|
logo
Live
Argus News App
GET APP

Argus News - ଗଛ ଆଢ଼ୁଆଳରେ ପ୍ରେମୀ ଯୁଗଳଙ୍କୁ କରୁଥିଲେ ଟାର୍ଗେଟ୍; ଫଟୋ ଦେଖାଇ ଡରାଉଥିଲେ, ଲୁଟୁଥିଲେ ଟଙ୍କା

Crime

Fake Police / ଗଛ ଆଢ଼ୁଆଳରେ ପ୍ରେମୀ ଯୁଗଳଙ୍କୁ କରୁଥିଲେ ଟାର୍ଗେଟ୍; ଫଟୋ ଦେଖାଇ ଡରାଉଥିଲେ, ଲୁଟୁଥିଲେ ଟଙ୍କା

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଗଛ ଆଢ଼ୁଆଳରେ ପ୍ରେମୀ ଯୁଗଳଙ୍କୁ କରୁଥିଲେ ଟାର୍ଗେଟ୍; ଫଟୋ ଦେଖାଇ ଡରାଉଥିଲେ, ଲୁଟୁଥିଲେ ଟଙ୍କା
Fake uniforms, fake power — real crime.

Key Points

ଖଣ୍ଡଗିରି ପାହାଡ଼ ଉପରୁ ୨ ଅଭଯୁକ୍ତଙ୍କୁ ବାନ୍ଧିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଜୋସେଫ୍ ଓ ଜିତେନ୍ଦ୍ର ପର୍ଯ୍ୟଟକ ଓ ପ୍ରେମୀ ଯୁଗଳଙ୍କୁ ପୋଲିସ ପରିଚୟ ଦେଇ ଟାର୍ଗେଟ୍ କରୁଥିଲେ ।
ଭୁବନେଶ୍ଵର: ପାହାଡ଼ରେ ବୁଲୁଥିଲେ, ବର୍ଦ୍ଦି ପିନ୍ଧି ରୁବାବ୍ ଦେଖାଥିଲେ । ଜଣେ ନିଜକୁ ଆଇଆଇସି କହୁଥିବା ବେଳେ ଅନ୍ୟ ଜଣେ ଡିଏସପି ପରିଚୟ ଦେଉଥିଲେ । ଆଉ ଡରାଇ ଧମକାଇ ପର୍ଯ୍ୟଟକ ଓ ପ୍ରେମୀ ଯୁଗଳଙ୍କୁ ଲୁଟୁଥିଲେ । ଦୀର୍ଘ ୩ ବର୍ଷ ଧରି ଏଭଳି ଲୁଟିବା ପରେ ଏବେ ଏହି ୨ ନକଲି ପୋଲିସଙ୍କୁ ବାନ୍ଧିଛି ଅସଲି ପୋଲିସ ।

ଖଣ୍ଡଗିରି ପାହାଡ଼ ଉପରୁ ୨ ଅଭଯୁକ୍ତଙ୍କୁ ବାନ୍ଧିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଜୋସେଫ୍ ଓ ଜିତେନ୍ଦ୍ର ପର୍ଯ୍ୟଟକ ଓ ପ୍ରେମୀ ଯୁଗଳଙ୍କୁ ପୋଲିସ ପରିଚୟ ଦେଇ ଟାର୍ଗେଟ୍ କରୁଥିଲେ । ଗଛ ଆଡୁଆଳରେ ଲୁଚି ରହି ପ୍ରେମୀ ଯୁଗଳଙ୍କ ଫଟୋ ଉଠାଇ କରୁଥିଲେ ବ୍ଲାକମେଲିଂ ।

ଏବେ ପୋଲିସ ହାତରେ ଧରା ପଡ଼ିଛନ୍ତି ଜୋସେଫ ଏମ ଇ ଓ ଜିତେନ୍ଦ୍ର ସାମନ୍ତ ରାୟ । ଜୋସେଫ ନିଜକୁ ଖଣ୍ଡଗିରି IICର ପରିଚୟ ଦେଉଥିବା ବେଳେ ଜିତେନ୍ଦ୍ର ନିଜକୁ DSPର ପରିଚୟ ଦେଉଥିଲା ।

ଏଥିସହ ପଢ଼ନ୍ତୁ: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ

ଗଛ ଆଢ଼ୁଆଳରେ ଉଭୟ ଲୁଚି ରହି ଫଟୋ ଉଠାଉଥିଲେ । ପରେ ସେହି ଫଟୋ ଦେଖାଇ ଡରାଇ ଧମକାଇ ଟଙ୍କା ଲୁଟୁ ଥିଲେ । ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ଖଣ୍ଡଗିରି ପାହାଡ଼ ଉପରୁ ଏହି ୨ ଅଭଯୁକ୍ତ ଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।

ସେମାନଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ୍ ଫୋନରେ ଅନେକ ପ୍ରେମୀ ଯୁଗଳଙ୍କ ଫଟୋ ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ
। ଏନେଇ ପୋଲିସ ଖବର ପାଇ ସ୍ଵତନ୍ତ୍ର ଟିମ୍ ଗଢ଼ି ଖଣ୍ଡଗିରି ପାହାଡ଼ରେ ସେମାନଙ୍କ ଉପରେ ନଜର ରଖିଥିଲା ବୋଲି କହିଛନ୍ତି ଏସିପି ତାପସ ଚନ୍ଦ୍ର ପ୍ରଧାନ ।

ଗିରଫ ଜୋସେଫ ଏମ ଇଙ୍କ ଘର କେରଳ ହୋଇଥିବା ବେଳେ ସେ କଟକର ନୟା ବଜାରରେ ରୁହନ୍ତି । ଭୁବନେଶ୍ୱରରେ ଲିଫ୍ଟ କାମ କରିବା ସହ ଏଭଳି ଭାବେ ପର୍ଯ୍ୟଟକଙ୍କୁ ହଇରାଣ ହରକତ୍ କରୁଥିଲେ । ଜିତେନ୍ଦ୍ର ସାମନ୍ତରାୟଙ୍କ ଘର ଜାଗମରା ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ପିଛା କଲା, ପୁଣି ଭିଡ଼ ଭିତରେ ମୁଣ୍ଡକୁ ସିଧା ଗୁଳି କରିଦେଲା ଇଞ୍ଜିନିୟର୍ ସ୍ଵାମୀ

ଦୁହେଁ ମିଶି ପୋଲିସକୁ ଚକ୍‌ମା ଦେଇ ଦୀର୍ଘ ଦିନ ହେବ ଏଭଳି ଭାବେ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରୁଥିଲେ । ଏବେ ପୋଲିସ ଉଭୟଙ୍କୁ ଗିରଫ କରିବା ସହ ଏଭଳି ନକଲି ପୋଲିସ ମାନଙ୍କ ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛି ।


ପୂର୍ବରୁ କମିଶନରେଟ ପୋଲିସର ସହିଦନଗର ଥାନା ପୋଲିସ ଜଣେ ନକଲି DSPଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନକଲି DSP ମାନସ ରଞ୍ଜନ ସେନାପତିଙ୍କ ଠାରୁ ପୋଲିସ ପୋଷାକ, ନକଲି ପୋଲିସ ID କାର୍ଡ, ମୋବାଇଲ ଜବତ ହୋଇଥିଲା । ମାନସ ନିଜକୁ କମିଶନରେଟ ପୋଲିସର ଜଣେ DSP ପରିଚୟ ଦେଇ ଲୋକଙ୍କୁ ଠକେଇ କରିବା ସହ ସମ୍ଭ୍ରାନ୍ତ ଜୀବନ ବିତାଉଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Fake Police: ଗଛ ଆଢ଼ୁଆଳରେ ପ୍ରେମୀ ଯୁଗଳଙ୍କୁ କରୁଥିଲେ ଟାର୍ଗେଟ୍; ଫଟୋ ଦେଖାଇ ଡରାଉଥିଲେ, ଲୁଟୁଥିଲେ ଟଙ୍କା | Argus News