|
logo
Live
Argus News App
GET APP

Argus News - ଭୋଜି ଅଛି କହି ଘରୁ ଗଲେ ରୋଷେୟା, ଦୁଇ ଦିନ ହେଲା ମିଳୁନି ପତ୍ତା

Crime

Crime In Odisha / ଭୋଜି ଅଛି କହି ଘରୁ ଗଲେ ରୋଷେୟା, ଦୁଇ ଦିନ ହେଲା ମିଳୁନି ପତ୍ତା

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଭୋଜି ଅଛି କହି ଘରୁ ଗଲେ ରୋଷେୟା, ଦୁଇ ଦିନ ହେଲା ମିଳୁନି ପତ୍ତା

Key Points

ପ୍ରଥମେ କ୍ୟାବ୍ ଡ୍ରାଇଭର ଆଉ ଏବେ ରୋଷେୟା । ମାତ୍ର ୧୦ ଦିନ ଭିତରେ ଭୁବନେଶ୍ଵରରେ ୨ ଜଣଙ୍କୁ ଅପହରଣ । ରୋଷେୟା ଭାବେ କାମ କରୁଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ।

ଭୁବନେଶ୍ଵର: ରାଜଧାନୀ ପିଛା ଛାଡ଼ୁନି ଅପହରଣ । ପ୍ରଥମେ କ୍ୟାବ୍ ଡ୍ରାଇଭର ଆଉ ଏବେ ରୋଷେୟା । ମାତ୍ର ୧୦ ଦିନ ଭିତରେ ଭୁବନେଶ୍ଵରରେ ୨ ଜଣଙ୍କୁ ଅପହରଣ କରାଯାଇଛି । ପୂର୍ବରୁ ଅପହୃତ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣକାରୀ ଯାଜପୁର ନେଇ ଯାଇଥିବା ବେଳେ ସେ ଆତ୍ମହତ୍ୟା କରିବାରୁ ତାଙ୍କ ମୃତଦେହ ଆଣି ଚନ୍ଦକା ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।


ଆଉ ଏବେ ଆସିଛି ନୂଆ ଅପହରଣ ଅଭିଯୋଗ । ରୋଷେୟା ଭାବେ କାମ କରୁଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ଖଣ୍ଡଗିରି ଥାନା ପୋଲିସରେ ଏତଲା ହୋଇଛି ।


ଏଥିସହ ପଢ଼ନ୍ତୁ: କ୍ୟାବ୍ ଡ୍ରାଇଭରଙ୍କ ମୃତ୍ୟୁ ଉପରୁ ହଟିଲା ପରଦା; ଅପହରଣକାରୀଙ୍କ କବ୍‌ଜାରେ ଜୀବନ ହାରିଥିଲେ ବିଦ୍ୟାଧର


ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, "ଗଞ୍ଜାମ ଜିଲ୍ଲାର ହରିଶ୍ଚନ୍ଦ୍ର ସାହୁଙ୍କୁ ଅପହରଣ କରାଯାଇଛି । ହରିଶ୍ଚନ୍ଦ୍ରଙ୍କୁ ଅପହରଣ ପରେ ଅପହରଣକାରୀ ୨୦ ଲକ୍ଷ ଟଙ୍କା ମାଗୁଛନ୍ତି । ୨୮ ତାରିଖ ସୁଦ୍ଧା ୨୦ ଲକ୍ଷ ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି ।"


ସୂଚନା ଅନୁସାରେ, ଗଞ୍ଜାମର ହରିଶ୍ଚନ୍ଦ୍ର ସାହୁ ୨୨ ତାରିଖ ରାତି ପ୍ରାୟ ସାଢ଼େ ୮ଟା ବେଳେ ଘରୁ ବାହାରିଥିଲେ । ସ୍ତ୍ରୀଙ୍କୁ କହିକି ଯାଇଥିଲେ, ଭୋଜି ଅଛି... କାମ ସାରି ସକାଳେ ଫେରିବି । ହେଲେ ଘରକୁ ସକାଳେ ଫେରି ନଥିଲେ ହରିଶ୍ଚନ୍ଦ୍ର । ଯାହାକୁ ନେଇ ସ୍ତ୍ରୀଙ୍କ ସନ୍ଦେହ ହୋଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: "Emotion" ଉପରେ ଭାରି ପଡ଼ିଲା "Emoji", ଜେଜେଙ୍କ ଫଟୋ ପୋଷ୍ଟ ନେଇଗଲା ନାତି ଜୀବନ


୨୩ ତାରିଖ ସକାଳେ ସ୍ତ୍ରୀ, ହରିଶ୍ଚନ୍ଦ୍ରଙ୍କ ମୋବାଇଲ୍‌କୁ ଫୋନ୍ କରିଥିବା ବେଳେ ତାହା ବନ୍ଦ ଥିଲା । ଅଫିସ୍ ନମ୍ବର ବି ସ୍ଵିଚ୍ ଅଫ୍ ରହିଥିଲା । ଆଉ ଅଫିସ୍‌କୁ ଫୋନ୍ କରି ପଚାରିବାରୁ ହରିଶ୍ଚନ୍ଦ୍ର ସେଠାରେ ନଥିବା ଜାଣିବାକୁ ପାଇଥିଲେ । ରାତିରୁ ଯାଇ ତା'ପରଦିନ ସନ୍ଧ୍ଯା ପର୍ଯ୍ୟନ୍ତ ସ୍ଵାମୀ ନ ଫେରିବାରୁ ସ୍ତ୍ରୀ ଚିନ୍ତିତ ହୋଇ ପଡ଼ିଥିଲେ ।


ଆଉ ଠିକ୍ ୨୩ ତାରିଖ ସନ୍ଧ୍ୟା ୫ଟା ୩୧ରେ ସ୍ଵାମୀ ହରିଶ୍ଚନ୍ଦ୍ରଙ୍କ ମୋବାଇଲ୍‌ରୁ ସ୍ତ୍ରୀଙ୍କ ହ୍ଵାଟ୍ସଆପ୍‌କୁ ଆସିଥିଲା ଏକ ମେସେଜ୍ । ହ୍ଵାଟ୍ସଆପ୍‌ରେ ଆସିଥିବା ମେସେଜ୍‌ରେ ଲେଖା ଅଛି "୨୮ ତାରିଖ... ୨୦ ଲକ୍ଷ ନ ଦେଲେ ମାରି ଦେବି ।" ଆଉ ଏହି ହ୍ଵାଟ୍ସଆପ୍ ମେସେଜକୁ ନେଇ ହରିଶ୍ଚନ୍ଦ୍ରଙ୍କୁ ଅପହରଣ କରାଯାଇଥିବା ସ୍ତ୍ରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଖଣ୍ଡଗିରି ଥାନା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।


ଏଥିସହ ପଢ଼ନ୍ତୁ: ଦେଢ଼ ମାସର ଲୁଚକାଳି ପରେ ଧରାପଡ଼ିଲା ନରହନ୍ତା ଡ୍ରାଇଭର୍, ରେସିଂ ବେଳେ ମାଆଝିଅଙ୍କୁ ଚଢ଼ାଇ ଦେଇଥିଲା ଗାଡ଼ି


ତେବେ ହରିଶ୍ଚନ୍ଦ୍ରଙ୍କୁ ପ୍ରକୃତରେ ଅପହରଣ କରାଯାଇଛି କି ? ଯଦି ହଁ, କିଏ ଓ କାହିଁକି ରୋଷେୟା ହରିଶ୍ଚନ୍ଦ୍ରଙ୍କୁ କଲା ଅପହରଣ ? ଖୋଦ୍ ହରିଶ୍ଚନ୍ଦ୍ରଙ୍କ ମୋବାଇଲ୍‌ରୁ ହ୍ଵାଟ୍ସଆପ୍ ମେସେଜ୍ କରି ଟଙ୍କା ମାଗିବା ସନ୍ଦେହକୁ ବଢ଼ାଇ ଦେଇଛି । ସତରେ ହରିଶ୍ଚନ୍ଦ୍ରଙ୍କୁ ଅପହରଣ କରାଯାଇଛି ନା ଅନ୍ୟ କୌଣସି କାରଣରୁ ହରିଶ୍ଚନ୍ଦ୍ର ନିଜେ ଏଭଳି ନାଟକ କରୁଛନ୍ତି । ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ ।

Related Topics

Explore more stories

Sponsored
Crime In Odisha: ଭୋଜି ଅଛି କହି ଘରୁ ଗଲେ ରୋଷେୟା, ଦୁଇ ଦିନ ହେଲା ମିଳୁନି ପତ୍ତା | Argus News