Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବେହୋସ୍ ଉଦ୍ୟମ ବେଳେ ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ

Crime

Crime in Odisha / ବେହୋସ୍ ଉଦ୍ୟମ ବେଳେ ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ବେହୋସ୍ ଉଦ୍ୟମ ବେଳେ ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ

Key Points

ପୁଣି ଆସିଲା ଆଉ ଏକ ଅପହରଣ ଅଭିଯୋଗ । ଚଳନ୍ତା ଅଟୋରେ ଯୁବତୀଙ୍କୁ ବେହୋସ୍ କରିବାକୁ ଉଦ୍ୟମ ହୋଇଛି । ଆଉ ନିଜକୁ ବଞ୍ଚାଇବାକୁ ଯାଇ ଚଳନ୍ତା ଅଟୋରୁ ଡେଇଁ ପଡ଼ି ଗୁରୁତର ଆହାତ ହୋଇଛନ୍ତି ଯୁବତୀ ଜଣଙ୍କ ।

ଭୁବନେଶ୍ଵର: ଅସୁରକ୍ଷିତ ରାଜଧାନୀ । ପୁଣି ଆସିଲା ଆଉ ଏକ ଅପହରଣ ଅଭିଯୋଗ । ଚଳନ୍ତା ଅଟୋରେ ଯୁବତୀଙ୍କୁ ବେହୋସ୍ କରିବାକୁ ଉଦ୍ୟମ ହୋଇଛି । ଆଉ ନିଜକୁ ବଞ୍ଚାଇବାକୁ ଯାଇ ଚଳନ୍ତା ଅଟୋରୁ ଡେଇଁ ପଡ଼ି ଗୁରୁତର ଆହାତ ହୋଇଛନ୍ତି ଯୁବତୀ ଜଣଙ୍କ ।


ଏ ଘଟଣା ରାଜଧାନୀ ଭୁବନେଶ୍ଵରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଜୟଦେବ ବିହାର ଅଞ୍ଚଳରେ ଏ ଘଟଣା ଘଟିଛି । ଗୁରୁତର ଯୁବତୀଙ୍କୁ ଚିକିତ୍ସା ଲାଗି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଏନେଇ ନୟାପଲ୍ଲୀ ଥାନା ପୋଲିସରେ ଏତଲା ଦେଇଛନ୍ତି ଯୁବତୀଙ୍କ ଭାଇ ।


ଏଥିସହ ପଢ଼ନ୍ତୁ: ଦେଢ଼ ମାସର ଲୁଚକାଳି ପରେ ଧରାପଡ଼ିଲା ନରହନ୍ତା ଡ୍ରାଇଭର୍, ରେସିଂ ବେଳେ ମାଆଝିଅଙ୍କୁ ଚଢ଼ାଇ ଦେଇଥିଲା ଗାଡ଼ି


ଯୁବତୀଙ୍କ ଭାଇଙ୍କ ଅନୁସାରେ, "ନୟାପଲ୍ଲୀ ଥାନା ଅଞ୍ଚଳରେ ଯୁବତୀ ଜଣଙ୍କ ରୁହନ୍ତି । ସେ ଘରକୁ ଆସିବା ଲାଗି ଆଚାର୍ଯ୍ୟ ବିହାରରେ ଏକ ଲାଇନ୍ ଅଟୋରେ ଚଢ଼ିଥିଲେ । ଆଉ ଅଟୋରେ ପୂର୍ବରୁ ବସିଥିବା ଜଣେ ମହିଳା ହଠାତ୍ ଯୁବତୀଙ୍କ ଟଣା ଓଟରା କରିଥିଲେ । ମୋବାଇଲ୍ ଛଡ଼ାଇ ନେବା ସହ ମୁହଁରେ କପଡ଼ା ଗୁଡ଼ାଇ ବେହୋସ୍ କରିବାକୁ ଉଦ୍ୟମ କରିଥିଲେ ।"


କୌଣସି ଉପାୟ ନ ପାଇ ଯୁବତୀ ଜଣଙ୍କ ଚଳନ୍ତା ଅଟୋରୁ ଡେଇଁ ପଡ଼ିଥିଲେ । ଯୁବତୀଙ୍କ ମୁଣ୍ଡ ସହ ହାତ ଓ ଗୋଡ଼ରେ ଆଘାତ ଲାଗିଛି । ଏବେ ମେଡିକାଲ୍‌ରେ ଯୁବତୀ ଚିକିତ୍ସିତ ହେଉଥିବା ବେଳେ ଛାନଭିନ୍ ଆରମ୍ଭ କରିଛି ନୟାପଲ୍ଲୀ ଥାନା ପୋଲିସ । ତେବେ, ଚଳନ୍ତା ଅଟୋରେ ଯୁବତୀଙ୍କ ସହ ଏଭଳି ବ୍ୟବହାର ଅପହରଣ ଆଡ଼କୁ ଇଙ୍ଗିତ କରୁଥିବା ବେଳେ ପ୍ରକୃତ ତଥ୍ୟ ସ୍ପଷ୍ଟ ହୋଇ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ଭୋଜି ଅଛି କହି ଘରୁ ଗଲେ ରୋଷେୟା, ଦୁଇ ଦିନ ହେଲା ମିଳୁନି ପତ୍ତା


ତେବେ ରାଜଧାନୀରେ ଅପହରଣ ନେଇ ଏହା ଗୋଟିଏ ଅଭିଯୋଗ ନୁହେଁ । ପ୍ରଥମେ କ୍ୟାବ୍ ଡ୍ରାଇଭର ପରେ ରୋଷେୟା, ଆଉ ଏବେ ଅଟୋରେ ଯୁବତୀଙ୍କୁ ଅପହରଣ ଉଦ୍ୟମ । ମାତ୍ର ୧୦ ଦିନ ଭିତରେ ଭୁବନେଶ୍ଵରରେ ୨ ଜଣଙ୍କୁ ଅପହରଣ କରାଯାଇଥିବା ବେଳେ ଏବେ ପୁଣି ନୂଆ ମାମଲା ଆସିଛି । ପୂର୍ବରୁ ଅପହୃତ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣକାରୀ ଯାଜପୁର ନେଇ ଯାଇଥିବା ବେଳେ ସେ ଆତ୍ମହତ୍ୟା କରିବାରୁ ତାଙ୍କ ମୃତଦେହ ଆଣି ଚନ୍ଦକା ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।


କ୍ୟାବ୍ ଡ୍ରାଇଭରଙ୍କ ପରେ ଜଣେ ରୋଷେୟାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନା ପୋଲିସରେ ଏତଲା ଦେଇଛନ୍ତି ନିଖୋଜ ରୋଷେୟାଙ୍କ ପତ୍ନୀ । ୨୮ ତାରିଖ ସୁଦ୍ଧା ୨୦ ଲକ୍ଷ ଟଙ୍କା ନ ଦେଲେ ମାରିଦେବାକୁ ଧମକ ଦିଆ ଯାଇଛି ।

Related Topics

Explore more stories

Sponsored
Crime in Odisha | Bhubaneswar Woman Injured Escaping Abduction Attempt in Moving Auto | Argus News | Argus News