Videos
|
Crime

Sujit Kumar Roul / ବିବାଦୀୟ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କୁ ହାଇକୋର୍ଟ ଝଟକା; ଆଗୁଆ ଜାମିନ ଆବେଦନ ଖାରଜ

Debashree Debasmita Sahoo
Browse all articles by Debashree Debasmita Sahoo
·6 hours ago·2 min read
ବିବାଦୀୟ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କୁ ହାଇକୋର୍ଟ ଝଟକା; ଆଗୁଆ ଜାମିନ ଆବେଦନ ଖାରଜ
Sujit Kumar Roul

Key Points

ଚୌଦ୍ବାର ଜେଲରୁ କଏଦୀ ଫେରାର ଘଟଣା
ସୁଜିତ ରାଉଳଙ୍କୁ ହାଇକୋର୍ଟ ଝଟକା
ଆଗୁଆ ଜାମିନ ଆବେଦନ ଖାରଜ
ବଢ଼ିଲା ଗିରଫଦାରୀ ଆଶଙ୍କା
ବଢ଼ିଲା କଟକ ଚୌଦ୍ୱାର ସର୍କଲ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ଅଡୁଆ । ଆଗୁଆ ଜାମିନ ଆବେଦନ ମାମଲାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଚୌଦ୍ୱାର ଜେଲରୁ ଦୁଇଜଣ ବିହାରୀ କଏଦୀ ଫେରାର ଘଟଣାରେ ବିବାଦୀୟ ଭୂମିକା ନେଇ ସୁଜିତଙ୍କ ବିରୋଧରେ ଚୌଦ୍ବାର ଥାନାରେ ଏତଲା ଦେଇଥିଲେ ସେତେବେଳର ଜେଲର । ଗିରଫଦାରୀରୁ ବର୍ତ୍ତିବାକୁ ସୁଜିତ୍ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ବିହାରୀ କଏଦୀ ଫେରାର ହେବା ଘଟଣା ପରେ ଜେଲ ମିନିଟ୍ ବୁକରେ ଦସ୍ତଖତ ଜାଲିଆତି କରିଥିବା ନେଇ ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ ସେତେବେଳର ଜେଲର ।

  • ରହିଛି ସଙ୍ଗୀନ ଅଭିଯୋଗ
ଜେଲର ବଡ଼ ପଦବୀରେ ଥିବା ଏହି ବାବୁଙ୍କ ନାଁରେ ରହିଛି ସାଙ୍ଘାତିକ ଅଭିଯୋଗ । ଦୁଇ ଜଣ ବିଚାରାଧୀନ କଏଦୀଙ୍କୁ ଫେରାର କରାଇବାରେ ସହଯୋଗ ସହିତ ଆପରାଧିକ ଷଡ଼ଯନ୍ତ୍ର, ଘଟଣା ଚାପିଦେବାକୁ ପ୍ରୟାସ, ଦସ୍ତଖତରେ ଜାଲିଆତି, ଦସ୍ତାବିଜ୍ ହେରଫେର ଓ ରେକର୍ଡ ନଷ୍ଟ, ପଦବୀର ଅପବ୍ୟବହାର ଏବଂ ତଦନ୍ତକୁ ବାଟବଣା କରିବାର ପ୍ରୟାସ । ଏତେ ସଂଗୀନ ଅଭିଯୋଗ ଥିବା ଏହି ଜେଲ୍ ବାବୁ ଗିରଫଦାରୀରୁ ବର୍ତ୍ତିବାକୁ ଯାଇଥିଲେ ହାଇକୋର୍ଟ । ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ, ହେଲେ ତାଙ୍କୁ ଲାଗିଛି ବଡ଼ ଝଟକା । ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ ପରେ ବଢ଼ିଲା ଗିରଫଦାରୀ ଆଶଙ୍କା ।

  • କଣ ପୂରା ଘଟଣା ?
୨୦୨୫ ଅକ୍ଟୋବରରେ ଚୌଦ୍ୱାର ଜେଲରୁ ଫେରାର ହୋଇଯାଇଥିଲେ ଦୁଇ ଜଣ ବିଚାରାଧୀନ ବନ୍ଦୀ ଶୁଭମ୍‌ ଓରଫ୍ ରାଜା ଶାହାନୀ ଓ ମଧୁକାନ୍ତ କୁମାର ଓରଫ୍ ରଣା । ଉଭୟ ଯାଜପୁର ପାଣିକୋଇଲି ଡକାୟତି ଓ ହତ୍ୟାକାଣ୍ଡର ଅଭିଯୁକ୍ତ । ପରେ ଉଭୟ ଭିନ୍ନ ଭିନ୍ନ ସ୍ଥାନରୁ ଧରାପଡ଼ିଥିଲେ । ଚୌଦ୍ବାର ଜେଲ୍ ଅଧିକ୍ଷକ ସୁଜିତ ରାଉଳଙ୍କ ନାଁରେ ରହିଛି ଏହି ଦୁଇ କଏଦୀଙ୍କୁ ଫେରାର ଷଡ଼ଯନ୍ତ୍ରର ସାଂଘାତିକ ଅଭିଯୋଗ ।

ଗତ ସେପ୍ଟେମ୍ବର ୨୭ରୁ ୩୦ ଯାଏଁ ସେ ଛୁଟିରେ ଥିଲେ । ଅକ୍ଟୋବର ୧ ପୂର୍ବାହ୍ନରେ ଡ୍ୟୁଟିରେ ଯୋଗଦେବା କଥା । ତେବେ ସେହିଦିନ ସନ୍ଧ୍ୟା ୫ଟା ୪୩ରେ ଅଫିସ୍ ଆସି ରାତି ୯ଟା ୨୧ରେ ବାହାରିଯାଇଥିଲେ ସୁଜିତ୍ । ତା'ପରେ ଅକ୍ଟୋବର ୨ ତାରିଖ ସକାଳ ୮ଟା ୩୪ରେ ପ୍ରବେଶ କରି ସକାଳ ୯ଟା ୩୦ରେ ବାହାରିଯାଇଥିଲେ । ଅକ୍ଟୋବର ୩ ସକାଳ ଯାଏଁ ଜେଲ୍‌ରୁ କଏଦୀ ଫେରାର ଫୋନ୍ ପାଇବା ପରେ ବି ସେ ଅଫିସ୍ ଆସିନଥିଲେ । ଗେଟ୍‌ ଇନ୍-ଆଉଟ୍‌ ରେଜିଷ୍ଟରରେ ସେ ଅନ୍ୟ ସମୟରେ ଦସ୍ତଖତ କରିଥିବା ଦେଖାଯାଇଛି । ଯାହା ସିସିଟିଭି ଫୁଟେଜ୍ ସହ ମେଳଖାଉନାହିଁ । ତଦନ୍ତରେ ଏକାଧିକ ଜାଲିଆତି ଓ ବଡ଼ ଷଡ଼ଯନ୍ତ୍ରର ସୁରାକ୍ ମିଳୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ରାଖୀ ବାନ୍ଧି ଭାଇ ନେଲା ଜୀବନ ହାରିବା ଭଳି ଚରମ ପଦକ୍ଷେପ, ଅବାକ୍ ପରିବାର

ସେତେବେଳର ଜେଲର୍ ସନ୍ତୋଷିନୀ ଦାଶ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳଙ୍କ ବିରୋଧରେ ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ଫେରାର ରାତିରେ ଡ୍ୟୁଟିରେ ଉପସ୍ଥିତ ନ ଥିଲେ ସୁଜିତ୍ । ନିଜ ଉପସ୍ଥିତି ଦେଖାଇବାକୁ ଗେଟ୍‌ ଇନ୍-ଆଉଟ୍‌ ରେଜିଷ୍ଟରରେ କାରସାଦି କରିଥିଲେ । ମିନିଟ୍‌ ବୁକ୍‌ରେ ସୁଜିତ୍ ସନ୍ତୋଷିନୀଙ୍କ ସ୍ୱାକ୍ଷର ଜାଲିଆତି କରିଥିଲେ । ଦୁଇ କଏଦୀଙ୍କ ଫେରାର ପଛରେ ସୁଜିତଙ୍କର ରହିଛି ସନ୍ଦେହଜନକ ଭୂମିକା । ସୁଜିତ୍ ରାଉଳଙ୍କ ବିବାଦୀୟ ଭୂମିକା ନେଇ ସାଂସଦ ସୁଜିତ କୁମାର ମଧ୍ୟ ଆଣିଥିଲେ ସାଂଘାତିକ ଅଭିଯୋଗ ।