Videos
|
Crime

Pitabash Panda Murder Case / ପୀତବାସ ପଣ୍ଡା ହତ୍ୟା ଘଟଣା, ଆତ୍ମସମର୍ପଣ କଲା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ପୀତବାସ ପଣ୍ଡା ହତ୍ୟା ଘଟଣା, ଆତ୍ମସମର୍ପଣ କଲା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା

Key Points

ପୀତବାସ ପଣ୍ଡା ହତ୍ୟା ଘଟଣା । ଆତ୍ମସମର୍ପଣ କଲା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା । ତିନି ଜଣ ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ଥିଲା ସୁଦର୍ଶନ। 
ବ୍ରହ୍ମପୁର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଘଟଣା । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା କଲା ଆତ୍ମ ସମର୍ପଣ । ତିନି ଜଣ ଫେରାର ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଥିଲା ସୁଦର୍ଶନ ଜେନା । ସେ ଗୁରୁବାର ବୈଦନାଥପୁର ଥାନାରେ ଆତ୍ମସମର୍ପଣ କରିଛି । ତେବେ ଏବେ ବି ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଗତକାଲି ୧୨ ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ ।

ସେପଟେ ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବୁଧବାର ବଡ଼ ଖୁଲାସା କରିଛି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ । ତଦନ୍ତରୁ ଜଣାପଡ଼ିଛି ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ । ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା । ସେପ୍ଟେମ୍ବର ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମ୍ ବ୍ରହ୍ମପୁର ଆସିଥିଲା । ସେମାନଙ୍କୁ ଆଣିଥିଲେ ମଳୟ ବିଷୋୟୀ ଓରଫ୍ ଉମା । ମାତ୍ର ବିହାରରୁ ଆସିଥିବା ସୁଟର ପତ୍ନୀଙ୍କ ଦେହ ଖରାପ ପାଇଁ ବିହାର ଫେରିଗଲେ । ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନଥିଲା ।

ଅଧିକ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ: ୮ ଜଣ ମନ୍ତ୍ରୀ ଜଗିବେ ୮ ଜୋନ୍


ପ୍ରଥମ ଉଦ୍ୟମ ବିଫଳ ହେବା ପରେ ସେମାନେ ସବୁ ରେକି କରିବା ପରେ ଅକ୍ଟୋବର ୬ରେ କାର୍ଯ୍ୟକାରୀ କରିଥିଲେ । ଏଥିପାଇଁ ସେମାନେ ଆଉ ଏକ ଟିମ୍ ଆଣିଥିଲେ । ନିଜ ଘର ବନ୍ତପଲେଇରୁ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ଠିକ୍ କଲେ ଉମା ବିଷୋୟୀ । ଉଭୟ ପୀତବାସଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏକ ଘର ନେଇ ରହିଲେ । ସେଠାରେ ରହି ସେମାନେ ପୁଣି ଆଉ ଥରେ ରେକି କଲେ । ଏହା ପରେ ଯୋଗୀ ଓ ଉମା ସେମାନଙ୍କୁ କହିଥିଲେ ଯେ, ଯିଏ ଗାଡି ଚଲାଇବେ ତାଙ୍କୁ ୩ ଲକ୍ଷ ଓ ଯିଏ ଗୁଳି ଚଳାଇବ ତାଙ୍କୁ ୫ ଲକ୍ଷ ଦିଆଯିବ ।

ଘଟଣା ଦିନ ସେମାନେ ଏକ ନିର୍ମାଣାଧୀନ ବିଲ୍ଡିଂରେ ରହିଥିଲେ । ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ଗୁଳି କରାଯାଇଥିଲା । ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ । ସେଠାରୁ ସିଧା ରାମେଶ୍ବରମ ଅଭିମୁଖେ ଯାଇଥିଲେ । ଗାଡ଼ିଟି ଛାଡ଼ି ପୁରୀ ପଳାଇ ଯାଇଥିଲେ । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା । ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହି ଘଟଣାରେ ପୋଲିସ୍‌ ପର୍ଦ୍ଦାଫାସ୍ କରିବା ପରେ ପୀତବାସ ପଣ୍ଡାଙ୍କ ସାନ ଭାଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି- ଅଭିଯୁକ୍ତଙ୍କ ନାଁ ଶୁଣି ଆମେ ଚକିତ ହେଲୁ । ସେମାନଙ୍କର ଆମ ଭାଇଙ୍କ ସହ ଭଲ ସଂପର୍କ ଥିଲା । ବିକ୍ରମ ପଣ୍ଡାଙ୍କୁ ପରିଚୟ ଦେଇଥିଲେ ପୀତବାସ ପଣ୍ଡା । ରାଜନୀତିରେ ବିରୋଧ, ମନୋମାଳିନ୍ୟ ରୁହେ । ହେଲେ ଏହାକୁ କେନ୍ଦ୍ର କରି ବ୍ୟକ୍ତିଗତ ରାଗ ରଖି ଜଣଙ୍କୁ ହତ୍ୟା କରିବା ଠିକ୍ ନୁହଁ । ଖାଲି ଏତିକି ନୁହେଁ ପୀତବାସଙ୍କ ଅନ୍ତିମ ସଂସ୍କାର ଓ ତା ପରଦିନ ବି ପୀତବାସଙ୍କ ଘରକୁ ଆସିଥିଲେ ବିକ୍ରମ ପଣ୍ଡା । ପରିବାରକୁ ସମବେଦନା ଜଣାଇଥିଲେ ବୋଲି ସେ କହିଛନ୍ତି ।

Related Topics

Explore more stories