Hit And Run / ଦେଢ଼ ମାସର ଲୁଚକାଳି ପରେ ଧରାପଡ଼ିଲା ନରହନ୍ତା ଡ୍ରାଇଭର୍, ରେସିଂ ବେଳେ ମାଆଝିଅଙ୍କୁ ଚଢ଼ାଇ ଦେଇଥିଲା ଗାଡ଼ି

Key Points
୨ ଜଣଙ୍କୁ ମାରିବା ପରେ ଦେଢ଼ ମାସ ହେଲା ଖେଳୁଥିଲା ଲୁଚକାଳି । ଶେଷରେ କିଲର୍ ଥାର୍ ଡ୍ରାଇଭରକୁ ଗିରଫ କରିଛି ପୋଲିସ ।
ଭୁବନେଶ୍ଵର: ରାଜପଥରେ ରେସିଂ । ୨ ଜଣଙ୍କୁ ମାରିବା ପରେ ଦେଢ଼ ମାସ ହେଲା ଖେଳୁଥିଲା ଲୁଚକାଳି । ଶେଷରେ କିଲର୍ ଥାର୍ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଅଗଷ୍ଟ ୯ ପାତ୍ରପଡ଼ା ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ ଅଭିଯୁକ୍ତ ସୋମନାଥ ବେହେରାକୁ ପୁରୀରୁ ଗିରଫ କରିଛି ।
ଇଏ ହେଉଛି ସେହି ସୋମନାଥ, ଯିଏ କି ରାକ୍ଷୀ ପୂର୍ଣ୍ଣିମା ଦିନ ଥାର୍ କାର୍ ଡ୍ରାଇଭ୍ କରୁଥିଲା । ଆଉ ରେସିଂ ବେଳେ ମାଆଝିଅଙ୍କ ଉପରେ ଆଖି ପିଛୁଳାକେ ଗାଡ଼ି ଚଢ଼ାଇ ଦେଇ ଫେରାର୍ ହୋଇ ଯାଇଥିଲା । ପୁରୀରୁ ସୋମନାଥକୁ ଖଣ୍ଡିଗିରି ପୋଲିସ ଗିରଫ କରିବା ସହ ଫେରାର୍ରେ ସହଯୋଗ କରିଥିବା ସନ୍ଦୀପ ମସ୍କରଙ୍କୁ କଟକରୁ ବାନ୍ଧିଛି ।
ଏଥିସହ ପଢ଼ନ୍ତୁ: "Emotion" ଉପରେ ଭାରି ପଡ଼ିଲା "Emoji", ଜେଜେଙ୍କ ଫଟୋ ପୋଷ୍ଟ ନେଇଗଲା ନାତି ଜୀବନ
📱 Get Argus News App
✨ଗିରଫ ସୋମନାଥ ହେଉଛି ଉକ୍ତ କିଲ୍ର ଥାର୍ର ମାଲିକ ଆଉ ଡ୍ରାଇଭର୍ । ରେସିଂ ଦିନ ସୋମନାଥ ହିଁ ଥାର୍ ଚଲାଉଥିଲା । ଆଉ ମାଆଝିଅଙ୍କ ଉପରେ ଗାଡ଼ି ଚଢ଼ାଇବା ପରେ ଖସି ପଳାଇଥିଲା । ସୋମନାଥକୁ ଧରିବାକୁ ପୋଲିସ ସ୍ଵତନ୍ତ୍ର ଟିମ୍ ଗଠନ କରିବା ସହ ଆକାଉଣ୍ଟ ଫ୍ରିଜ୍ କରିଥିଲା । ଲୁକ୍ ଆଉଟ୍ ସର୍କୁଲାର୍ ଜାରି ପୋଲିସ ସୋମନାଥକୁ ଖୋଜୁଥିଲା ।
ଗତ ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମା ସନ୍ଧ୍ୟାରେ ପାତ୍ରପଡ଼ାରେ ଘଟିଥିଲା ଛାତିଥରା ଦୁର୍ଘଟଣା । ସ୍କର୍ପିଓ ଓ ଥାର୍ ରେସିଂ ବେଳେ ଦୁର୍ଘଟଣାରେ ୮ ବର୍ଷର ଝିଅ ରେଶମା ରାଉଳଙ୍କ ମୃତ୍ୟୁ ହୋଇଥିଲା । ପରେ ମାଆ ରେବତୀ ରାଉଳଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ସୌଭାଗ୍ୟରୁ ବଞ୍ଚି ଯାଇଥିଲା ୩ ବର୍ଷର ପୁଅ । ଯାହାକୁ ନେଇ ପ୍ରବଳ ତୁମ୍ବି ତୋଫାନ ସହ ନ୍ୟାୟ ଦାବିରେ ରାସ୍ତାରୋକ କରିଥିଲେ ପାତ୍ରପଡା ଓ ଫୁଲେଶ୍ଵରୀ ବସ୍ତିବାସିନ୍ଦା ।
ଏଥିସହ ପଢ଼ନ୍ତୁ: ଭୟଙ୍କର ସ୍ଥିତି ! ରାସ୍ତାରେ ହଜାର ହଜାର ଲୋକ... ପଥର ମାରୁଛନ୍ତି, ପୋଲିସ ଗାଡ଼ି ଜାଳୁଛନ୍ତି
ସେତେବେଳେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ସହ ଥାର୍ ଗାଡ଼ିକୁ ଜବତ କରିଥିଲା ପୋଲିସ । ୪ ଜଣଙ୍କୁ ଗିରଫ କରି ପୋଲିସ ଜେଲ୍ ପଠାଇବା ସହ ସମସ୍ତ ଅଭିଯୁକ୍ତଙ୍କର ଡ୍ରାଇଭିଂ ଲାଇସେନ୍ସ ନିଲମ୍ବିତ କରିଥିଲା । ଏବେ ଥାର୍ ଚଢ଼ାଇଥିବା ଗାଡ଼ି ମାଲିକ ସହ ପୋଲିସ ଅନ୍ୟ ଜଣଙ୍କୁ ଗିରଫ କରିବା ପରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଥାର୍ ମାଲିକ ଗିରଫ ପରେ ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।
Related Topics
Explore more stories