଂରାଜୀରେ ଏତଲା ଦେବାକୁ ଚାହୁଁଥିବା ବେଳେ ପୋଲିସ ତେଲୁଗୁରେ ଏଫ୍‌ଆଇଆର୍ ପାଇଁ ବାଧ୍ୟ କରୁଛି ।" ସ୍ତ୍ରୀର ମୃତ୍ୟୁ ପରେ ପୋଲିସ ତଦନ୍ତ କରିଛି କି ନାହିଁ ତାକୁ ନେଇ ବି ଗୌତମ ପ୍ରଶ୍ନ ଉଠାଇ ସାହାଯ୍ୟ ମାଗିଛନ୍ତି ।


ଏଥିସହ ପଢ଼ନ୍ତୁ: ପୋଲିସ ହାତରେ ଗୁରୁତ୍ଵପୂର୍ଣ୍ଣ ସୁରାକ; ରେକି କଲେ ଜଣେ, ଗୁଳି କଲା ଆଉ ଜଣେ


ସେପଟେ ମୃତ ଅନିଦିତାଙ୍କ ମାଆ କହିଛନ୍ତି, "ପରିବାର ଋଣ ଭାରରେ ବୁଡ଼ି ରହିଛି । ଝିଅ କରଜ ଶୁଝିବାକୁ ଯାଇ ଶବ ପାଲଟି ଯାଇଛି ।" ଅନିଦିତାଙ୍କ ବାପା ଭୁବନେଶ୍ୱର ଭରତପୁର ଥାନାରେ ଏତଲା ଦେବା ସହ ଝିଅ ହତ୍ୟାକାରୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।


ଅନିଦିତା ଓ ଗୌତମଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା ବୋଲି ପରିବାର ଲୋକେ କହୁଛନ୍ତି । ଯଦି ଦମ୍ପତିଙ୍କ ମଧ୍ୟରେ ସବୁକିଛି ଠିକ୍ ଥିଲା, ପାରିବାରିକ କଳହ ନଥିଲା ତାହେଲେ ଅନିଦିତା କାହିଁକି ଜୀବନ ହାରିବେ ? ଏ ପ୍ରଶ୍ନ ଉଠୁଥିବା ବେଳେ ସ୍ଵାମୀ, ଦୁଷ୍କର୍ମ ଅଭିଯୋଗ ଆଣି ତଦନ୍ତରେ ସହାୟତା କରିବାକୁ ନିବେଦନ କରିଛନ୍ତି ।

Related Topics

Explore more stories

Odia Woman Found Dead in Hyderabad; Husband Alleges Rape and Murder | Argus News | Argus News