|
logo
Live
Argus News App
GET APP

Argus News - ପୋଖରୀରେ କାର୍‌, ମିଳୁନଥିଲେ ଓକିଲ; ୭୪ ଦିନର ଚକ୍ରାନ୍ତ ପଛରେ କିଏ ?

Crime

Death Mystery / ପୋଖରୀରେ କାର୍‌, ମିଳୁନଥିଲେ ଓକିଲ; ୭୪ ଦିନର ଚକ୍ରାନ୍ତ ପଛରେ କିଏ ?

Sushanta Sahoo
Browse all articles by Sushanta Sahoo
·4 months ago·2 min read
ପୋଖରୀରେ କାର୍‌, ମିଳୁନଥିଲେ ଓକିଲ; ୭୪ ଦିନର ଚକ୍ରାନ୍ତ ପଛରେ କିଏ ?

Key Points

ଗୁଲେଶଙ୍କ ନିଖୋଜକୁ ପ୍ରାୟ ୩ ମାସ ବିତିଛି । ପରିବାର ଗୁମୁରି ଗୁମୁରି କାନ୍ଦୁଥିବା ବେଳେ ମିଳିଛି ଗୁଲେଶଙ୍କ ଠିକଣା । ସୋମବାର ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସିଲଫୋଡ଼ି ଉପରବେଡ଼ା ଅଞ୍ଚଳର ରାସ୍ତା କଡ଼ ଏକ ପୋଖରୀରୁ ଗୁଲେଶଙ୍କ କାର୍ ମିଳିଛି ।
ବାଙ୍ଗିରିପୋଷି (ମୟୂରଭଞ୍ଜ): ଘରୁ ଗାଡ଼ି ନେଇ ବାହାରିଥିଲେ ଝାଡ଼ଖଣ୍ଡ, ହେଲେ ଅଧା ରାସ୍ତାରୁ କଟିଗଲେ ଖଡ଼ଗପୁର । ପରିବାର ଲୋକଙ୍କୁ ଫୋନ୍ କରି କହିଲେ ସାଙ୍ଗକୁ ଛାଡ଼ି ରାତିରେ ଘରକୁ ଫେରିବି । ବାସ୍ ସେତିକି... ଫୋନ୍ ହୋଇଗଲା ସ୍ଵିଚ୍ ଅଫ୍‍, ଘରକୁ ଫେରିଲେନି ଆଇନଜୀବୀ ଗୁଲେଶ ଗୋଚ୍ଛାୟତ ।

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଥୁଲୁକଚଟଣୀ ଗାଁର ୪୨ ବର୍ଷୀୟ ଗୁଲେଶ ଗୋଚ୍ଛାୟତ । ପେସାରେ ଆଇନଜୀବୀ । ଗତ ସେପ୍ଟେମ୍ବର ୧୧ ତାରିଖରେ ଗୁଲେଶ ଘରୁ କାର୍ ନେଇ ବାହାରି ଯାଇଥିଲେ । ଘରେ କହିଥିଲେ, "କିଛି କାମରେ ଝାଡ଼ଖଣ୍ଡର ବାହାରଗୋଡ଼ା ଯାଉଛି । ପରେ ଅଧା ରାସ୍ତାରେ ଫୋନ୍ କରି କହିଲେ... ସାଙ୍ଗକୁ ଛାଡ଼ିବାକୁ ଖଡ଼ଗପୁର ଯାଉଛି । ଫେରିଲା ବେଳକୁ ରାତି ହେବ ।"

ଏଥିସହ ପଢ଼ନ୍ତୁ: ନମ୍ବର ବିହୀନ ଗାଡ଼ିରେ ଖସି ପଳାଇଥିଲା ସିକନ୍ଦର, ମାଟି ତଳେ ପୋତିଥିଲା ପାସପୋର୍ଟ

କିନ୍ତୁ ସେପ୍ଟେମ୍ବର ୧୧ ଗୁରୁବାରର ସେ ରାତିରେ ଗୁଲେଶ ଆଉ ଘରକୁ ଫେରିଲେନି । ଘର ଲୋକେ ଗୁଲେଶଙ୍କୁ ଚାରିଆଡ଼େ ଖୋଜାଖୋଜି କଲେ । କେଉଁଠି ନ ପାଇବାରୁ ଗୁଲେଶଙ୍କ ପତ୍ନୀ ଥାନାରେ ନିଖୋଜ ନେଇ ଏତଲା ବି ଦେଲେ । ହେଲେ ପୋଲିସ ବି ଗୁଲେଶଙ୍କ ସନ୍ଧାନ କରିବାରେ ବିଫଳ ହେଲା ।

ଇତି ମଧ୍ୟରେ ଗୁଲେଶଙ୍କ ନିଖୋଜକୁ ପ୍ରାୟ ୩ ମାସ ବିତିଛି । ପରିବାର ଗୁମୁରି ଗୁମୁରି କାନ୍ଦୁଥିବା ବେଳେ ମିଳିଛି ଗୁଲେଶଙ୍କ ଠିକଣା । ସୋମବାର ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସିଲଫୋଡ଼ି ଉପରବେଡ଼ା ଅଞ୍ଚଳର ରାସ୍ତା କଡ଼ ଏକ ପୋଖରୀରୁ ଗୁଲେଶଙ୍କ କାର୍ ମିଳିଛି । ଆଉ କାରରୁ ଠାବ ହୋଇଛି ଗୁଲେଶଙ୍କ ଗଳିତ ଶବ । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏଥିସହ ପଢ଼ନ୍ତୁ: ମାଆର ମୃତ୍ୟୁ ପରେ ଝିଅ ଭରୁଥିଲା ଋଣ କିସ୍ତି, ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଲେ SHG ସଦସ୍ୟା

ସୋମବାର ସକାଳେ ଉପରବେଡ଼ାର କିଛି ଲୋକ ପୋଖରୀରେ କାର୍ ବୁଡ଼ି ରହିଥିବା ଦେଖିଥିଲେ । ଏହା ପରେ ଖବର ପାଇ ପାଣିରୁ କାରକୁ ଉଦ୍ଧାର କରିଥିଲା ସାରସକଣା ଅଗ୍ନିଶମ ବାହିନୀ । ଉଦ୍ଧାର କାର୍‌ରୁ ନିଖୋଜ ଗୁଲେଶଙ୍କ ଗଳିତ ମୃତଦେହ ମିଳିଛି । କାରରୁ ନିଖୋଜ ଗୁଲେଶଙ୍କ ଗଳିତ ମୃତଦେହ ମିଳିବା ପରେ ପୋଲିସ ଆରମ୍ଭ କରିଛି ଛାନଭିନ୍ ।

ତେବେ ସେପ୍ଟେମ୍ବର ୧୧ରେ ଝାଡ଼ଖଣ୍ଡର ବାହାରଗୋଡ଼ା ଯାଉଥିବା ଗୁଲେଶ କାହିଁକି ଗଲେ ଖଡ଼ଗପୁର ? ଗୁଲେଶଙ୍କ ସହ ଥିବା ସେହି ସାଙ୍ଗ କିଏ ? ଖଡ଼ଗପୁରରେ ସାଙ୍ଗକୁ ଛାଡ଼ି ଗୁଲେଶ ଏକାକୀ ଫେରୁଥିଲେ କି ? ନା ଗୁଲେଶଙ୍କ ମୃତ୍ୟୁ ପଛରେ ରହିଛି କିଛି ଷଡ଼ଯନ୍ତ୍ର ? ନିଖୋଜ ଅଭିଯୋଗର ୭୪ ଦିନ ପରେ ରାସ୍ତା କଡ଼ ପୋଖରୀରେ କାର୍ ଭାସିବା ଓ ସେଥିରୁ ଗଳିତ ମୃତଦେହ ମିଳିବା ଅନେକ ସନ୍ଦେହ ସୃଷ୍ଟି କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Death Mystery: ପୋଖରୀରେ କାର୍‌, ମିଳୁନଥିଲେ ଓକିଲ; ୭୪ ଦିନର ଚକ୍ରାନ୍ତ ପଛରେ କିଏ ? | Argus News