Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Festive Safety Drive / ଉତ୍ସବ ପାଳନରେ ଅପରାଧକୁ କରାଯିବନି ବରଦାସ୍ତ; ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଉତ୍ସବ ପାଳନରେ ଅପରାଧକୁ କରାଯିବନି ବରଦାସ୍ତ; ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ
Strict Monitoring on Bars & Pubs in Odisha Before New Year

Key Points

  • ନୂଆବର୍ଷ ପାଇଁ ଆରମ୍ଭ ହେଲା ଧରପଗଡ଼
  • ସ୍କାନରରେ ରାଜଧାନୀର ବାର ଓ ପବ୍
  • ସିସିଟିଭି ଯାଞ୍ଚ ସହ ରହିବ ଡ୍ୟାନ୍ସ ବାର ଉପରେ କଡ଼ା ନଜର  
ଭୁବନେଶ୍ଵର: ସରିବାକୁ ଯାଉଛି ବର୍ଷ ୨୦୨୫ । ଉତ୍ସବ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଆଗକୁ ବଡ଼ଦିନ ସହ ଜିରୋନାଇଟ୍ ଓ ନୂଆବର୍ଷ ଥିବାରୁ ଆକ୍ସନ୍ ମୋଡ୍‌କୁ ଆସିଛି ଅବକାରୀ ବିଭାଗ । ସ୍କାନରରେ ରହିଛି ରାଜଧାନୀର ବାର ଓ ପବ୍ । ନିୟମିତ ଚେକିଂକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ ।

ଅବକାରୀ ଏସ୍‌ପି କହିଛନ୍ତି, "୧ ତାରିଖରୁ ଅବକାରୀ ବିଭାଗ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଏନଫୋର୍ସମେଣ୍ଟକୁ ତ୍ଵରାନ୍ଵିତ କରାଯାଉଛି । ଯିଏ ବି ବେଆଇନ୍ ଭାବେ ମଦ କିମ୍ବା ଅନ୍ୟ ନିଶା ବିକ୍ରି କରିବ, ଆମେ ତାକୁ ନିଶ୍ଚୟ ଧରିବୁ ।"

ଏଥିସହ ପଢ଼ନ୍ତୁ: ବଡ଼ ଡକାୟତି, ବଡ଼ ଗ୍ୟାଙ୍ଗକୁ ଧରିଲା ପୋଲିସ; ୨ ନାବାଳକଙ୍କ ସହ ମହିଳାଙ୍କୁ ମିଶାଇ ୧୦ ଗିରଫ

ସିସିଟିଭି ଯାଞ୍ଚ ସହ ଡ୍ୟାନ୍ସ ବାର ଉପରେ କଡ଼ା ନଜର ରଖିବ ଅବକାରୀ ବିଭାଗ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଓ ପବ୍‌ ଖୋଲିଲେ ହେବ କାର୍ଯ୍ୟନୁଷ୍ଠାନ । ହୋଟେଲ ଗୁଡ଼ିକୁ ମଧ୍ୟ ଅଚାନକ ପରିଦର୍ଶନ କରାଯାଇ ଯାଞ୍ଚ କରାଯିବ । ବିନା ଲାଇସେନ୍ସରେ ମଦ ବିକ୍ରି କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ଏସ୍‌ପି ।

ଏଥିସହ ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ତୀକ୍ଷଣ ନଜର ରଖାଯିବ । କେବଳ ମଦ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ ଯେପରିକି- ବ୍ରାଉନସୁଗର, କୋକେନ୍, କଫ ସିରଫ କାରବାର ଉପରେ ମଧ୍ୟ ଅବକାରୀ ବିଭାଗ କଡ଼ା ନଜର ରଖିଥିବା ସେ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ହତ୍ୟା ଦୋଷୀ ସାବ୍ୟସ୍ତ ପରେ ପାରୋଲ୍‌ରେ ଯାଇ ହୋଇଥିଲା ଫେରାର୍; ୩ ଦଶନ୍ଧି ପରେ ଖୋଲିଲା ଗୁମର

ଏଥିସହ ଉତ୍ସବ ପାଳନ ସମୟରେ ସଂଯମତା ରକ୍ଷା କରିବା ଏବଂ କୌଣସି ଅପରାଧ ନ ଘଟାଇବାକୁ କହିଛନ୍ତି ଅବକାରୀ ଏସ୍‌ପି । ନୀତି ନିୟମକୁ କଡ଼ାକଡ଼ି କରିବାକୁ ଅବକାରୀ ଏସ୍‌ପି ସମସ୍ତଙ୍କୁ ଅପିଲ୍ କରିବା ସହ ନିୟମିତ ମନିଟରିଂ କରାଯାଉଥିବା ସୂଚନା ଦେଇଛନ୍ତି ।

ନିକଟରେ ସହିଦନଗର ଅଞ୍ଚଳର ଏକ ବାର୍ ଉପରେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା କମିଶନରେଟ୍ ପୋଲିସ । ବାରର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା । ବାରଟି ନିୟମ ଉଲ୍ଲଂଘନ କରୁଥିବା ନେଇ ପର୍ଯ୍ୟାପ୍ତ ପ୍ରମାଣ ମିଳିନଥିଲା । ତାପରେ ବାରକୁ ଖୋଲିବାକୁ ଅନୁମତି ଦିଆଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Excise Dept Intensifies Checks for Festive Season | Argus News | Argus News