Animal Cruelty / ପଶୁ ବୋଲି... ପ୍ରାଣୀ ଚିକିତ୍ସାଳୟରେ ରାତିରେ ବିଲେଇ ଉପରେ ଢାଳିଦେଲେ ଥଣ୍ଡା ପାଣି ! ଚାଲିଗଲା ଜୀବନ
·3 months ago·2 min read

Key Points
ପ୍ରାଣୀ ଚିକିତ୍ସାଳୟରେ ଚାଲିଗଲା ପକ୍ଷାଘାତରେ ଆକ୍ରାନ୍ତ ବିଲେଇର ଜୀବନ । ଅଭିଯୋଗ, ଶୀତ ରାତିରେ ଅସୁସ୍ଥ ବିଲେଇ ଉପରେ ଥଣ୍ଡା ପାଣି ପକାଇ ତାକୁ ମାରି ଦେଇଛନ୍ତି ସେହି ପ୍ରାଣୀ ଚିକିତ୍ସାଳୟର କେହି କର୍ମଚାରୀ ।
ଭୁବନେଶ୍ଵର: ଅସୁସ୍ଥ ଥିଲା, ଚିକିତ୍ସା ଚାଲିଥିଲା । ଦେଢ଼ ମାସ ହେଲା ପ୍ରାଣୀ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଥିଲା । ଆଉ ସେହି ପ୍ରାଣୀ ଚିକିତ୍ସାଳୟରେ ଚାଲିଗଲା ପକ୍ଷାଘାତରେ ଆକ୍ରାନ୍ତ ବିଲେଇର ଜୀବନ । ଅଭିଯୋଗ, ଶୀତ ରାତିରେ ଅସୁସ୍ଥ ବିଲେଇ ଉପରେ ଥଣ୍ଡା ପାଣି ପକାଇ ତାକୁ ମାରି ଦେଇଛନ୍ତି ସେହି ପ୍ରାଣୀ ଚିକିତ୍ସାଳୟର କେହି କର୍ମଚାରୀ ।
ଏନେଇ ସହିଦନଗର ଥାନାରେ ମାମଲା ରୁଜୁ କରିଛନ୍ତି ଅଭିଯୋଗକାରୀ ସୁମିତ୍ରା ଦାସ ଓ ଅନନ୍ୟା ସତପଥୀ । ବିଲେଇକୁ ହତ୍ୟା ପରେ ଥାନାରେ ଏତଲା ହୋଇଥିବା ବେଳେ OUATରେ ହୋଇଛି ବିଲେଇର ପୋଷ୍ଟମର୍ଟମ । ବିଲେଇଟି ପକ୍ଷାଘାତରେ ଆକ୍ରାନ୍ତ ଥିଲା । ତା'ଉପରେ ଥଣ୍ଡା ପାଣି ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଏଥିସହ ପଢ଼ନ୍ତୁ: ଗଛ ଆଢ଼ୁଆଳରେ ପ୍ରେମୀ ଯୁଗଳଙ୍କୁ କରୁଥିଲେ ଟାର୍ଗେଟ୍; ଫଟୋ ଦେଖାଇ ଡରାଉଥିଲେ, ଲୁଟୁଥିଲେ ଟଙ୍କା
ଅଭିଯୋଗକାରୀ ସୁମିତ୍ରା ଦାସ ଓ ଅନନ୍ୟା ସତପଥୀଙ୍କ ଅନୁସାରେ, "ବିଲେଇଟି ଅସୁସ୍ଥ ଥିଲା, ପକ୍ଷାଘାତରେ ଆକ୍ରାନ୍ତ ତିଲା । ସହିଦନଗର ପ୍ରାଣୀ ଚିକିତ୍ସାଳୟରେ ପ୍ରାୟ ୨ ମାସ ହେଲା ବିଲେଇଟିର ଚିକିତ୍ସା ଚାଲିଥିଲା । ଚିକିତ୍ସା ପରେ ବିଲେଇଟି ସୁସ୍ଥ ହୋଇ ଆସୁଥିଲା ।"
ବିଲେଇଟି ସୁସ୍ଥ ହୋଇ ଆସୁଥିବା ବେଳେ ପୂର୍ବରୁ ତା ଉପରେ ସହିଦନଗର ପ୍ରାଣୀ ଚିକିତ୍ସାଳୟର ଜୈନିକ କର୍ମଚାରୀ ଅଳିଆ ଫିଙ୍ଗୁଥିଲେ । ତିନିଥର ସମାନ ଢଙ୍ଗରେ ପାଣି ମଧ୍ୟ ଢାଳୁଥିଲେ । ଏବେ ଶୀତ ରାତିରେ ବିଲେଇ ଉପରେ ପାଣି ଢାଳି ତାକୁ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପଶୁପ୍ରେମୀ ସୁମିତ୍ରା ଦାସ ଓ ଅନନ୍ୟା ସତପଥୀ ।
ବିଲେଇର ମୃତ୍ୟୁ ପରେ ଥାନାରେ ଏତଲା ହୋଇଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ପଶୁପ୍ରେମୀ । ଅଭିଯୁକ୍ତକୁ ଗିରଫ କରାଯାଇ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଆଗକୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ପଶୁପ୍ରେମୀ ଚେତାବନୀ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ପିଛା କଲା, ପୁଣି ଭିଡ଼ ଭିତରେ ମୁଣ୍ଡକୁ ସିଧା ଗୁଳି କରିଦେଲା ଇଞ୍ଜିନିୟର୍ ସ୍ଵାମୀ
ଶୀତ ରାତିରେ ନିରୀହ ପଶୁଟି ଉପରେ ଅତ୍ୟାଚାର ପାଇଁ କେମିତି ଗଲା ମଣିଷର ହାତ ? ସତରେ କଣ ଗୃହପାଳିତ ପଶୁ ପ୍ରତି କେହି ଏତେ ନିଷ୍ଠୁର ହୋଇପାରେ ? ବିଲେଇଟି ପକ୍ଷାଘାତରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲା, କେମିତି ହାତ ଗଲା ଥଣ୍ଡାପାଣି ଢାଳିବାକୁ ?
କେବଳ ବିଲେଇ ନୁହେଁ ପୂର୍ବରୁ କୁକୁରଙ୍କ ଉପରେ ଏଭଳି ଅତ୍ୟାଚାର ହେଉଥିବା ଘଟଣା ସାମ୍ନାକୁ ଆସିଛି । ହେଲେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନହେବା କାରଣରୁ ଖସି ଯାଉଛନ୍ତି ଅଭିଯୁକ୍ତ । ଆଉ ଏବେ ରାଜଧାନୀରେ ସମାନ ଘଟଣାର ପୁନରାବୃତ୍ତି ହେବା ପଶୁପ୍ରେମୀଙ୍କୁ ଆଘାତ ଦେଇଥିବା ବେଳେ ମାନବିକତାକୁ ଧିକ୍କାର କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories