Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Pitabash Panda Murder Case / ହତ୍ୟା ଅଭିଯୁକ୍ତଙ୍କ ସପକ୍ଷରେ ବିଜେଡିର ଓକିଲାତି, କାଲି SP ଅଫିସ ଘେରାଉ...ଆଉ ଆଜି ଶୋଭାଯାତ୍ରା

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ହତ୍ୟା ଅଭିଯୁକ୍ତଙ୍କ ସପକ୍ଷରେ ବିଜେଡିର ଓକିଲାତି, କାଲି SP ଅଫିସ ଘେରାଉ...ଆଉ ଆଜି ଶୋଭାଯାତ୍ରା

Key Points

ପୀତବାସଙ୍କ ହତ୍ୟାରେ ବିଜେଡି ସମ୍ପୃକ୍ତି । ଏବେ ଜେଲରେ ବିକ୍ରମ ପଣ୍ଡା ସମେତ ୪ ବିଜେଡି ନେତା । ଅନ୍ୟପଟେ ହତ୍ୟା ଅଭିଯୁକ୍ତଙ୍କ ସପକ୍ଷରେ ଶଙ୍ଖ ଦଳର ଶୋଭାଯାତ୍ରା।
ହତ୍ୟା ଅଭିଯୁକ୍ତଙ୍କ ସପକ୍ଷରେ ବିଜେଡିର ଓକିଲାତି । କାଲି ଏସପି ଅଫିସ ଘେରାଉ । ଆଉ ଆଜି ବିଜେଡି ସହରରେ ଶୋଭାଯାତ୍ରା କରିଛି । ଗଂଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୀତବାସ ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ କହୁଛି ପୋଲିସ । ବଳିଷ୍ଠ ପ୍ରମାଣ ମିଳିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ବିଜେଡି ନେତା କିନ୍ତୁ ବିକ୍ରମଙ୍କୁ ନିର୍ଦ୍ଦୋଷ କହୁଛନ୍ତି । ପୋଲିସ ତାଙ୍କୁ ମୋହରା ବନାଇ ଫସାଇ ଦେଇଛି ବୋଲି ଅଭିଯୋଗ କରି ଆଜି ବି ପ୍ରତିବାଦ କରିଛି ବିଜେଡି । ବ୍ରହ୍ମପୁର ହିଲ୍ ପାଟଣା ସଂସ୍କୃତି ଭବନରୁ ଗାନ୍ଧୀ ନଗର ଛକ ପର୍ଯ୍ୟନ୍ତ କଳାପଟି ବାନ୍ଧି ଶୋଭାଯାତ୍ରାରେ ବାହାରିଥିଲେ ବିଜେଡି ନେତା ଓ କର୍ମୀ ।

ଏପଟେ ବିକ୍ରମଙ୍କ ସପକ୍ଷରେ ବିଜେଡି ନେତାଙ୍କ ପ୍ରତିବାଦକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେପି । ବ୍ରହ୍ମପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ପାଲଟା ଅଭିଯୋଗ କରିଛି ବିଜେଡି ତଦନ୍ତ ପ୍ରକିୟାରେ ବାଧା ସୃଷ୍ଟି କରିବାକୁ ଚାହୁଁଛି । ଲୋକଙ୍କୁ ଭ୍ରମିତ କରୁଥିବାରୁ ୩ ନେତାଙ୍କ ଗିରଫ ଦାବି କରିଛି ବିଜେପି । ପ୍ରମିଳା ମଲ୍ଲିକ, ଚନ୍ଦ୍ରଶେଖର ସାହୁ ଓ ଭୃଗୁ ବକ୍ସିପାତ୍ରଙ୍କ ବିରୋଧରେ BNS-ର ଧାରା ଅନୁସାରେ ୨୪୯/୨୪୮/୨୪୦/୨୩୮/୨୨୧ରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଆଇନକୁ ତା ବାଟରେ ଯିବା କଥା କହୁଥିବା ବିଜେଡି ସୁପ୍ରିମୋ କେମିତି ଆଇନର ବାଟ ଓଗାଳୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।

ଅଧିକ ପଢ଼ନ୍ତୁ: ପୀତବାସ ପଣ୍ଡା ହତ୍ୟା ଘଟଣା, ଆତ୍ମସମର୍ପଣ କଲା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା


ସେପଟେ ବିଜେଡିର ଏ ପ୍ରତିବାକୁ ସାଧାରଣ ଲୋକେ ବି ନିନ୍ଦା କରିଛନ୍ତି । ଲୋକେ ପ୍ରଶ୍ନ କରିଛନ୍ତି ବିଜେଡି ନିଜେ ପୋଲିସ ନିଜେ ବିଚାରପତି ସାଜୁଛି କି ?
୧୯୯୮ରୁ ୨୦୨୫ ମଧ୍ୟରେ ଗଂଜାମରେ ୧୬ଟି ରାଜନୈତିକ ହତ୍ୟାକାଣ୍ଡ ଘଟିଲାଣି । ତେବେ ଏହା ଭିତରେ ସବୁଠୁ ଚର୍ଚ୍ଚିଚ ପୀତବାସ ହତ୍ୟାକାଣ୍ଡରେ ବିଜେଡିର ବଡ଼ ନେତାଙ୍କ ସଂପୃକ୍ତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେପଟେ ବ୍ରହ୍ମପୁର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଘଟଣା । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା କଲା ଆତ୍ମ ସମର୍ପଣ । ତିନି ଜଣ ଫେରାର ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଥିଲା ସୁଦର୍ଶନ ଜେନା । ସେ ଗୁରୁବାର ବୈଦନାଥପୁର ଥାନାରେ ଆତ୍ମସମର୍ପଣ କରିଛି । ତେବେ ଏବେ ବି ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଗତକାଲି ୧୨ ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJD Defends Murder Accused in Pītabasa Case, BJP Slams Protest | Argus News